By Village Missionary Movement
Wednesday, 04-May-2022ଆଜିର ବାକ୍ୟ (Oriya) 05-05-2022
ଆବଶ୍ୟକତା ଗୋଟିଏ
“କାରଣ ଯେ କେହି ଆପଣାକୁ ଉନ୍ନତ ବୋଲି ଦେଖାଏ, ତାହାକୁ ନତ କରାଯିବ, ପୁଣି, ଯେ ଆପଣାକୁ ନତ କରେ, ତାହାକୁ ଉନ୍ନତ କରାଯିବ|” - ଲୂକ 14:11
ଆମ ଭାରତ ଦେଶକୁ ମିଶିନାରୀ ଭାବେ ଆସି,ପବିତ୍ର ବାଇବଲକୁ ଅନେକ ଭାରତୀୟଙ୍କ ଭାଷାରେ ଅନୁବାଦ କରିଥିବା, ବିଲିୟାମ କେରୀ କଲିକତାରେ ଜୀବନଯାପନ କଲେ !ସେଠାରେ ଭଲ ପାଠପଡିଥିବା,ଉନ୍ନତ ପଦବୀରେ ଥିବା ଅଧିକାରୀମାନଙ୍କ ସହ, ତାଙ୍କର ଉତ୍ତମ ପ୍ରତିଷ୍ଠିତ ଥିଲା !ଦିନେ ଭାରତ ଦେଶର ରାଜ୍ୟପାଳ ପ୍ରସ୍ତୁତ କରିଥିବା ରାତ୍ରି ଭୋଜନକୁ ବିଲିୟାମ କେରୀକୁ ମଧ୍ୟ ଅମଂତ୍ରଣ କରାଯାଇଥିଲା !ରାତ୍ରି ଭୋଜନରେ ଥିବା ଜଣେ ଅନ୍ୟ ଜଣକୁ ବିଲିୟାମ କେରୀକୁ ଆଙ୍ଗୁଳି ଦେଖାଇ ପଚାରିଲା, ଇଏ ଚପଲ ନିର୍ମାଣକାରୀ ବିଲିୟାମ କେରୀ ତ କହିଲା !ଏହି କଥା କେରୀ ଶୁଣି ପାରିଲା !ବିଲିୟାମ କେରୀ ସଙ୍ଗେ ସଙ୍ଗେ ତାଙ୍କୁ ଛାହିଁ କହିଲାକି, ନା ବାବୁ ମୁଁ ଚପଲ ନିର୍ମାଣକାରୀ ନୁହେଁ, ଚପଲ ସିଲେଇ କରିବା ବ୍ୟକ୍ତି ଅଟଇ !ଦେଖନ୍ତୁ ସେ କେତେ ନତ ହେଲା !ଅସଂପୁର୍ଣ ହାଣ୍ଡି ପୂର୍ଣ୍ଣ ହୁଏ, କିନ୍ତୁ ସମ୍ପୂର୍ଣ୍ଣ ହାଣ୍ଡି ପୂର୍ଣ୍ଣ ହୁଏ ନାହିଁ, ଏତିପାଇ କି ? ସବୁକିଛି ଆମେ ପରମେଶ୍ୱରଙ୍କ ଠାରୁ ହିଁ ପାଉଛୁ !ଏହା ଜାଣିଥିବା ଲୋକ ନିଚୟ ସେ ନିଜକୁ ନିଜେ ନତ ହେବ !ଆଜ୍ଞାବହତାକୁ ମାର୍ଗ ଦର୍ଶକ ହେଉଛନ୍ତି କେବଳ ଯୀଶୁ ଖ୍ରୀଷ୍ଟ !ଆଜ୍ଞାବହତାରେ ରହିବା ଶିଖେଇ, ଜୀବନଯାପନ କରି ଦେଖାଇଲେ !ସେ ଈଶ୍ୱରରୂପୀ ହେଲେ ହେଁ ଈଶ୍ୱରଙ୍କ ସହିତ ସମାନ ହୋଇ ରହିବା ନିଜ ନିମନ୍ତେ ଧରି ରଖିବାର ବିଷୟ ମନେ କଲେ ନାହିଁ,କିନ୍ତୁ ମନୁଷ୍ୟ ସଦୃଶ ହୋଇ ଦାସରୂପ ଧାରଣ କରି ଆପଣାକୁ ଶୂନ୍ୟ କଲେ;ପୁଣି, ମନୁଷ୍ୟ ଭାବରେ ଦେଖାଯାଇ ମୃତ୍ୟୁ ପର୍ଯ୍ୟନ୍ତ, ହଁ, କ୍ରୁଶୀୟ ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାବହ ହୋଇ ଆପଣାକୁ ଅବନତ କଲେ ।(ଫିଲିପ୍ପୀୟ:-2:6-8) ଏହା ଲେଖା ହେବା ଆମେ ଦେଖି ପାରିବା !
ପବିତ୍ର ବାଇବଲରେ କହୁଛି (ହିତୋପଦେଶକ :-15:33)ରେ ଯଦି ଆମେ ଦେଖିବା, ସଦାପ୍ରଭୁ ବିଷୟକ ଭୟ ଜ୍ଞାନଜନକ ଉପଦେଶ; ପୁଣି, ନମ୍ରତା ସମ୍ଭ୍ରମର ସମ୍ମୁଖରେ ଥାଏ !ଆଉ (ଯାକୁବ :-4:6)ରେ କିନ୍ତୁ ସେ ମଧ୍ୟ ଅଧିକ ଅନୁଗ୍ରହ ଦାନ କରନ୍ତି; ଏଣୁ ଶାସ୍ତ୍ରରେ ଉକ୍ତ ଅଛି, "ଈଶ୍ୱର ଅହଙ୍କାରୀମାନଙ୍କୁ ପ୍ରତିରୋଧ କରନ୍ତି, କିନ୍ତୁ ନମ୍ର ଲୋକମାନଙ୍କୁ ଅନୁଗ୍ରହ ଦାନ କରନ୍ତି'' ବୋଲି ଆମେ ଦେଖି ପାରିବା !ଆମକୁ ଉତ୍ତମ ରୂପେ ଜଣା ଥିବା ସେବକ ଫାରୂଶୀ ଓ କରଗ୍ରାହୀର ଦୃଷ୍ଟାନ୍ତରେ ନିଜକୁ ନିଜେ ନତ ହୋଇ ପ୍ରାର୍ଥନା କରିଥିବା କରାଗ୍ରାହୀ ହିଁ ଧାର୍ମିକ ରୂପେ ଗଣିତ ହେଲା !ଏହା (ଲୁକ:- 18:-10-14)ବାକ୍ୟରେ ଦେଖି ପାରିବା !
ପ୍ରିୟ ବନ୍ଧୁଗଣ, ଆମେ ପାପୀ ବୋଲି ସ୍ୱୀକାର କରିବାକୁ, କୃପା ପାଇବାକୁ ଆଜ୍ଞାବହତାର ଆବଶ୍ୟକତା ଅଛି !ଆମର ସତକ୍ରିୟା ଗୁଡିକର କୌଣସି ବିଷୟରେ ପ୍ରଭୁଙ୍କର ଠାରେ ଉନ୍ନତ ନୁହେଁ !ଆମ୍ଭମାନଙ୍କ ଧାର୍ମିକର କାର୍ଯ୍ୟ ମଇଳା କପଡା ସଦୃଶ୍ୟ ଅଟେ !ଗର୍ବ ଓ ଅଧିପତିକୁ ପ୍ରଶଂସା କରିବାକୁ ଆମେ କିଏ ? ଅନେକ ସମୟରେ ଆମେ ନତ ହେବାକୁ, ଆମମାନଙ୍କ କିଛି ଆତ୍ମୀୟ ଅଭ୍ୟାସ, ପାଠ, ଟଙ୍କା ଓ ପଇସା, ଧନ, ଜ୍ଞାନ, ଡିଗ୍ରୀ, ଜିନିଷ ପତ୍ର, ପଦବୀ, ସୁନ୍ଦର ଗୁଡିକ କାରଣ ଅଟେ !ଆତ୍ମୀୟ କାର୍ଯ୍ୟ ଉତ୍ତମ ଅଟେ !ପ୍ରାର୍ଥନା କରିବା, ଆରାଧନାକୁ ଯିବା, ଦାନ ଦେବା, ଆତ୍ମୀୟ ଭାବନା ଥିବା ଅତିଉତ୍ତମ ଅଟେ !କିନ୍ତୁ ତାହା ଅନ୍ୟ ବିଶ୍ୱାସୀମାନଙ୍କ ସହ ଅଥବା ସାଙ୍ଗସାଥୀ ସହ ସମତୁଳନା କରି ଆତ୍ମୀୟ ଗର୍ବ ହେବା ବିପଦ ଅଟେ !ତେଣୁ ଆମେ ଯେତେ ବଡ଼ ହୋଇଥିଲେବି, ବିଲିୟାମ କେରୀଙ୍କ ସଦୃଶ୍ୟ ନମ୍ରତାକୁ ଧାରଣ କରିବା, ମୃତ୍ୟୁ ପର୍ଯ୍ୟନ୍ତ ସେ ନତ ହୋଇଥିବା ଯୀଶୁଖ୍ରୀଷ୍ଟଙ୍କ ହସ୍ତରେ ଆମେ ନିଜକୁ ସମର୍ପିତ ହେବା !ସେ ହିଁ ଆମକୁ ଉତ୍ତମ ରୂପେ କଢାଇ ନେବେ !ଆମେନ୍ !
- ପି. ଶିୱା
ପ୍ରାର୍ଥନାର ଅଂଶ :-
ଏହି ମାସରେ ହେଉଥିବା ଭି. ଭି.ଏସ ସେବାକାର୍ଯ୍ୟରେ ନିର୍ଣ୍ଣୟ କରିଥିବା ଅନୁଯାୟୀ, ତିନି ହଜାର ଗାଁରେ ଭି. ଭି.ଏସ କରି ସମ୍ପୂର୍ଣ୍ଣ କରିବା ନିମନ୍ତେ ପ୍ରଭୁଙ୍କର କୃପା ପାଇବା ନିମନ୍ତେ ଓ ଦ୍ଵାର ଖୋଲା ହେବା ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.