By Village Missionary Movement
Sunday, 01-May-2022ଆଜିର ବାକ୍ୟ (Oriya) 02-05-2022
ସ୍ନେହରପାତ୍ର ଶୁଣ
“ଅତଏବ, ଈଶ୍ୱରଙ୍କ ମନୋନୀତ ସାଧୁ ଓ ପ୍ରିୟ ଲୋକ ହୋଇ କୋମଳ ହୃଦୟ, ଦୟା, ନମ୍ରତା, ମୃଦୁତା ଓ ଦୀର୍ଘସହିଷ୍ଣୁୁତା ପରିଧାନ କର।“ - କଲସୀୟ 3:12
ବିୟୁଟି 'ତାର ନାମ ଅନୁଯାୟୀ ସୌନ୍ଦର୍ଯ୍ୟ ଭରା ଯୁବତୀ !ତାର ସୁନ୍ଦରକୁ ଆଉ ଅତ୍ୟଧିକ ସୁନ୍ଦର କରିବା ପାଇଁ ପରିଶ୍ରମ କରି ଆନନ୍ଦ ଅନୁଭବ କରୁଥାଏ !ସେ ଯୁବତୀ ମହାବିଦ୍ୟାଳୟରେ ହେଉଥିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ସକାଳ ଠାରୁ ହିଁ ସେ ପ୍ରସ୍ତୁତ ହେଉଥାଏ !ଦେଖିବା ଲୋକଙ୍କ ଦୃଷ୍ଟିରେ ଆକର୍ଷଣ କରିବାକୁ ସେ ନିଜକୁ ନିଜେ ବଶିଭୂତ ହୋଇ ଦେଖାଇବା କିଛି ସମୟ ମଧ୍ୟରେ ବିନାଶ ହେଉଥିବା ଅଳଙ୍କାର ଜିନିଷ ସହ ତାର ମୁଖକୁ ପ୍ରସ୍ତୁତ କରୁଥାଏ !ତାର ଆକର୍ଷିତ ନୟନକୁ କଜଳ ଲଗାଇ, ଲାଲ ରଙ୍ଗୀନର ଓଠକୁ ଆଉ ଅତ୍ୟଧିକ ରଙ୍ଗୀନ ଲଗାଇ ରହିଥିବା ଝିଅଟିର କାନରେ ଏକ ରବ ଶୁଣାଗଲା !ଜନ୍ମ ହୋଇ ଅଳ୍ପ ମାସ ମଧ୍ୟରେ ପିତାମାତାଙ୍କୁ ହରାଇ, ଅସହାୟରେ ଥିବା ଏହାକୁ କାଖେଇ, ଗେଲ୍ଲୀ କରି ଲାଳନପାଳନ କରିଥିବା ପୌଶ୍ୟ ମାଁଙ୍କ ତାହା ଥିଲା ରବ !ମୃତ୍ୟୁର ରୋଗରେ ସାହାଯ୍ୟ ନିମନ୍ତେ ତାହାଙ୍କୁ ଡ଼ାକିଥିବା ସେହି ମାଁଙ୍କ ରବକୁ ଅବହେଳିତ କରି, କିଛିବି ଦୟା ନ କରି, ଚଢେଇ ସଦୃଶ୍ୟ ଉଡି ସେହି କାର୍ଯ୍ୟକ୍ରମ ନିମନ୍ତେ ମହାବିଦ୍ୟାଳୟକୁ ଚାଲିଗଲା !ସେହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ପୁରସ୍କାର ବି ଜିତିଲା !ପୁରସ୍କାର ଧରି ଘରକୁ ଆସିଥିବା ତାହାଙ୍କୁ ସେଠାରେ ଥିବା ଲୋକଙ୍କ କୋଳାହଳର କ୍ରନ୍ଦନ ଆମନ୍ତ୍ରଣ କଲା !ଶୀଘ୍ର ଘର ଭିତରକୁ ଯାଇଥିବା, ସେତେବେଳେ ପର୍ଯ୍ୟନ୍ତ ତାହାକୁ ଲାଳନପାଳନ କରି, ଗେଲ୍ଲୀ ଭାବେ ପାଳନ କରିଥିବା, ସେହି ପୌଶ୍ୟ ମାଁଙ୍କ ଶବ ଦେଖାଗଲା !କେବଳ ସେହି ଜଣେ ହିଁ ଭରସା ଥିବା ମାଁଙ୍କୁ ହରାଇ ଥିବା ମନ ବିଚଳିତ ହୋଇଗଲା !ସାହାଯ୍ୟ ନିମନ୍ତେ ଡାକିବା ବେଳେ ଧାଇଁ ଧାଇଁ ଚାଲିଯାଇ ଥିବା ବେଦନା ଏ ପର୍ଯ୍ୟନ୍ତ ପରିବର୍ତ୍ତନ ହୋଇ ନାହିଁ !କଣ ପ୍ରୟୋଜନ ? ସମୟ ବିତିଗଲା ତ !ମୃତ୍ୟୁ ହୋଇଥିବା ସିଏ, ପୁନର୍ବାର ଫେରିବ କି ?
ପ୍ରିୟ ସନ୍ତାନଗଣ, 'ସୌନ୍ଦର୍ଯ୍ୟ' କାହାକୁ ଭାବୁଚୁ ? ଗୋରା ହୋଇଥିବା, ଫେଶନ ଭାବେ, ଟ୍ରେଣ୍ଡ ରୂପେ ପୋଷାକ ପରିଧାନ କରିବା, ମେକପ ହୋଇ ଆକର୍ଷଣ ହୋଇ ଦେଖା ଯିବା କି 'ସୌନ୍ଦର୍ଯ୍ୟ' !ଉପରି ଭାଗକୁ ସୁନ୍ଦର ଭାବେ ଦେଖାଇ, ସଦାପ୍ରଭୁ ଦେଖୁଥିବା ଅନ୍ତରଙ୍ଗ ହୃଦୟର ସୁନ୍ଦରକୁ ସୁରକ୍ଷା କରି ନ ପାରି, ଅସନାରେ ହୃଦୟ ଦେଖାଗଲେ ପ୍ରୟୋଜନ କଣ ?
ଆଜିର ଦିନରେ ମଧ୍ୟ ଦରିଦ୍ରମାନଙ୍କ କ୍ରନ୍ଦନକୁ ତାଙ୍କ କାନ ଲୁଚାଇ ଆମ ନିକଟକୁ ସାହାଯ୍ୟକୁ ଆସୁଥିବା ଅପେକ୍ଷା ମୁହଁକୁ ଆଡୁଆଲରେ ରଖି, ବୃଦ୍ଧ ଲୋକଙ୍କୁ ଖାତିରି ନ କରି ରହିବା, ବଡ଼ମାନଙ୍କୁ ଅଣଦେଖା କରିବା, ବଡ଼ମାନଙ୍କର ଉପଦେଶକୁ ତୀରାସ୍କାର କରିବା ଆଜିର ସନ୍ତାନମାନଙ୍କ ଠାରେ ଅତ୍ୟଧିକ ଦେଖା ଯାଉଛି !ଜାଗତିକ ସନ୍ତାନମାନଙ୍କର , ଖ୍ରୀଷ୍ଟିଆନ ପିଲାମାନଙ୍କର ଫରକ ଅଟେ !ଖ୍ରୀଷ୍ଟିଆନ ପିଲାମାନେ, ଖ୍ରୀଷ୍ଟଙ୍କ ସଦୃଶ୍ୟ ଦେଖାଯିବା ଉଚିତ !, ନମ୍ରତା, ମୃଦୁତା ଓ ଦୀର୍ଘସହିଷ୍ଣୁୁତା ସର୍ବଦା ତାର ନିଜର କାର୍ଯ୍ୟରେ ନୁହେଁ, ଖ୍ରୀଷ୍ଟଙ୍କୁ ପ୍ରକାଶ କରିବା ପରି, ବିନଷ୍ଟ ହେଉଥିବା ତାଙ୍କ ସାଙ୍ଗସାଥୀଙ୍କ ବିଷୟରେ ବୋଝ ହୋଇ ଦେଖାଯିବା ଉଚିତ ।ଏମିତି ସୌନ୍ଦର୍ଯ୍ୟ ଗୁଣଗାରିମା ବ୍ୟକ୍ତ କରିବା ହିଁ ପ୍ରଭୁଯୀଶୁ ଆମ୍ଭଠି ଅପେକ୍ଷାରେ ଅଛନ୍ତି !ସେତେବେଳେ ହିଁ ସେ ମହିମାନ୍ୱିତ ହେବେ !ପୃଥିବୀରେ ବଞ୍ଚିବା ଜୀବନ ହିଁ ଖ୍ରୀଷ୍ଟିଆନ ଜୀବନ ନୁହେଁ !ପୃଥିବୀ ନିମନ୍ତେ ଆମେ ଜୀବନଯାପନ ନ କରି, ଖ୍ରୀଷ୍ଟଙ୍କ ନିମନ୍ତେ ବଞ୍ଚିବା ହିଁ ଆମ ଲକ୍ଷ୍ୟ ରୂପେ ରହିବା !
- ଶ୍ରୀମତୀ ବାସନ୍ତି ରାଜ ମୋହନ
ପ୍ରାର୍ଥନାର ଅଂଶ :-
ଏହି ମାସ ସାରା ହେଉଥିବା ସେବା କାର୍ଯ୍ୟରେ ସଦାପ୍ରଭୁଙ୍କର ହସ୍ତ ସହଯୋଗ ଏବଂ ପରମେଶ୍ୱର ତାହାଙ୍କ ମହିମା ପ୍ରକାଶ କରିବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.