By Village Missionary Movement
Friday, 29-Apr-2022ଆଜିର ବାକ୍ୟ (Oriya) 29-04-2022
ଜିହ୍ୱାର ଶକ୍ତି
"ମରଣ ଓ ଜୀବନ ଜିହ୍ୱାର ଅଧୀନ;...." - ହିତୋପଦେଶ 18:21
ମୁଁ ମୋର ସେବା ସ୍ଥାନରୁ ମୋର ପରିବାର ନିକଟକୁ ମୋ ନିଜର ଗାଁକୁ ଗଲି !ମୁଁ ଆମ ଗାଁ ଆସିଲି ବୋଲି ଜାଣି, ମୋର ଜଣେ ସାଙ୍ଗ ଅନ୍ୟ ଗାଁରୁ ମୋତେ ଦେଖିବା ନିମନ୍ତେ ମୋ ପାଖକୁ ଆସିଲା !ଦିନ ସାରା ମୋ ସହ କଥାବାର୍ତ୍ତା କରି ସନ୍ଦ୍ୟା ସମୟରେ ତାଙ୍କ ଘରକୁ ଯିବା ନିମନ୍ତେ ବାହାରିଲା !ମୁଁ ହିଁ ମୋ ବାଇକରେ ବସଷ୍ଟାଣ୍ଟ ପର୍ଯ୍ୟନ୍ତ ନେଇକି ଗଲି !ମୋର ବାଇକଟି ପୁରୁଣା ହୋଇଥିବା ହେତୁ ହର୍ନ ସମାନ ଶବ୍ଦ ହୁଏ ନାହିଁ !ଲାଇଟ ମଧ୍ୟ ଅତ୍ୟନ୍ତ ମଳିନରେ ଜଳେ !କାହିଁକିନା ବାଇକରେ ବ୍ୟାଟେରୀ ଡେଡ଼ ହୋଇଯାଇଛି !ଏହା ଦେଖି ମୋ ସାଙ୍ଗ ପଚାରିଲା, ତୁମେ ପୁନର୍ବାର ଘରକୁ କେମିତି ଫେରିବ ? ବାଇକର ଅବସ୍ଥା ଦେଖି ସେ ତଦ୍ରୁପ ପଚାରିଲା !ସେତେବେଳେ ମୁଁ କହିଲି, ଏବେ ତୁମେ ମୋ ସହ ଅଛ, କିନ୍ତୁ ମୁଁ ଫେରିବା ବେଳେ ଯୀଶୁ ବାପା ହିଁ ମୋ ବାଇକ ଚଳାଇବ !ତାଙ୍କୁ ବସଷ୍ଟାଣ୍ଟରେ ଓଲାଇ ଦେଲି !ସେ ଯିବାବାକୁ ଥିବା ବସ ମଧ୍ୟ ଆସିଗଲା !ସେ ବସରେ ବସି ଚାଲିଗଲେ !ମୁଁ ମଧ୍ୟ ମୋ ବାଇକକୁ ଷ୍ଟାଟ କରି ଘରକୁ ଯାଉଥାଏ !ଅଳ୍ପ ବାଟ ଗଲାପରେ ଦେଖି ଜାଣି ପାରିଲି, ଲାଇଟ ବହୁତ ଭଲରେ ଜଳୁଛୁ !ସେତେବେଳେ ହିଁ ମୁଁ ଜାଣି ପାରିଲି ପରମେଶ୍ୱର ଆମ ଛୋଟ ଛୋଟ କଥାକୁ କେତେ କଠିନ କରୁଛନ୍ତି !ସେଥିପାଇଁ ଆମ ମୁଖରୁ ଛୋଟ କାର୍ଯ୍ୟ ହେଉକି ମହାନ କାର୍ଯ୍ୟ ହେଉ ଆମ କଥା ଦ୍ଵାରା ତାଙ୍କୁ ମହିମାନ୍ୱିତ କରିବା ଉଚିତ !ଆମେ ତାହାଙ୍କୁ ମହିମାନ୍ୱିତ କଲାବେଳେ, ସେ ମଧ୍ୟ ଆମ କଥାକୁ ମହିମାନ୍ୱିତ କରିବେ !
ଯଦି ଆଉ ଆମେ ଅଧିକା ଦେଖିବା, ତେବେ ପବିତ୍ର ବାଇବଲ କହୁଛି, ଆମ ମୁଖରୁ ଆଶୀର୍ବାଦ ଓ ଅଭିଶାପରର ବାକ୍ୟ ବାହାରେ !ଜିହ୍ୱା ବିଷୟରେ ଏପରି ଆମେ ଅନେକ ବିଷୟରେ ପଡି ପାରିବା !କିନ୍ତୁ ଆମ୍ଭେ ଅନେକ ସମୟରେ ଏହି ବିଷୟରେ ଜାଣି ଜିହ୍ୱାକୁ ଉପଯୋଗ କରି ଆମ୍ଭ ମନରେ ଥିବା କଥାକୁ କହି ଅନ୍ୟକୁ ଆଘାତ କରି, ଅଯଥା କଥା କହୁ ଥାଉ !ଆମ୍ଭେ ହେଉଥିବା ପ୍ରତ୍ୟେକ କଥାର ଅର୍ଥ ଓ ଶକ୍ତି ଅଛି !ଆମ୍ଭେ ତାହା ବିଷୟରେ ପରମେଶ୍ୱରଙ୍କ ଠାରେ ଗଣନା ଦେବାକୁ ପଡ଼ିବ !
ତେଣୁକରି ପ୍ରିୟ ବନ୍ଧୁଗଣ, ଆମ୍ଭେ ଆମ୍ଭର ମୁଖନିଃଶୃତ ବାକ୍ୟକୁ ଜାଗ୍ରତରେ ସୁରକ୍ଷା କରିବା !ଆମ୍ଭ କଥାକୁ ସଦାପ୍ରଭୁ ଅଭିବୃଦ୍ଧି କରିବା ସଦୃଶ୍ୟ, ତାହାଙ୍କ ପ୍ରଶଂସା କରିବା ସଦୃଶ୍ୟ, ତାହାଙ୍କ ନାମକୁ ମହିମାନ୍ୱିତ କରିବା ସଦୃଶ୍ୟ ରହିବାକୁ ଦେବା !ସଦାପ୍ରଭୁ ଆମକୁ କରିଥିବା ଉପକାର ବିଷୟରେ ତାହାଙ୍କୁ ଅଭିନନ୍ଦନ କରିବା !ସ୍ବର୍ଗୀୟ ରାଜ୍ୟକୁ ନିଜର କରିବା !ହାଲେଲୁୟା !
- ପି. ଯୋହନ ଥୋମାସ
ପ୍ରାର୍ଥନାର ଅଂଶ :-
ଚାପେଲଗୁଡିକ ଶୀଘ୍ର ନିର୍ମାଣ ନିମନ୍ତେ ଏବଂ ଆବଶ୍ୟକତା ପାଇବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.