Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 25-04-2022
Share:

By Village Missionary Movement

Monday, 25-Apr-2022

ଆଜିର ବାକ୍ୟ (Oriya) 25-04-2022

 

ବିଶ୍ୱସ୍ତ ଏବଂ ଅଭିବୃଦ୍ଧି 

 

“ଯେ ଅତି ଅଳ୍ପ ବିଷୟରେ ବିଶ୍ୱସ୍ତ, ସେ ବହୁତ ବିଷୟରେ ମଧ୍ୟ ବିଶ୍ୱସ୍ତ ଅଟେ, ପୁଣି, ଯେ ଅତି ଅଳ୍ପ ବିଷୟରେ ଅବିଶ୍ୱସ୍ତ ସେ ବହୁତ ବିଷୟରେ ମଧ୍ୟ ଅବିଶ୍ୱସ୍ତ ।“ - ଲୂକ 16:10

 

1862 ମସିହାରେ ଆମେରିକାରେ ଦେଶୀୟ ଯୁଦ୍ଧ ହେଲା !ସେତେବେଳେ ରୋବଟ ଇଲି ନାମକ ଜଣେ ଆମେରିକାର ଉତ୍ତର ଅଞ୍ଚଳ ଆକ୍ରମଣ କରିବାକୁ ଯୁଦ୍ଧ କଲା !ତାହାଙ୍କ ବିରୁଦ୍ଧରେ ତାଙ୍କ ଦେଶ ସୁରକ୍ଷା ଦେବାକୁ କାର୍ନାଲ ହିଆସ ତାଙ୍କ ଦୋଳ ସହ ଯୁଦ୍ଧରେ ଅଂଶ ଗ୍ରହଣ କଲାବେଳେ, ସମୟ ଦିନ ବିତୁଥିବା ବେଳେ ଯୁଦ୍ଧ ସୈନିକମାନେ ଭୋକିଲା ହୋଇଗଲେ !ସେତିକିବେଳେ ତାଙ୍କ ଜୀବନକୁ ଖାତିରି ନ କରି ଉଣେଇଶ ବର୍ଷ ବୟସ ବିଲି ନାମକ ଜଣେ ଯୁବକ ଭୋଜନ କରିବାକୁ ଗରମ ଗରମ ଖାଦ୍ୟ, ପିଇବା ପାଣି ଜାହାନରେ ଯୁଦ୍ଧ କ୍ଷେତ୍ରକୁ ନେଇକି ଗଲା !ହାଲିଆ ହୋଇଥିବା ଯୁଦ୍ଧ ସୈନିକ ଏହାର ଧୌର୍ଯ୍ୟକୁ ଆଚର୍ଯ୍ୟ ହୋଇ, ସେ ଆଣିଥିବା ଖାଦ୍ୟକୁ ଶୀଘ୍ର ଭୋଜନ କରି, ଗରମ ଥିବା ପାନୀୟକୁ ସେବନ କରି ପୁନଃଜୀବନ ପାଇଲେ !ଏହି ବିଷୟରେ ଶୁଣିଥିବା କାର୍ନାଲ ହିଆସ, ବିଲିକୁ ବଡ଼ ପଦବୀ ଦେଲେ !ଏହି କାର୍ନାଲ ହିଆସ ତାପରେ ଆମେରିକାର ଉଣେଇଶତମ ଅଧିକାରୀ ଭାବେ ରୁଦାର ଫୋର୍ସ ହିଆସକୁ, ତାଙ୍କ ପରେ କୋଡିଏତମ ଅଧିକାରୀ ଭାବେ ପଦବୀରେ ଥିବା ବିଲିଏମସ ମାର୍କକୁ, ଇଏ କେହି ନୁହେଁ, ସେ ଦିନ ଯୁଦ୍ଧ ସୈନିକଙ୍କୁ ସଠିକ ସମୟରେ ଏହାର ଯୋଗାଇ ଥିବା ବିଲି ଅଟେ !

 

ହେଏରସ ବିଲିଙ୍କ ବିଷୟରେ ଯୌବନରେ ଥିବାବେଳେ ଗୋଟେ କାମ ଦାଇତ୍ୱ ଦେଲେ ରାତିଦିନ ନ ଦେଖି ସେ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରେ !ଶୀତ, କାକର, ବର୍ଷା, ତୋଫାନ ଏମିତି କିଛି ତାର କାର୍ଯ୍ୟକୁ ବାଧା ଦିଏ ନାହିଁ !ଅସମ୍ଭବ ସମୟରେ ଦାଇତ୍ୱ ଦେଇଥିବା କାର୍ଯ୍ୟକୁ ସଠିକ ସମୟରେ କରିବା ପରି ଅଛନ୍ତି ବୋଲି କହିଲେ !

 

ଦାଉଦ ତାଙ୍କ ମେଷ ଗୁଡିକୁ ନ୍ୟାୟରେ ଚରାଇ ଭାଲୁ, ସିଂହ ଦାଉରୁ ସୁରକ୍ଷା ଦେଇଥିବା ଦେଖି,"ଏହୋବା" ତାଙ୍କ ପ୍ରଜାଙ୍କୁ ପ୍ରତିପୋଷଣ କରିପାରିବ ବୋଲି ଇଶ୍ରାଏଲଙ୍କ ପ୍ରତି ରାଜା କଲେ !ଆଜି ଆମକୁ ଦାଇତ୍ୱ ଦେଇଥିବା କାର୍ଯ୍ୟ ସର୍ବଦା ଛୋଟ ହୋଇ ଥାଇପାରେ !ବେଳେବେଳେ ଆମେ ବହୁତ କଠିନ ପରିଶ୍ରମ କରି, ନ୍ୟାୟରେ କରିଥିବା କାର୍ଯ୍ୟକୁ, ଏହି ପୃଥିବୀରେ ସଠିକ ମାନ୍ୟତା ଥାଇ ନ ପାରେ !ପୃଥିବୀରେ ଭାରତ ଦେଶକୁ କଠିନ ପରିଶ୍ରମ କରିଥିବା ବ୍ୟକ୍ତିଗଣ ବୋଲି ସୁନାମ ଥିବାବେଳେ, କାର୍ଯ୍ୟକ୍ଷେତ୍ରରେ ତଦଅନୁଯାୟୀ ଅଭିବୃଦ୍ଧି ମିଳୁନି !ତେଣୁକରି ସେସବୁକୁ ମନରେ ନ ରଖି, ସଦାପ୍ରଭୁ ଆମକୁ ଅନୁଧ୍ୟାନ କରୁଛନ୍ତି ବୋଲି ଆଲୋଚନାରେ ସର୍ବଦା କାର୍ଯ୍ୟ କରିବା !ପାଉଲଙ୍କ ବାକ୍ୟ ଅନୁଯାୟୀ, ମନୁଷ୍ୟକୁ ସନ୍ତୋଷଭାଜନ ନ ହୋଇ ପରନ୍ତୁ ଖ୍ରୀଷ୍ଟଙ୍କ ଦାସ ବୋଲି ଗ୍ରହଣ କରି ଭୟ ଓ ଭକ୍ତିରେ ସେବା କରନ୍ତୁ !

- ଭାଇ ହାଣିଷ ଶାମୂଏଲ 

 

ପ୍ରାର୍ଥନାର ଅଂଶ :-

ଗେତସମଣି କ୍ୟାମ୍ପସରେ ହେଉଥିବା ସିମେଣ୍ଟ କାର୍ଯ୍ୟରେ ଅଂଶଗ୍ରହଣ କରୁଥିବା ପ୍ରତ୍ୟେକ ଜଣକୁ ଇଶ୍ୱର ଆଶୀର୍ବାଦ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet casibom bets10 extrabet royalbet süperbetin casibom giriş casibom jojobet giriş casibom milanobet piabellacasino betpas bahiscasino atlasbet betpas casinoroyal bahiscasino ngsbahis betplay holiganbet jojobet casibom holiganbet jojobet casibom vaycasino romabet