Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 21-04-2022
Share:

By Village Missionary Movement

Thursday, 21-Apr-2022

ଆଜିର ବାକ୍ୟ (Oriya) 21-04-2022

 

ଦୁଃଖକୁ ସହ୍ୟ କରିବା 

 

“ଯଦି ଆମ୍ଭେମାନେ ଧୖେର୍ଯ୍ୟ ଧରି ସହ୍ୟ କରୁ, ତେବେ ତାହାଙ୍କ ସହିତ ମଧ୍ୟ ଶାସନ କରିବ; ଯଦି ଆମ୍ଭେମାନେ ତାହାଙ୍କୁ ଅସ୍ୱୀକାର କରୁ, ତେବେ ସେ ମଧ୍ୟ ଆମ୍ଭମାନଙ୍କୁ ଅସ୍ୱୀକାର କରିବେ” - ୨ ତୀମଥି 2:12

 

ଇଂଲଣ୍ଡ ଦେଶରେ ଜନ୍ମ ହୋଇଥିବା ବିଲିୟାମ, ସେ ଶ୍ରୀଲଙ୍କାରେ ସେବା କାମ କରିବାକୁ କିଛି ଲୋକଙ୍କ ଆବଶ୍ୟକ ବୋଲି ଶୁଣି ସେ ନିଜକୁ ସମର୍ପିତ ହେଲା !ପରମେଶ୍ୱର ତାକୁ ଦେଇଥିବା ସେବା କାର୍ଯ୍ୟରେ ହାତକୁ ହାତ ମିଳନ କରିବା ସ୍ତ୍ରୀକୁ ବିବାହ କଲା !ତାଙ୍କ ସ୍ତ୍ରୀ ଏବଂ ଆଉ କେତେକ ପରିବାର ସହ ମିଶି ଜାହାଜରେ ଯାତ୍ରା କରୁଥାନ୍ତି !ଅକସ୍ମାତରେ ପବନ ଓ ତୋଫାନ ଜାହାଜକୁ ଟଳମଳ କଲା !ଅନେକ ଲୋକ ଆଘାତ ହେଲେ !ବିଲ୍ଲିୟାମ ଆଲଟୋଙ୍କ ସ୍ତ୍ରୀ ଶାରୀରିକ ଅବସ୍ଥା ବାଧା ଦେଲା !ଚିକିତ୍ସା ଅଭାବ ହେତୁ ସେ ମୃତ୍ୟୁ ହୋଇଗଲା !ମନ ଦୁଃଖରେ ତାଙ୍କ ସ୍ତ୍ରୀର ଶବକୁ ସମୁଦ୍ରରେ ଫିଙ୍ଗିଦେଇ, ବିଲ୍ଲିୟାମ ଯାତ୍ରା ଆରମ୍ଭ କଲେ !ଦୁଃଖରେ ଶ୍ରୀଲଙ୍କାକୁ ଆସିଲା !ସୁସମ୍ପର୍ଣ୍ଣ ହୋଇ ଜୀବନଯାପନ କରିଥିବା ସେ ଶ୍ରୀଲଙ୍କାର କୁଡ଼ିଆ ଘରେ ଖାଦ୍ୟ ଅଭାବରେ, ତାମିଲି ଭାଷାକୁ ଦୁଇ ମାସରେ ଶିଖିଲା !ଆଉ ଆଠ ମାସରେ ଆଠଟି ଗାଁରେ ବିଦ୍ୟାଳୟ, ଡାକ୍ତରଖାନା ସ୍ଥାପନ କଲା !ବିଲ୍ଲିୟାମଙ୍କ ଜୀବନରେ ଅନେକ ସଂଗ୍ରାମ ଏବଂ ଦୁଃଖ ଥିଲେବି ପଛକୁ ନ ଫେରି, ବଚସା ନ କରି, ଥକି ନ ଯାଇ, ସଂକୋଚିତ ନ ହୋଇ ଥିଲା !ଆଜି ଅନେକ ଲୋକ ଚାକିରୀ କ୍ଷେତ୍ରରେ, ପରିବାରରେ, ସେବାକାର୍ଯ୍ୟରେ, ଦୁଃଖ ଓ ସଂଗ୍ରାମ ଆସିଲେ, ଏହି କାମ ଦରକାର ନାହିଁ, ଏହି ସେବା କାମ ଆବଶ୍ୟକ ନାହିଁ କହି ସଙ୍କୋଚ ହୁଅନ୍ତି !ଯଦି ଏହା ନାହିଁ ଅନ୍ୟ ଚାକିରୀ, ଅନ୍ୟ ସ୍ଥାନ କହି ଚାଲିଯାଉଛନ୍ତି !ପବିତ୍ର ବାଇବଲରେ ପରମେଶ୍ୱରଙ୍କ ନିମନ୍ତେ ମହାନ କାର୍ଯ୍ୟ କରିଥିବା ଏଲିୟ, ଜୁନସ, ଏମାନେ ଜୀବନରେ ଦୁଃଖ ଓ ସଂଗ୍ରାମ ଆସିବା ବେଳେ ମୋ ପ୍ରାଣ ନିଅ, ମୋତେ ଆଉ ବଂଚିବାର ଇଚ୍ଛା ନାହିଁ ମୋତେ ମାରି ଦିଅ ବୋଲି ପ୍ରାର୍ଥନା କଲେ !କିନ୍ତୁ ଯୀଶୁଖ୍ରୀଷ୍ଟ ମନୁଷ୍ୟ ରୂପେ ଆସି ମୁଣ୍ଡ ଗୂଂଚିବାକୁ ମଧ୍ୟ ସ୍ଥାନ ନ ଥାଇ ଜୀବନଯାପନ କରି, କୃଶର ମରଣ ବିଷୟରେ ଜାଣି ସୁଧା ସେ ଗ୍ରହଣ କରି, ଆମ୍ଭ ନିମନ୍ତେ ଦୁଃଖ ଅନୁଭବ କରି ମୃତ୍ୟୁ ବରଣ କଲେ !

 

ପ୍ରିୟ ବନ୍ଧୁଗଣ, ତୁମ୍ଭକୁ ଦିଆ ଯାଇଥିବା କାର୍ଯ୍ୟ, ପଦବୀ, ସେବାକାର୍ଯ୍ୟରେ ସମସ୍ୟା, ସଂଗ୍ରାମ, ଦୁଃଖ ଥିବ !ତେଣୁକରି ତାହାକୁ ଘୃଣା କରି,ବଚସା ନ କରି, ସଙ୍କୋଚନ ନ ହୋଇ ଇଶ୍ୱରଙ୍କଠୁ ଶକ୍ତି ପାଇ ଦୌଡକୁ ଜାରି ରଖିବା, ଦୁଃଖ, ତାଡନା ସହ୍ୟ କରିଥିବା ଖ୍ରୀଷ୍ଟଙ୍କୁ ମୁଣ୍ଡ ନୁଆଁଇ, ଆଗକୁ ବଢ଼ିବା !ନିଚୟ ସ୍ୱର୍ଗ ରାଜ୍ୟରେ ଉର୍ନ୍ନତି ସ୍ଥାୟୀ ପାଇବା !

- ଶ୍ରୀମତୀ ଆଣଭି ଜ୍ୟୋତି ଷ୍ଟାଲିନ୍

 

ପ୍ରାର୍ଥନାର ଅଂଶ :-

ଆମ ସହଯୋଗୀ ମିଶିନାରୀ ମାନେ ସେବା କରୁଥିବା ଚର୍ଚ୍ଚ ନ ଥିବା ଗାଁଗୁଡିକରେ ଚର୍ଚ୍ଚ ନିର୍ମାଣ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet casibom bets10 extrabet royalbet süperbetin casibom giriş betcio jojobet giriş casibom milanobet piabellacasino betpas bahiscasino atlasbet betpas casinoroyal bahiscasino ngsbahis betplay holiganbet jojobet casibom holiganbet jojobet casibom vaycasino romabet