Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 20-04-2022
Share:

By Village Missionary Movement

Tuesday, 19-Apr-2022

ଆଜିର ବାକ୍ୟ (Oriya) 20-04-2022

 

ଯାହା ଅଛି ଯଥେଷ୍ଟ 

 

“ଈଶ୍ୱରପରାୟଣତା ସନ୍ତୋଷଭାବଯୁକ୍ତ ହେଲେ ପ୍ରକୃତରେ ବିଶେଷ ଲାଭଜନକ;” - ୧ ତୀମଥି 6:6

 

ଜଣେ ଶିଳ୍ପୀ ଏକ ବଡ଼ ପଥର କାଢି,ସେଥିରେ ମୂର୍ତ୍ତି ଖୋଦିତ କରିବାକୁ ଆରମ୍ଭ କଲା !ମୁଣ୍ଡରେ ସୂର୍ଯ୍ୟ କିରଣ ବାଜିବା ଦ୍ଵାରା,ଶିଳ୍ପୀ ଭାବିଲା, ଛି ଏ କି ଜୀବନ, କେବେ ଦେଖିଲେ ବି, ଏହି ଖରାରେ ଠିଆ ହୋଇ ହାତୁଡି ସହ ଖୋଦିତ କରୁଥାଏ !ମୋତେ ଅନ୍ୟ ଗୋଟିଏ ଉତ୍ତମ କାମ ଅବା ସହଜରେ ଅଧିକା ରୋଜଗାର ହେଲେ ଅତି ଉତ୍ତମ ହୋଇଥାନ୍ତା !ସେତିକି ବେଳେ ସେହି ଦେଶର ରାଜା ଘୋଡାରେ ଆସିବା ଦେଖିଲା !ତେବେ ସେ ଆଲୋଚନା କଲା, ଯଦି ମୁଁ ଏହି ରାଜାଙ୍କ ପରି ଥାନ୍ତି, କେତେ ଭଲ ହୋଇଥାନ୍ତା !କେତେ ଆଚର୍ଯ୍ୟ, ସେ ସଙ୍ଗେ ସଙ୍ଗେ ରାଜାଙ୍କ ସଦୃଶ୍ୟ ହୋଇଗଲା !ସେ ଘୋଡାରେ ଯାତ୍ରା କରୁଥିବା ବେଳେ ସୂର୍ଯ୍ୟ କିରଣ ପ୍ରଖର ଭାବେ ତାଙ୍କ ଉପରକୁ ପଡ଼ିବା ଦ୍ଵାରା ଏଇ ସୂର୍ଯ୍ୟ ହିଁ ରାଜାଙ୍କ ଠାରୁ ମହାନ ବୋଲି ଭାବିବା ସଙ୍ଗେ ସଙ୍ଗେ, ସେ ସୂର୍ଯ୍ୟ ପରି ହୋଇଗଲା !ତଦ୍ରୁପ ସୂର୍ଯ୍ୟ ପରି ପ୍ରକାଶିତ ହେବା ବେଳେ ଖଣ୍ଡିଏ ମେଘ ଆସି ପୃଥିବୀରେ ବର୍ଷା କରାଇଲା !ବର୍ଷା ହେବା ହେତୁ, ପାଣି ବହୁଥିବା ବେଳେ ଗୋଟିଏ ବଡ଼ ପଥର ଛଡା ଆଉ ଅନ୍ୟ ସବୁ ପଥର ସେହି ପାଣିରେ ଭାସି ଯାଉଥାଏ !ସଙ୍ଗେ ସଙ୍ଗେ ସେ ଶିଳ୍ପୀ ଭାବିଲା, ଆହା ଏଇ ପଥର ବହୁତ ଶକ୍ତିଶାଳୀ ଯାହା ଆସିବାରୁ ମଧ୍ୟ ଘୁଞ୍ଚିଲା ନାହିଁ !ଏମିତି ଭାବିବା କ୍ଷଣି ସେ ଶିଳ୍ପୀ ଏକ ବଡ଼ ପଥର ହୋଇଗଲା !ତେବେ ଅନ୍ୟ ଜଣେ ଶିଳ୍ପୀ ଆସି ଗୋଟିଏ ହାତୁଡି ଆଣି ସେହି ପଥରକୁ ଖୋଦିତ କରିବାକୁ ଆରମ୍ଭ କଲା ବେଳେ, ସେ ଶିଳ୍ପୀର କାମ କେତେ ମହାନ ଅଟେ ବୋଲି ଭାବିଲା !ସେ କରିଥିବା କାମକୁ, ସଦାପ୍ରଭୁ ତାକୁ ଦେଇ ଥିବା ସ୍ଥାନକୁ ପୁନର୍ବାର ସେ ଖୁସିରେ ଗ୍ରହଣ କଲା !

 

ପବିତ୍ର ବାଇବଲରେ ପ୍ରେରିତ ପାଉଲ ତାଙ୍କ ପତ୍ରରେ, ଈଶ୍ୱରପରାୟଣତା ସନ୍ତୋଷଭାବଯୁକ୍ତ ହେଲେ ପ୍ରକୃତରେ ବିଶେଷ ଲାଭଜନକ ବୋଲି ଲେଖୁଛନ୍ତି !ଅର୍ଥାତ ତୁମ ଠାରେ ଯାହା ଅଛି ତାହା ଯଥେଷ୍ଟ ବୋଲି ଭାବନ୍ତୁ ବୋଲି କହୁଛନ୍ତି !

 

ଏହା ପଡ଼ୁଥିବା ପ୍ରିୟ ବନ୍ଧୁଗଣ, ତୁମ୍ଭ ଠାରେ ଯାହା ଅଛି ତାହା ଯଥେଷ୍ଟ ବୋଲି ଭାବନ୍ତୁ !ଯୀଶୁଖ୍ରୀଷ୍ଟ ଦେଇଥିବା ଆଶୀର୍ବାଦ ହୋଇଥାଇ ପାରେ, ପରିବାର ହୋଇଥାଇ ପାରେ, ବନ୍ଧୁବାନ୍ଦବ ହୋଇଥାଇ ପାରେ, ତୁମ୍ଭ ନିମନ୍ତେ ସେ ଦେଇଥିବାଟାକୁ ଯଥେଷ୍ଟ ବୋଲି ଭାବନ୍ତୁ !ତୁମ୍ଭଠାରେ ଯାହା ନାହିଁ ସେଥିପାଇଁ ବାଧା, ସଙ୍କୋଚନ କର ନାହିଁ !ଯାହା ଅଛି ସେଥିରେ ଯଥେଷ୍ଟ ବୋଲି ଭାବନା କରି କୃତଜ୍ଞତା ଜଣାଅ, ତୁମ୍ଭ ଭାବନାର ବାହାରେ ଆଶୀର୍ବାଦରେ ସଦାପ୍ରଭୁ ତୁମ୍ଭଙ୍କୁ ଭରିବ !ଆମେନ !

- ଶ୍ରୀମତୀ ଶକ୍ତି ଶଙ୍କର ରାଜ 

 

ପ୍ରାର୍ଥନାର ଅଂଶ '-

ଅଫିସ କାର୍ଯ୍ୟରେ ଥିବା ପ୍ରତ୍ୟେକ ଜଣକୁ ଇଶ୍ୱର ବିଶେଷ ଜ୍ଞାନରେ ପରିପୂର୍ଣ୍ଣ କରି ବ୍ୟବହାର କରିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al