By Village Missionary Movement
Monday, 18-Apr-2022ଆଜିର ବାକ୍ୟ (Oriya) 18-04-2022
ଭଲ ହେବାକୁ ଇଚ୍ଛା କରୁଅଛ କି ?
“ଯୀଶୁ ତାକୁ ପଡ଼ିରହିଥିବା ଦେଖି ବହୁକାଳର ରୋଗୀ ବୋଲି ଜାଣି ତାକୁ ପଚାରିଲେ, ତୁମ୍ଭେ କ'ଣ ସୁସ୍ଥ ହେବାକୁ ଇଚ୍ଛା କରୁଅଛ ?” - ଯୋହନ 5:6
ଏହି ପତ୍ର ପଡ଼ୁଥିବା ଆପଣମାନଙ୍କୁ ଗୋଟିଏ ପ୍ରଶ୍ନ ପଚାରିବି !ଭଲ ହେବାକୁ ଚାହୁଁଛ କି ? ଆରେ କଣ ଏମିତି ପ୍ରଶ୍ନ ପଚାରୁଚ ? କାହାକୁ ଭଲରେ ରହିବାକୁ ଆଶା ନ ଥିବ ଏମିତିତ କହିବ !ଦିନେ ସୁପର ମାର୍କେଟକୁ ଯାଇ ଫେରିବା ବେଳେ, ଗୋଟିଏ ଗୋଳି ପାଖରେ ଅନେକ ଭିକାରୀ ଭିକ୍ଷା ମାଗୁଥାନ୍ତି !ସେମାନଙ୍କୁ ଦେଖି ତାଙ୍କ ଠାରୁ ଢ଼େଇ ଆସିଯିବି ବୋଲି ଭାବିବା ସମୟରେ, ଶେଷରେ ବସିଥିବା ଜଣେ ବ୍ୟକ୍ତି ବିକଳ ହୋଇ ଭିକ ମାଗୁଥାଏ !କଣ ବୋଲି ଧ୍ୟାନ ସହକାରେ ଦେଖୁଥିଲି !ସେହି ବ୍ୟକ୍ତି ଜଣକ ଚିରା ପୋଷାକକୁ ଅଳ୍ପ ଉପରକୁ ଟେକି ଦେଖାଉଚି, କେତେ ଖୁର !ତାହାର ଗୋଡ଼ରେ ପଚାସଡା ଘା, ହାଡ଼ ଦେଖା ଯାଉଛି !ମୁଁ ସେହି ଘଟଣାକୁ ଦେଖି ପାରିଲି ନାହିଁ !ସେହି ଘା ଦେଖାଇ ସେ ଭିକ ମାଗୁଥାଏ !ମୁଁ ତାର ନିକଟକୁ ଯାଇ କହିଲି, ବାପା ମୁଁ ଜଣେ ଡାକ୍ତର, ମୁଁ କାମ କରୁଥିବା ଡାକ୍ତରଖାନା ନିକଟରେ ଅଛି, ଆସ ମୁଁ ତୁମକୁ ସାହାଯ୍ୟ କରିବି !ସେତେବେଳେ ସେ ବ୍ୟକ୍ତି ଜଣକ କହିଲା, ମୁଁ ମୋର ଘା ଦେଖାଇ ଭିକ ମାଗୁଛି, ଯଦି ତାହା ଭଲ କରିଦେବ ତେବେ ମୁଁ ଖାଦ୍ୟ ନିମନ୍ତେ କଣ କରିବି ? ଏହା ପଡୋଶୀରେ ଥିବା ଅନ୍ୟ ଭିକାରୀକୁ କହି ହସୁଥାଏ !
ଆମ୍ଭେମାନେ ମଧ୍ୟ ଏମିତି ଅବସ୍ଥାରେ ହିଁ ଆଜି ପର୍ଯ୍ୟନ୍ତ ରହିଛୁ !ଅଠତିରିଶ ବର୍ଷ ରୋଗାଗ୍ରସ୍ଥ ମଣିଷକୁ ଦେଖି, ଯୀଶୁ ପଚାରିଲେ, ତୁମ୍ଭେ କଣ ସୁସ୍ଥ ହେବାକୁ ଇଚ୍ଛା କରୁଅଛ ? ଇଚ୍ଛାକୁ, ଆଶାକୁ ପୂରଣ କରିବାକୁ ହିଁ ସେ ଆଶା କରୁଛନ୍ତି !
ଆଜି ଆପଣମାନେ ପଡ଼ୁଥିବା ଆପଣମାନଙ୍କୁ ତୁମ୍ଭେ ସୁସ୍ଥ ହେବା ଉଚିତ, ଉତ୍ତମ ରୂପେ ପଡିବା ଉଚିତ, ଯୀଶୁଙ୍କ ସକାଶେ ପବିତ୍ରତାରେ ଜୀବନଯାପନ କରିବା ଉଚିତ ବୋଲି କେଉଁ କେଉଁ ଆଶା ଅଛି ? ଯଦି ଅଠତିରିଶ ବର୍ଷ ରୋଗରେ ଥିବା ସେହି ରୋଗୀ ବିରକ୍ତିରେ ସୁସ୍ଥତା ହେବାକୁ ଆଶା ନ ଥିବା ହୋଇଥାଇ ପାରେ !ତୁମ୍ଭ ହୃଦୟ ବିଦାରକକୁ ଯୀଶୁ ଜାଣି ପଚାରୁଛି, କଣ ତୁମେ ସୁସ୍ଥ ହେବାକୁ ଇଚ୍ଛା କରୁଚ କି ? ତୁମ୍ଭର ଆଶା, ହୃଦୟ ବିଦାରକ ପୂରଣ କରିବାକୁ ହିଁ ସେ ତୁମ୍ଭ ହୃଦୟର କବାଟ ମାରୁଛି !ପୁଅ ଓ ଝିଅମାନେ ତୁମ୍ଭକୁ କଣ ଆବଶ୍ୟକ ବୋଲି ଆଶା କରୁଛୁ ? ତୁମ୍ଭ ନିମନ୍ତେ କବାଟ ନିକଟରେ ଜଗି ଅଛି !ଏବେ ହିଁ ତୁମ ହୃଦୟର କବାଟ ଖୋଲିବ କି ବୋଲି ପିତା ତୁମ ଇଚ୍ଛା ଶୁଣିବାକୁ ଆଶା କରୁଛି !ତୁମ୍ଭେ ମଧ୍ୟ ତୁମର ଇଚ୍ଛାକୁ ଜଣାଅ, ଡେରି କର ନାହିଁ !
- ଭଉଣୀ ବିଶାଳୀ
ପ୍ରାର୍ଥନାର ଅଂଶ :-
ଅଫିସ କାର୍ଯ୍ୟ ନିମନ୍ତେ ଟାଳି, ଡିଜାଇନିଙ୍ଗ କାମରେ ଅନୁଭୂତି ଥିବା ବ୍ୟକ୍ତି ସଦାପ୍ରଭୁ ଆମ ନିକଟକୁ ପଠାଇବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.