By Village Missionary Movement
Sunday, 17-Apr-2022ଆଜିର ବାକ୍ୟ :-17-04-2022(ବିଶେଷକରି ଛୋଟପିଲାଙ୍କୁ)
ଖ୍ରୀଷ୍ଟଙ୍କ ସଦୃଶ୍ୟ
କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର, ପୁଣି, ଯେଉଁମାନେ ତୁମ୍ଭମାନଙ୍କୁ ତାଡ଼ନା କରନ୍ତି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କର,
( ମାଥିଉ 5:44 )
ହାଇ ସାଥୀ, ଆଜିର ବିଶେଷତ୍ଵ କଣ ଜାଣିଛ କି ? ପୁନରୁଥାନ, ଯୀଶୁଖ୍ରୀଷ୍ଟଙ୍କ ପୁନରୁଥାନ ପାଳନ କରିବାତ !ହଁ ପିଲାମାନେ, ଯୀଶୁ ବାପା ମୃତ୍ୟୁକୁ ଜୟ କରି ଆଉ ବଞ୍ଚିଛନ୍ତି !ସେ ଆମ୍ଭ ସହ ମଧ୍ୟ ଅଛନ୍ତି !ତାହାଙ୍କ ସଦୃଶ୍ୟ ଜୀବନ ଯାପନ କରିବା ହିଁ ଆମେ ତାହାଙ୍କୁ ଦେଉଥିବା ଉପହାର !ଏସ୍ତର ଯୀଶୁଙ୍କୁ କଣ ଉପହାର ଦେଲା ଜାଣିବା କି ?
ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଥିବା ସୁଗାନ୍ଦୀ ଅନ୍ୟ ମାନଙ୍କୁ ବେତିରେଖରେ ଆଙ୍ଗୁଳି ଦେଖାଇ ଗଣ୍ଡଗୋଳ ସ୍ଵଭାଵର ଅଟଇ !ସମସ୍ତଙ୍କୁ କଳି କରାଏ !ବଳକା ପିଲାମାନେ ମଧ୍ୟ ତାଙ୍କ ବଦଳରେ କଳି ହୁଅନ୍ତି !ରିବନ ଧରି ଟାଣେ, କଲମ ଲୁଚାଏ, ଏପରି ଦୁଷ୍ଟାମୀ କରେ !ବେଳେବେଳେ ବହୁତ ଝଗଡା ମଧ୍ୟ ହୁଏ !ଶିକ୍ଷୟତ୍ରୀ ଦଣ୍ଡ ଦେବାରୁ ମଧ୍ୟ ସୁଗାନ୍ଦୀ ବଦଳିଲା ନାହିଁ !ଦିନେ ଏସ୍ତରର ବିଜ୍ଞାନ ଖାତା ଚିରା କରିଦେଲା !ଅନ୍ୟ ପିଲାଙ୍କ ସଦୃଶ୍ୟ ଏସ୍ତର ସୁଗାନ୍ଦୀ ସହିତ ଝଗଡା ହେଲାନାହିଁ !ଏସ୍ତର ବହୁତ ନିଃଶବ୍ଦରେ ଥାଏ !ଏସ୍ତର ସହ ମିଶି ରହୁଥିବା ଜ୍ୟୋତି ବେଗି ବେଗି ଆସି ଗାଳି ଦେଇ କହିଲା, ସେ ସୁଗାନ୍ଦୀ ହିଁ ତୋର ଖାତା ଚିରିବା ମୁଁ ଦେଖିଲି, ତୁ କାହିଁକି ଏପରି ନିଃଶବ୍ଦରେ ଅଛୁ ? ଯଦି ମୁଁ ହେଲେ ତାର ଖାତା ମଧ୍ୟ ଚିରା କରିଥାନ୍ତା !ଦିନେ ସୁଗାନ୍ଦୀ ଜ୍ଵର ଆସିଲା !ଗୋଟିଏ ସପ୍ତାହ ସ୍କୁଲକୁ ଆସିଲା ନାହଁ !ଏସ୍ତର ସୁଗାନ୍ଦୀକୁ ଦେଖିବି କହି, ତାର ଇଚ୍ଛାର କ୍ରିମବିସକେଟ କିଣି ଧରିକି ଗଲା !ଏସ୍ତରଙ୍କୁ ଦେଖିବା କ୍ଷଣି ସୁଗାନ୍ଦୀ ଆଚର୍ଯ୍ୟ ହୋଇଗଲା !ତାର ସହପାଠୀ କେହି ତାକୁ ଦେଖିବାକୁ ଆସିଲେ ନାହିଁ !କିନ୍ତୁ ଏସ୍ତର ମୋ ପ୍ରତି କେତେ ପ୍ରେମରେ ଅଛି ବୋଲି ତାର ଭୁଲକୁ ଜାଣି ଦୁଃଖ ହେଲା ସୁଗାନ୍ଦୀ !ଆରଦିନ ସନ୍ଡେ ସ୍କୁଲକୁ ଗଲା !ଏସ୍ତ୍ରର ସୁଗାନ୍ଦୀକୁ ଦେଖିବା କ୍ଷଣି ଆନନ୍ଦରେ ଧାଇଁ ଧାଇଁ ଆସି ସୁଗାନ୍ଦୀକୁ ପଚାରିଲା, କଣ ତୁମ ଜ୍ଵର ଛାଡିଲା କି ? ସୁଗାନ୍ଦୀ କହିଲା, ହଁ ଛାଡିଗଲା, କାଲି ତୁମେ ପ୍ରାର୍ଥନା କଲା ବେଳେ ହିଁ ସବୁ ଜ୍ଵର ଛାଡିଗଲା !ମୋତେ ତୁମ ପରି ଉତ୍ତମ ପିଲା ହୋଇ ରହିବାକୁ ଇଚ୍ଛା ଅଛି, ସେଥିପାଇଁ ଏଠାକୁ ଆସିଲି !ଏହି କଥା ସୁଗାନ୍ଦୀ କହିବା ପରେ,ଏସ୍ତର ଖୁସିରେ ପ୍ରଭୁଙ୍କୁ କୃତଜ୍ଞତା ଜଣାଇଲା !
ପ୍ରିୟ ଭାଇ ଓ ଭଉଣୀମାନେ, "ଯୀଶୁଙ୍କ ସଦୃଶ୍ୟ" ଅର୍ଥାତ ଭୁଲ କଲେ କ୍ଷମା କରି ପ୍ରେମ କରିବା ଗୁଣ ଏସ୍ତରଙ୍କ ଠାରେ ଥିବା ଯୋଗୁ ଦୁଷ୍ଟାମୀ ଥିବା ସୁଗାନ୍ଦୀ ଯୀଶୁଙ୍କୁ ବିଶ୍ୱାସ କଲା !ତୁମ୍ଭେମାନେ ମଧ୍ୟ ଯୀଶୁଙ୍କ ସଦୃଶ୍ୟ ଗମନ କରିବା ହିଁ, ତୁମ୍ଭେ ତାହାଙ୍କୁ ଦେଉଥିବା ଉପହାର !ଓକେ ତ !ହାପି ଇଷ୍ଟର !
ଶ୍ରୀମତୀ ଯିବା ବିଜୟ
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ 9444011864ନମ୍ବରକୁ ଯୋଗାଯୋଗ କରନ୍ତୁ !
ଓଡ଼ିଆରେ ପ୍ରାର୍ଥନା ପାଇଁ :-9861597010