By Village Missionary Movement
Saturday, 16-Apr-2022ଆଜିର ବାକ୍ୟ (Oriya) 16-04-2022
ପ୍ରଭୁଙ୍କର ସନ୍ତୋଷଜନକ
“ପ୍ରଭୁଙ୍କର କଣ ସନ୍ତୋଷଜନକ, ତାହା ଅନୁସନ୍ଧାନ କର;” - ଏଫିସୀୟ 5:10
ଜଣେ ପାଳକ ଦିନେ ରାତିରେ ଚର୍ଚ୍ଚକୁ ଯାଉଥାଏ !ଜଣେ ଚୋର ସେହି ପାଳକକୁ ଛୁରୀ ଦେଖାଇ ଧମକାଇ ତାଙ୍କ ଠାରେ ଥିବା ଟଙ୍କା ମାଗିଲା !ସେହି ପାଳକ ଟଙ୍କା ଦେବା ନିମନ୍ତେ ତାଙ୍କ ପାଖରେ ଥିବା ଟଙ୍କା ବେଗ କାଡିବାବେଳେ, ସେ ଚୋର ଜାଣି ପାରିଲା କି ସେ ଜଣେ ପାଳକ !ଚୋର କହିଲା, ତୁମେ ଜଣେ ପାଳକ ହେତୁ ତୁମକୁ ଛାଡିଦେଉଛି, ଟଙ୍କା କାଡ ନାହିଁ !ତାର ଭକ୍ତିକୁ କିଛିବି ଜାଣି ନ ପାରି ପାଳକ ତାକୁ ମିଠା ଦେଲା ! ସେ ଚୋର କହିଲା, ତୁମ୍ଭଙ୍କୁ କୃତଜ୍ଞତା, କିନ୍ତୁ ମୁଁ ଏହି ତପସ୍ୟା(lent)ଦିନରେ ମିଠା ସେବନ କରିବି ନାହିଁ !ଦେଖନ୍ତୁ ସେ ଚୋର ଭାବିଲା,ମିଠା ଦ୍ରବ୍ୟ ନ ଖାଇ ରହିବା ଯୀଶୁଙ୍କୁ ସନ୍ତୋଷଜନକ !କିନ୍ତୁ ତାହାର ଜୀବନ ପ୍ରଭୁଙ୍କୁ ଦୁଃଖ ଦେଲା ସଦୃଶ୍ୟ ଅଛି !ଜଣେ ଖ୍ରୀଷ୍ଟିଆନ ଅନୁସରଣ କରୁଥିବା ରୀତିନୀତି, ତାର ଖ୍ରୀଷ୍ଟଙ୍କ ପ୍ରତି ଥିବା ପ୍ରେମକୁ ଦେଖାଏ ନାହିଁ !ତାଙ୍କ ଠାରେ ଥିବା ପବିତ୍ରତା, କଥାର ଶୈଳୀ, ଚାଲିଚଳନ ଦ୍ଵାରା ହିଁ ତାର ଖ୍ରୀଷ୍ଟଙ୍କ ପ୍ରତିଥିବା ପ୍ରେମକୁ ଦେଖାଇ ପାରିବ !ଯଦି ହୃଦୟ ପରିଷ୍କାର ଥିବ, କଥା, ଚାଲିଚଳନ ସବୁ ପ୍ରଭୁଙ୍କର ସନ୍ତୋଷଜନକ ଥିବ !ସେଥିପାଇଁ ଯୀଶୁ (ମାଥିଉ:-23:26)ବଚନରେ, ହେ ଅନ୍ଧ ଫାରୂଶୀ, ଆଗେ ଗିନାର ଭିତର ସଫା କର, ଯେପରି ସେଥିର ବାହାର ମଧ୍ୟ ସଫା ହେବ ।
କହୁଛନ୍ତି !ତେଣୁକରି ଏହି ବର୍ଷ ତପସ୍ୟା (lent )ଦିନ ଅନୁସରଣ କରିବା ସହିତ ତୃପ୍ତି ପାଇଲେ, ଆମ ସହ ପରିଷ୍କାର ହୃଦୟ ପାଇବାକୁ, ସ୍ଥିର ମନ ଆମ ଠାରେ ନୂତନତ୍ୱ କରିବାକୁ ପ୍ରଭୁଙ୍କୁ ମାଗିବା !
ଏହି ତପସ୍ୟା(lent)ଦିନରେ ଚାଳିଶି ଦିନ ସାରା ପ୍ରଭୁଙ୍କର ସନ୍ତୋଷଜନକ କଣ ? ଆଉ ତାଙ୍କ ଇଚ୍ଛାରେ ଜୀବନଯାପନ କରିବା କିପରି ? ଏହା ଆମେ ଶିଖିଥିବା ପାଠ, ଆମ ଜୀବନ ସାରା ପାଳନ କରିଥିବା ବ୍ୟକ୍ତି ସଦୃଶ୍ୟ ଜୀବନଯାପନ କରିବାକୁ ଚେଷ୍ଟା କରିବା ହିଁ ପ୍ରଭୁଙ୍କର ସନ୍ତୋଷଜନକ !ହଁ ଏଥର ଆସୁଥିବା ପ୍ରତିଦିନ ପ୍ରଭୁଙ୍କର ସନ୍ତୋଷଜନକ ଜୀବନ ଯାପନ କରିବାକୁ ନିଷ୍ପତି କରିବା !
- ଶ୍ରୀମତୀ ଗୀତା ରିଚାର୍ଡ
ପ୍ରାର୍ଥନାର ଅଂଶ :-
ଭି. ଭି. ଏସ. ସେବା ନିମନ୍ତେ କରୁଥିବା ଚେଷ୍ଟାକୁ ସଦାପ୍ରଭୁ ଆଶୀର୍ବାଦ କରିବା ନିମନ୍ତେ ଏବଂ ଗ୍ରାମ ଗୁଡିକୁ ସେବା କରିବା ନିମନ୍ତେ ପ୍ରଭୁଙ୍କର ଦ୍ଵାର ଖୋଲା ହେବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.