Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 14-04-2022
Share:

By Village Missionary Movement

Thursday, 14-Apr-2022

ଆଜିର ବାକ୍ୟ (Oriya) 14-04-2022

 

ସମର୍ପିତ ଯୀଶୁ 

 

"...ହେ ପିତା, ତୁମ୍ଭ ହସ୍ତରେ ମୁଁ ଆପଣାର ଆତ୍ମା ସମର୍ପଣ କରୁଅଛି...” - ଲୂକ 23:46

 

ଯୀଶୁଙ୍କର କୃଶରେ ଶାସିତ ସପ୍ତମ କଥା !

 

ପ୍ରଭୁଯୀଶୁଖ୍ରୀଷ୍ଟ ଆମକୁ ଜଣେ ଉତ୍ତମ ନମୁନା !ଯୀଶୁଖ୍ରୀଷ୍ଟ କୃଶରେ ଝୁଲିବା ସମୟରେ ହିଁ ନୁହେଁ, ସେ ପ୍ରତିଦିନ ତାହାଙ୍କ ପ୍ରତି କାର୍ଯ୍ୟକୁ ପିତାଙ୍କର ହସ୍ତରେ ସମର୍ପିତ ହୋଇ ଜୀବନଯାପନ କଲେ, ଏହା ପବିତ୍ର ବାଇବଲ ମାଧ୍ୟମରେ ଆମେ ଜାଣି ପାରିବା !ଯୀଶୁଖ୍ରୀଷ୍ଟ ଏହି ପୃଥିବୀରେ ଜୀବନଯାପନ କାଳରେ ପ୍ରତ୍ୟେକ ଦିନ ପିତାଙ୍କର ହସ୍ତରେ ସମର୍ପିତ ହେଲେ !ପୃଥିବୀରେ କରୁଥିବା ପ୍ରତିଦିନ କାର୍ଯ୍ୟକୁ, ତାଙ୍କ ଶିଷ୍ୟଗଣ, ବାକ୍ୟ ଶୁଣୁଥିବା ବିଶ୍ୱାସୀଗଣ, ଏପରି ସମସ୍ତ ବିଷୟରେ ସେ ପିତାଙ୍କର ହସ୍ତରେ ସମର୍ପଣ କରୁଥାନ୍ତି !ଯୀଶୁ କୃଶରେ ଝୁଲିବା ପୂର୍ବ ରାତ୍ରିରେ ପିତାଙ୍କର ନିକଟରେ ପ୍ରାର୍ଥନା କରୁଥିଲେ ବୋଲି ଆମେ ପବିତ୍ର ବାଇବଲର ଅନେକ ସ୍ଥାନରେ ଦେଖି ପାରିବା !କେତେ ମହାନ ବିଶେଷତ୍ୱ ଅଟଇ !ତାଙ୍କ ନିମନ୍ତେ ପିତାଙ୍କର ଇଚ୍ଛାକୁ ସେ କୃଶରେ ଟଙ୍କାଇ ପୂରଣ କଲେ !ଯୀଶୁଖ୍ରୀଷ୍ଟଙ୍କ ଠାରେ ଥିବା ଆତ୍ମାକୁ ଅପସାରଣ କରିବା କାହାର ସାଧ୍ୟ ନୁହେଁ !ସେଥିପାଇଁ ଯୀଶୁଖ୍ରୀଷ୍ଟ ହିଁ ପିତାଙ୍କ ଠାରେ ସମର୍ପଣ କରି ପ୍ରାଣ ତ୍ୟାଗ କଲେ ବୋଲି ପବିତ୍ର ବାଇବଲ ଦ୍ଵାରା ଜାଣି ପାରୁଛୁ !ପ୍ରତ୍ୟେକ କ୍ଷଣି ଯୀଶୁଖ୍ରୀଷ୍ଟ ନିଜକୁ ପିତାଙ୍କ ହସ୍ତରେ ସମର୍ପିତ ହୋଇ ଏକ ଅଦଭୂତ ଜୀବନ ଏହି ପୃଥିବୀରେ ଜୀବନଯାପନ କରି ସଂପୂର୍ଣ୍ଣ କଲେ !

 

ଏହା ପଡ଼ୁଥିବା ପ୍ରିୟ ବନ୍ଧୁଗଣ, ଆପଣଙ୍କର ଅବସ୍ଥା କଣ ? ପ୍ରାର୍ଥନାରେ ପ୍ରଭୁଙ୍କର ହସ୍ତରେ କଣ ସମର୍ପଣ କରୁଛ ? ତୁମ୍ଭ ଜୀବନକୁ କେବେହେଲେ ଇଶ୍ୱରଙ୍କ ହସ୍ତରେ ସମର୍ପିତ କଲ କି ? ଆପଣଙ୍କର ସନ୍ତାନମାନଙ୍କ ଜୀବନକୁ ସମର୍ପିତ କଲ କି ? ଆମ୍ଭେମାନେ ତାହାଙ୍କ ହସ୍ତକୁ ସମର୍ପଣ କଲେ, ସେ ଆମ୍ଭଙ୍କୁ ପାପ ମୃତ୍ୟୁରୁ ଆମକୁ ପରିତ୍ରାଣ କରି, ଏକ ନୂତନ ଜୀବନ ଦେଇ ପରିତ୍ରାଣର ଆନନ୍ଦରେ ଜୀବନଯାପନ କରାଇ, ଭବିଷ୍ୟତରେ ଅନନ୍ତ ଜୀବନ ଦେବେ !ତୁମ୍ଭର ଆଶା, ଇଚ୍ଛା ସବୁକୁ ନ ଛାଡି ଯୀଶୁଙ୍କ ସଦୃଶ୍ୟ ପିତା ପରମେଶ୍ୱରଙ୍କ ଠାରେ ସମର୍ପିତ ହୁଅନ୍ତୁ !ପାପରୁ ପରିତ୍ରାଣ ଏବଂ ଅନନ୍ତ ଜୀବନ ପାଆନ୍ତୁ !

- ଟି, ଶଙ୍କର ରାଜ 

 

ପ୍ରାର୍ଥନାର ଅଂଶ :- 

ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ପ୍ରଚାରିତ ହେଉଥିବା ଦିନଧ୍ୟାନ ବାର୍ତ୍ତା ଦ୍ଵାରା ଲୋକମାନେ ଖ୍ରୀଷ୍ଟଙ୍କ ଅନୁଗାମୀ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet padişahbet bets10 extrabet royalbet süperbetin padişahbet betcio romabet giriş romabet queenbet bahiscasino betcio bahiscasino atlasbet matbet matbet giriş bahiscasino celtabet queenbet casibom jojobet