By Village Missionary Movement
Wednesday, 13-Apr-2022ଆଜିର ବାକ୍ୟ (Oriya) 13-04-2022
ସମାପ୍ତ ହେଲା
“ସେଥିରେ ଯୀଶୁ ସେହି ଅମ୍ଳରସ ପାନ କରି କହିଲେ, ସମାପ୍ତ ହେଲା; ଆଉ, ସେ ମସ୍ତକ ଅବନତ କରି ପ୍ରାଣତ୍ୟାଗ କଲେ ।“ - ଯୋହନ 19:30
ଯୀଶୁଖ୍ରୀଷ୍ଟ କୃଶରେ ଶାସିତ ଷଷ୍ଠ କଥା !
ପ୍ରଥମ ଜେନେରସନରେ ପରମେଶ୍ୱରଙ୍କ ସହ ଗମନାଗମନ କରୁଥିବା ନୋହ ସଦାପ୍ରଭୁଙ୍କର ଠାରେ କୃପା ପାଇଥିବା ବ୍ୟକ୍ତି ଥିଲା !ସଦାପ୍ରଭୁ ଏହି ପୃଥିବୀରେ ନୋହଙ୍କ ଦ୍ଵାରା ତାଙ୍କ ଯୋଜନାକୁ ପୂରଣ କଲେ !ପରମେଶ୍ୱରଙ୍କ ଆଜ୍ଞା ଅନୁଯାୟୀ ନୋହ ସମସ୍ତ କଲା !
ଆମ୍ଭେ ଜାଣିଥିବା ଅନୁସାରେ ଯୀଶୁଖ୍ରୀଷ୍ଟ ଏହି ପୃଥିବୀରେ ଜୀବନଯାପନ କରିଥିବା କାଳରେ ପିତାଙ୍କର ଇଚ୍ଛାକୁ ସଫଳ କଲେ !ପିତା ପରମେଶ୍ୱର ତାହାଙ୍କୁ କଣ କରିବାକୁ ହେବ ଦେଖାନ୍ତି ଅଥବା ଜଣାନ୍ତି, କେବଳ ତାହାହିଁ କରି ସଫଳ କଲେ !ଯୀଶୁଖ୍ରୀଷ୍ଟ ପୃଥିବୀକୁ ଆସିବାର ଲକ୍ଷ୍ୟର କାରଣ କଣ ? ଏହି ପୃଥିବୀରେ ଜନ୍ମ ହୋଇଥିବା, ଜନ୍ମ ହେଉଥିବା ପ୍ରତ୍ୟେକଙ୍କ ପାପ, ଅଭିଶାପ, ବ୍ୟାଧିକୁ ପରିଷ୍କାର କରି, ସେମାନଙ୍କୁ ପରିତ୍ରାଣ କରିବାକୁ, ସେହି ତ୍ୟାଗ ନିମନ୍ତେ ତାଙ୍କ ଜୀବନ ଦେବାକୁ ଆସିଲେ !."... ଯୀଶୁଙ୍କ ରକ୍ତ ସମସ୍ତ ପାପରୁ ଆମ୍ଭମାନଙ୍କୁ ପରିଷ୍କାର କରେ" (ପ୍ରଥମ ଯୋହନ:-1:7)ବାକ୍ୟରେ ଆମ୍ଭେ ପଡୁଛୁ !"ନିଶ୍ଚୟ ସେ ଆମ୍ଭମାନଙ୍କର ଯାତନାସବୁ ଧାରଣ କରିଅଛନ୍ତି ଓ ଆମ୍ଭମାନଙ୍କର ବ୍ୟଥାସବୁ ବହନ କରିଅଛନ୍ତି....." (ଯିଶାଇୟ:-53:4)ବାକ୍ୟରେ ପଡୁଛୁ !ପିତାଙ୍କର ଇଚ୍ଛାକୁ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ପୂରଣ କରିଥିବା ଯୀଶୁ, ତାଙ୍କର ଶରୀରରେ ଅନେକ ଦୁଃଖ ଥିଲେବି ତାଙ୍କ ହୃଦୟରେ "ସଂପୂର୍ଣ୍ଣ ରୂପେ ସମାପ୍ତ ହେଲା"କହି ତାହାଙ୍କ ପ୍ରାଣକୁ ପିତାଙ୍କର ହସ୍ତରେ ସମର୍ପଣ କଲେ !
ହେ ମୋର ପ୍ରିୟ ବନ୍ଧୁଗଣ, ସେ ପୂର୍ବରୁ ମନୋନୀତ କରିଥିବା ବ୍ୟକ୍ତି ସହ ପରମେଶ୍ୱର ତାଙ୍କ କାର୍ଯ୍ୟକୁ ପୂର୍ଣ୍ଣ କରିବେ !ନୋହଙ୍କର ଯୋଜନାକୁ ସଦାପ୍ରଭୁ ନୋହଙ୍କର ଦ୍ଵାରା ପୂର୍ଣ୍ଣ କରିବି ବୋଲି ଭାବିଲା ବେଳେ ନୋହ ତାହାର ଅଧୀନ ହେଲା !ସେଥିପାଇଁ ସଦାପ୍ରଭୁଙ୍କର ଭକ୍ତି ସନ୍ତାନକୁ ଅଭିବୃଦ୍ଧି କରିବାକୁ ଏବଂ ପୃଥିବୀରେ ଥିବା ସକଳ ଜୀବଜନ୍ତୁକୁ ଅଭିବୃଦ୍ଧି କରିବାକୁ ନୋହ କାରକ ଅଟେ !କିନ୍ତୁ ଯୀଶୁଖ୍ରୀଷ୍ଟଙ୍କର ଆଜ୍ଞାବହତା ଦ୍ଵାରା ସାରା ପୃଥିବୀ ପରିତ୍ରାଣ ପାଇଲା, ଏହା କେତେ ଆନନ୍ଦ ଦେଉଛି !ଆଜି ଆମେ ଆମର ଆଜ୍ଞାବହ ନିମନ୍ତେ ଅଳ୍ପ ଟିକେ ଆଲୋଚନା କରି ଦେଖିବା !ଆମ ଆଜ୍ଞାବହ ଦ୍ଵାରା ଆମ ପରିବାର ପରିତ୍ରାଣ ପାଉଛି କି ?, ଆମ୍ଭ ପଡୋଶୀ ପରିତ୍ରାଣ ପାଇବ କି ? ଆମ୍ଭ ନିଜର ଲୋକ ପରିତ୍ରାଣ ପାଇବ କି ?,ଯୀଶୁଙ୍କୁ ନ ଜାଣିଥିବା ବିଜାତିୟମାନେ ପରିତ୍ରାଣ ପାଇବେ କି ? ଯୀଶୁଖ୍ରୀଷ୍ଟ ପିତାଙ୍କ ଇଚ୍ଛାକୁ ପୂରଣ କରି "ସମାପ୍ତ ହେଲା" କହିବା ବେଳେ ହିଁ ମଣିଷମାନଙ୍କର ପରିତ୍ରାଣ ଆରମ୍ଭ ହେଲା !ଆମ୍ଭେ ଆମ୍ଭମାନଙ୍କ ଦାଇତ୍ୱକୁ ପୂରଣ କରି ସମାପ୍ତ ହେଲା ବୋଲି କହି, ଆମେ ଆଖି ବୁଝିବା ବେଳେ, ଆମ ପରପିଡି ଭକ୍ତିର ସନ୍ତାନ ହୋଇ ଆସିବେ କି ? ସେଥିପାଇଁ ଆମ୍ଭେ ଆଜି ଦିନରେ ହିଁ ଇଶ୍ୱରଙ୍କର ଇଚ୍ଛାକୁ ପୂରଣ କରିବାକୁ ଚେଷ୍ଟା କରିବା କି ? ଯୀଶୁଙ୍କର ବାକ୍ୟରେ ଆତ୍ମସମର୍ପଣ କରିବାକୁ ଆପଣଙ୍କୁ ଏକ ଅଂଶ ଅଛି କି ?
- ଭାଇ, ପୋନମାନି ପାଉଲ
ପ୍ରାର୍ଥନାର ଅଂଶ :-
ମୋକ୍ଷପ୍ରାୟାଣାମ ଦିନଧ୍ୟାନ ପତ୍ରିକା ପାଠ କରୁଥିବା ବ୍ୟକ୍ତିଗଣ ସତ୍ୟରେ ବୃଦ୍ଧି ହୋଇ ସାକ୍ଷୀ ହୋଇ ଜୀବନଯାପନ ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.