By Village Missionary Movement
Tuesday, 12-Apr-2022ଆଜିର ବାକ୍ୟ (Oriya) 12-04-2022
ତୃଷା ଲାଗୁଛି
“ଏହାପରେ ଯୀଶୁ ଧର୍ମଶାସ୍ତ୍ରର ବାକ୍ୟ ଯେପରି ସଫଳ ହୁଏ, ଏଥି ନିମନ୍ତେ ସମସ୍ତ ବିଷୟ ଏବେ ସମାପ୍ତ ହୋଇଅଛି ବୋଲି ଜାଣି କହିଲେ, ମୋତେ ତୃଷା ଲାଗୁଅଛି ।“ - ଯୋହନ 19:28
ଯୀଶୁଖ୍ରୀଷ୍ଟ କୃଶରେ ଶାସିତ ପଞ୍ଚମ କଥା !
ସେ ଦିନ ଥିଲା ଆମ ଭାରତ ଦେଶ ସ୍ୱାଧୀନତା ହେବାର ସମୟ !ରାଜସ୍ଥାନ ରାଜ୍ୟକୁ ଲାଗି ରହିଥିବା ପାକିସ୍ଥାନ ବିଭାଜନ କାର୍ଯ୍ୟର ଜମି ମାପରେ ଅଧିକାରୀଗଣ ଅଂଶଗ୍ରହଣ କରିଥାନ୍ତି !ଏହି କାମରେ ଇଂଲଣ୍ଡ ଦେଶର ୱେଲଟମେନ ନାମକ ସେ ମୁଖ୍ୟ ଅଧିକାରୀ ରୂପେ କାର୍ଯ୍ୟଭାର ତୁଲାଇ ଆସୁଥାଏ !ଇଏ ଜଣ ଭକ୍ତିପୂତ ଖ୍ରୀଷ୍ଟିଆନ !ଦିନବେଳେ ପ୍ରଖର ଖରାରେ ଜମି ମାପରେ ଅଂଶଗ୍ରହଣ କରି, ସନ୍ଦ୍ୟା ସମୟରେ ତାଙ୍କ ସହ କାର୍ଯ୍ୟରତ ସହକର୍ମୀ ମାନଙ୍କୁ ସୁସମାଚାର ପ୍ରକାଶ କରୁଥାଏ !ଗୋଟେ ଦିନ ରାତିରେ ପୂର୍ଣ୍ଣଜହ୍ନ କିରଣରେ ଚାଳିଶି ଜଣ ଏକାଠି ଥିବା ସମାବେଶରେ ଯୀଶୁଙ୍କ ବିଷୟରେ କଥା ହେଉଥାଏ !ପରିତ୍ରାଣ, ପବିତ୍ରତା, ନ୍ୟାୟବିଚାର, ସ୍ୱର୍ଗରାଜ୍ୟ ଏମିତି କଥା ଚାଲୁଥାଏ !ସେତେବେଳେ ସେମାନେ ସମସ୍ତେ ପଚାରିଲେ,ଅକ୍ଷର ସାକ୍ଷ କିଛି ଅଛି କି ? ହଁ ଅଛି, ତୁମ୍ଭ ଭାଷାରେ ମୋ ଠାରେ ଦୁଇଟି ଗ୍ରନ୍ଥ ଅଛି !ମୁଁ ତାହା ଆଣିବି ବୋଲି ତମ୍ବୁ ନିକଟକୁ ଗଲା !ପୁଣି ଫେରି ଆସିବା ବେଳେ ସେହି ଗ୍ରନ୍ଥ ନେବାକୁ ଚାଳିଶି ଜଣ ହାତ ବଢ଼ାଇ ଅଛନ୍ତି !ଏହା ଦେଖି ୱେଲଟମେନକୁ ବହୁତ ଆଚର୍ଯ୍ୟ ଲାଗିଲା !ସେହି ପୁସ୍ତକ ମାଗିଥିବା ଚାଳିଶି ଜଣଙ୍କର ଆଶା ଓ ତୃଷାକୁ ଦେଖି ଆଚର୍ଯ୍ୟ ହେଲା !ପବିତ୍ର ବାଇବଲ ପାଇବାକୁ ଭାରତୀୟମାନେ କେତେ ତୃଶିତ ଅଟନ୍ତି ବୋଲି ଆଉ ଆତ୍ମାରେ ଜଳି ପ୍ରଭୁଙ୍କର ସେବା କରିବାକୁ ଆରମ୍ଭ କଲା !ୱେଲଟମେନ କହିଲା, ଭାରତୀୟମାନେ ଯୀଶୁଙ୍କୁ ଜାଣିବା ହି ମୋର ତୃଷା ହୋଇଅଛି !
ଆଜିର ଧ୍ୟାନ ଅଂଶରେ ପ୍ରଭୁଯୀଶୁଖ୍ରୀଷ୍ଟ "ମୋତେ ତୃଷା ଲାଗୁଅଛି" ଏହା ପଡୁଛୁ !ପୃଥିବୀର ପାପର ଭାର ବହନ କରି ଯାଉଥିବା ସେ ଯେକୌଣସି ଲୋକ ବିନାଶ ନ ହୋଇ ସମସ୍ତେ ମନପରିବର୍ତ୍ତନ, ପରିତ୍ରାଣ ପାଇବା ଉଚିତ ବୋଲି ତୃଶିତ ହୋଇଛନ୍ତି !ଜଣେ ପାପୀ ତାର ଭୁଲ ମାର୍ଗକୁ ତ୍ୟାଗ କରି ପୁନର୍ବାର ଯୀଶୁଙ୍କ ନିକଟକୁ ଆସିବା ବେଳେ ସ୍ୱର୍ଗରାଜ୍ୟ ଆନନ୍ଦିତ ହେବ !ଜଣେ ମଣିଷ ମନପରିବର୍ତ୍ତନ କଲେ ହି ସ୍ୱର୍ଗରାଜ୍ୟ ଆନନ୍ଦିତ ହେଉଛି କହିଲେ , ଯଦି ଗୋଟିଏ ଜଣସମୂହ ପରିତ୍ରାଣ ପାଇଲେ, ସ୍ୱର୍ଗରାଜ୍ୟ ଆନନ୍ଦରେ ଉଛୁଳି ପଡିବତ !ଏହା ହି ଆମ୍ଭ ନିମନ୍ତେ ରକ୍ତଝରାଇ ଥିବା ଯୀଶୁଖ୍ରୀଷ୍ଟଙ୍କ ତୃଷା ନିବାରଣର କାରଣ ଅଟେ !ଅର୍ଥାତ ପରମେଶ୍ୱରଙ୍କ ଇଚ୍ଛା ସଫଳତାର ଅଂଶ ହୋଇଛି !ଆତ୍ମାର ପରିତ୍ରାଣ ହି ଇଶ୍ୱରଙ୍କ ତୃଷା ନିବାରଣ କରିବ !ଯୀଶୁଙ୍କର ତୃଷା ନିବାରଣ ନିମନ୍ତେ ଆତ୍ମା ରୋଜଗାର କରିବାକୁ ଆଗକୁ ଆସନ୍ତୁ, ସଦାପ୍ରଭୁ ତୁମ୍ଭଙ୍କୁ ଶକ୍ତି ଦେବେ !ଆମେନ !
- ଭାଇ. ଜାକବ ଶଙ୍କର
ପ୍ରାର୍ଥନାର ଅଂଶ :-
ଷାଠିଏ ଜଣ ମିଶିନାରୀର ଗୃହ ନିର୍ମାଣ ନିମନ୍ତେ ସହଭାଗୀମାନଙ୍କୁ ପରମେଶ୍ୱର ଯୋଗାଇବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.