Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 11-04-2022
Share:

By Village Missionary Movement

Monday, 11-Apr-2022

ଆଜିର ବାକ୍ୟ (Oriya) 11-04-2022

 

ଇଶ୍ୱର କେଉଁଠି ? 

 

“ଆଉ ପ୍ରାୟ ତିନି ଘଣ୍ଟା ସମୟରେ ଯୀଶୁ ଉଚ୍ଚସ୍ୱରରେ ଡାକି କହିଲେ, ଏଲୀ, ଏଲୀ, ଲାମା ସବକ୍‌ଥାନୀ ? ଅର୍ଥାତ୍, ହେ ମୋହର ଈଶ୍ୱର, ହେ ମୋହର ଈଶ୍ୱର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ ?” - ମାଥିଉ 27:46

 

ଯୀଶୁଖ୍ରୀଷ୍ଟ କୃଶରେ ଶାସିତ ଚତୁର୍ଥ କଥା !

 

ଖ୍ରୀଷ୍ଟିଆନ ଏବଂ ମିଶିନାରୀ ଏକତା ବୋଲି ଗ୍ଲୋବାଲ ମିଶିନାରୀ ଗତି ସ୍ଥାପକ ଶ୍ରୀ ଏ. ବି. ସିନସାନ !ଏହାର ଜୀବନ କାହାଣୀକୁ ଏ. ଡବ୍ଲୁ. ଟସେର ଲେଖିଥିବା ବିଙ୍ଗସ ସ୍ପ୍ରେଡ ନାମକ ପୁସ୍ତକରେ ପଡି ପାରିବା !ପରିତ୍ରାଣ ହୋଇ ସେବା ଆରମ୍ଭ କରିଥିବା ସିନସାନ ଜୀବନରେ ବୃଦ୍ଧି ସର୍ବଦା ଦ୍ରୁତଗତି ଥିଲା !କିନ୍ତୁ ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ଶାରୀରିକ ଦୁର୍ବଳତା ସହ ଆତ୍ମିକ ଅନ୍ଧାର ତାଙ୍କ ଜୀବନକୁ ଆସିଲା !ହେ ମୋର ଇଶ୍ୱର, ହେ ମୋର ଇଶ୍ୱର, ମୋତେ କାହିଁକି ହାତଛଡା କରୁଛ ବୋଲି ଆର୍ତ୍ତନାଦ ତାଙ୍କ ହୃଦୟରେ ଥିଲା !ପ୍ରାର୍ଥନା, ବାଇବଲ ଧ୍ୟାନ, କିଛି ସେହି ଅବସ୍ଥାରେ ସାହାଯ୍ୟ କଲା ନାହିଁ !ଏ ଚିନ୍ତାରେ ଛନ୍ଦି ହୋଇଥିବା ତାଙ୍କୁ, ପୁନର୍ବାର ବୃଦ୍ଧି ହେବାକୁ ବହୁ ସମୟ ନେଲା !ଏପରି ଇଶ୍ୱରଙ୍କ ପ୍ରସନ୍ନତା ନ ଥାଇ, ଯଦି ଇଶ୍ୱର ନାହାନ୍ତି ବୋଲି ଭାବନାର ଆସ ଏହି ସମୟରେ ଖ୍ରୀଷ୍ଟିଆନ ଜୀବନର ଏକ ଅଂଶ ବୋଲି ଏ. ଡବ୍ଲୁ. ଟସର ଲେଖିଲା !ବିଶେଷ କରି ଇଶ୍ୱରଙ୍କୁ ବହୁତ ଭାବେ ପ୍ରେମ କରି, ତାହାଙ୍କ ନିମନ୍ତେ କିଛିବି କରୁଥିବା ଲୋକଙ୍କ ଜୀବନରେ ଏହା ସହଜ କହିଲା !ଆମ୍ଭେ ଓ ଆମର ଭାବାବେଗ ଏବଂ ଅବସ୍ଥାରେକୁ ବୁଝି ନ ପାରି, ବିଶ୍ୱାସରେ ଇଶ୍ୱରଙ୍କ ପ୍ରତି ଆଧାରିତ ହେବାକୁ, ଅଧ୍ୟୟନ କରିବାକୁ ଆମକୁ ସାହାଯ୍ୟ କରିବା, ଏହା ସମୟ ଅଟେ !ମନୁଷ୍ୟ ଏବଂ ପରମେଶ୍ୱରଙ୍କ ମଧ୍ୟରେ ଥିବା ସମ୍ପର୍କ ଓ ତାହାର ମୂଲ୍ୟ ସୂଚନା ଦେବା ଗ୍ରନ୍ଥ ଗୀତସଂହିତା ପୁସ୍ତକ !ଗୀତସଂହିତା :-16:11ରେ ଆଉ ମୋତେ ଜୀବନର ପଥ ଦେଖାଇବ; ତୁମ୍ଭ ସମ୍ମୁଖରେ ଆନନ୍ଦର ପୂର୍ଣ୍ଣତା ଥାଏ; ତୁମ୍ଭ ଦକ୍ଷିଣ ପାଖରେ ନିତ୍ୟ ସୁଖଭୋଗ ଥାଏ।ବୋଲି ଅର୍ଥ କରି ଲେଖିଥିବା ଦାଉଦ ରାଜା ଗୀତସଂହିତା :-22:1ରେ ହେ ମୋହର ପରମେଶ୍ୱର, ହେ ମୋହର ପରମେଶ୍ୱର, ତୁମ୍ଭେ କାହିଁକି ମୋତେ ପରିତ୍ୟାଗ କରିଅଛ ?ବୋଲି ଆର୍ତ୍ତନାଦ କରୁଛି !ଯଦି ଆମେ ମଣ୍ଡଳୀର ଇତିହାସ ଦେଖିବା ଖ୍ରୀଷ୍ଟିଆନମାନଙ୍କ ପିତାମାତା ଅନେକ ଏହି ଅନୁଭବ ତାଙ୍କ ଜୀବନରେ ରହିଥିବା ସାକ୍ଷୀ ହୋଇ କହନ୍ତି !ପରମେଶ୍ୱରଙ୍କ ମୁଖ ଲୁଚିକି ରହିଥିବା ଏହି କଠିନ ଅନୁଭବକୁ ଆମ ପ୍ରଭୁଯୀଶୁଖ୍ରୀଷ୍ଟ ମଧ୍ୟ କୃଶରେ ଅନୁଭବ କଲା !ଗୀତସଂହିତା :-22:1ର କଥା କହି ସେ ମଧ୍ୟ ଆର୍ତ୍ତନାଦ କଲା !ସେଥିପାଇଁ ତାଙ୍କୁ ଆମ ଅନୁଭବ ଅର୍ଥ ହୁଏ !

 

ପ୍ରିୟ ବନ୍ଧୁଗଣ, ଏହିପରି ଆତ୍ମୀୟ ଅନ୍ଧାର ଆମ ଜୀବନରେ ଯେତେବେଳେ ଅଛି ସଦାପ୍ରଭୁଙ୍କ ପ୍ରତି ବିଶ୍ୱାସ ରଖିବା, ଅନ୍ୟ ବିଶ୍ୱାସୀମାନଙ୍କ ଠାରେ ଥିବା ଏକତା ଇଶ୍ୱରଙ୍କ ମୁଖ ପ୍ରକାଶିତ ଶୀଘ୍ର ଆମ୍ଭପ୍ରତି ପ୍ରକାଶିତ ହେଉ !

- ଜେ. ସାନ୍ତୋଷ 

 

ପ୍ରାର୍ଥନାର ଅଂଶ :-

ଅଫିସ କାର୍ଯ୍ୟ ନିମନ୍ତେ କମ୍ପୁଟର ଏବଂ ଲାପଟୋପ କ୍ରୟ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al