Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 10-04-2022 (Kids Special)
Share:

By Village Missionary Movement

Sunday, 10-Apr-2022

ଆଜିର ବାକ୍ୟ (Oriya) 10-04-2022 (Kids Special)

 

ଉପହାର ଦରକାର କି ? 

 

“ଦେଖ, ଆମ୍ଭେ ଶୀଘ୍ର ଆସୁଅଛୁ; ପ୍ରତ୍ୟେକ ଲୋକକୁ ତାହାର କର୍ମାନୁସାରେ ଫଳ ଦେବାକୁ ଆମ୍ଭର ପୁରସ୍କାର ଆମ୍ଭ ସଙ୍ଗରେ ଅଛି।“ - ପ୍ରକାଶିତ 22:12

 

ହାଲୋ ପିଲାମାନେ, ସଂଗୀତ କହିଲେ ପସନ୍ଦ ନ କରିବା ବ୍ୟକ୍ତି କେହି ନାହାନ୍ତି ତ !କିବୋର୍ଡ଼, ଡ୍ରାମସ, ଗୀଟାର, ତାବେଲା, ଏପରି ଅନେକ ପ୍ରକାରର ସଂଗୀତ ବାଦ୍ୟଯନ୍ତ୍ର ବାଦନ କରିବକୁ ତୁମ୍ଭର ବହୁତ ପସନ୍ଦ ତ !କେତେ ଜଣ ସଂଗୀତ ଶିଖୁଛନ୍ତି !ହଁ ଅତି ଉତ୍ତମ!

 

ତୁମ୍ଭ ସଦୃଶ୍ୟ ରାଜନ ନାମକ ଭାଇକୁ ମଧ୍ୟ କିବୋର୍ଡ଼ ଶିଖିବାକୁ ବହୁତ ଆଶା ଥିଲା !କିନ୍ତୁ ତାଙ୍କ ପରିବାରରେ କିବୋର୍ଡ଼ କିଣିବାକୁ ତାଲିମ ନିମନ୍ତେ ଫିସ ପୈଠ କରିବାକୁ ଆବଶ୍ୟକ ସୁବିଧା ନାହିଁ !ଦିନେ ରାଜନ ତାଙ୍କ ବାପାଙ୍କ ସହ ଦୋକାନକୁ ଗଲା !ସେଠାରେ ଥିବା ଏକ ବାଦ୍ୟଯନ୍ତ୍ର ଦୋକାନକୁ ଆଶାରେ ଦେଖୁଥାଏ !ଦୋକାନୀ ଵାଲା ପଚାରିଲା, କଣ ବାବୁ ବହୁତ ସମୟରୁ ଆଲୋଚନା କରୁଛୁ ? ସଙ୍ଗେ ସଙ୍ଗେ ରାଜନ ଉତ୍ତର କଲା, କିବୋର୍ଡ଼ ଶିଖିବାର ଇଚ୍ଛା ଅଛି, କିନ୍ତୁ... କହୁଥିବା ବେଳେ, ସେହି ଦୋକାନୀ କହିଲା, ପ୍ରତିଦିନ ଆମ ଘରକୁ ଆସ, ମୁଁ ଶିଖାଇବି ବୋଲି ମୁରୁକି ହସ ଦେଲା !ରାଜନ ସେହି ଦୋକାନୀକୁ କହିଲା, ମୁଁ ଫିସ ବଦଳରେ ସକାଳେ ଦୋକାନକୁ ଆସି ଝାଡୁ କରି ସଫା କରିବି !ସେ ହଁ କହିବାରୁ ରାଜନ ଖୁସିରେ ଘରକୁ ଫେରିଲା !ଆରଦିନ ସକାଳୁ ଉଠି ଚାବିକାଠି ନେଇ ଦୋକାନକୁ ଉତ୍ତମ ରୂପେ ସଫା କଲା !ଦୋକାନୀଵାଲା ଆସିବା କ୍ଷଣି ରାଜନ ସ୍କୁଲକୁ ଚାଲିଯାଉ ଥାଏ !ଦିନେ ସକାଳୁ ଦୋକାନୀଵାଲା ଶୀଘ୍ର ହିଁ ଆସିଗଲା !ସୁମଧୁର ସ୍ବରର ଗାନରେ ପବନରେ ଉଡି ଆସିଲା !ଶୁଣିବାକୁ ଉତ୍ତମ ଓ ମଧୁର ଥାଏ !କିଏ କିବୋର୍ଡ଼ ବଜାଉଛି ବୋଲି ଦେଖିଲା, ତାହା ରାଜନ ବଜାଉଛି !ଅତି ଉତ୍ତମ ରୂପେ କିବୋର୍ଡ଼ ବଜାଉଛି !ଦୋକାନୀ ଵାଲାକୁ ଦେଖି ରାଜନ ଭୟରେ ଠିଆ ହେଲା !ଏହା ମୁଁ ତୁମକୁ ଶିଖେଇ ନାହିଁତ, ଦେଖ ମୁଁ ତୁମକୁ କେଉଁ ଦଣ୍ଡ ଦେଉଛି କହିବାରୁ ରାଜନ କାନ୍ଦି କାନ୍ଦି ଠିଆ ହେଲା !ଦୋକାନୀ ହସି ହସି କହିଲା, ତୁମର କେଉଁ କିବୋର୍ଡ଼ ଦରକାର ତୁମେ ନିଅ, ତାହାହିଁ ତୋତେ ମୁଁ ଦେଉଥିବା ଉପହାର !ଏହା ଶୁଣିବା କ୍ଷଣି ରାଜନର ମୁହଁ ନକ୍ଷତ୍ର ସଦୃଶ୍ୟ ପ୍ରକାଶିତ ହେଲା !ତାହାର ସୁବିଧା ନ ଥିଲେ ମଧ୍ୟ ତାହାର ପ୍ରତିଭା ବଢ଼ାଇବାକୁ ଆଶା କରିଥିବା ରାଜନକୁ ସୁବିଧା ଉପଲବ୍ଧ ହେଲା !ହଁ ସେତିକିତ !

 

ଛୋଟ ପିଲାମାନେ, ତୁମ୍ଭଙ୍କୁ ମଧ୍ୟ ଯୀଶୁବାପା ଦେଇଥିବା ପ୍ରତିଭାକୁ ବ୍ୟବହାର କରି ବଢ଼ାଇବା ଉଚିତ !ସମୟ ନାହିଁ, ସୁବିଧା ନାହିଁ କହି କଣ କଣ କହିବାକୁ ନାହିଁ !ପ୍ରତିଭାକୁ ଉପଯୋଗ କଲା ବେଳେ ତାହା ଅନୁସାରେ ଉପହାର ଯୀଶୁବାପା ନିଚୟ ଦେବେ !

 

ଭଉଣୀ ବିହୁଲା

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al