Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 09-04-2022
Share:

By Village Missionary Movement

Saturday, 09-Apr-2022

ଆଜିର ବାକ୍ୟ (Oriya) 09-04-2022

ଏଇ ଦେଖ ତୁମ୍ଭ ମାଁ 

"...ମାତାଙ୍କୁ କହିଲେ, ଗୋ ନାରୀ, ଦେଖ, ତୁମ୍ଭର ପୁତ୍ର" - ଯୋହନ 19:26

ଯୀଶୁଖ୍ରୀଷ୍ଟ କୃଶରେ କହିଥିବା ତୃତୀୟ କଥା !
ଯୀଶୁଖ୍ରୀଷ୍ଟ କୃଶରେ ଝୁଲୁଥିବା ସମୟରେ କଥା ହୋଇଥିବା ପ୍ରତ୍ୟେକ କଥାର ମହାନ ଅର୍ଥ ଲୁଚିକି ରହିଛି !ସାଧାରଣ ଭାବେ ଜଣେ ମୃତ୍ୟୁ ଅବସ୍ଥାରେ ତାହାର ପରିବାରର ଦାଇତ୍ୱ ଯୋଗ୍ୟ ବ୍ୟକ୍ତିକୁ ସମର୍ପଣ କରନ୍ତି !ଯଦି ବାପାର ବହୁତ ସନ୍ତାନ ଥାଆନ୍ତି, ତେବେ ସେ ତାର ଜ୍ୟୋଷ୍ଟ ପୁତ୍ରଙ୍କୁ, ବଳକା ସନ୍ତାନମାନଙ୍କ ଦାଇତ୍ୱ ସମର୍ପଣ କରେ !ତଦ୍ରୁପ ଆମ୍ଭ ଦୟାମୟ ଯୀଶୁଖ୍ରୀଷ୍ଟ ସ୍ୱାମୀ ବିହୀନ ତାର ମାଁ ମେରୀଙ୍କୁ ଲାଳନପାଳନ ନିମନ୍ତେ ପ୍ରିୟ ଶିଷ୍ୟ ଯୋହନକୁ ସମର୍ପିତ କରୁଛି !ତେତିଶି ବର୍ଷ ଛଅ ମାସ ଜଗତରେ ପିତା ତାଙ୍କୁ ସମର୍ପିତ କରିଥିବା ସବୁ କାର୍ଯ୍ୟକୁ ଯୀଶୁ ସଂପୂର୍ଣ୍ଣ ଭାବେ ପୂର୍ଣ୍ଣ କଲା !ନିଷ୍ଠୁର ତାଡନା ମଧ୍ୟରେ ମଧ୍ୟ ପରିବାରର ପ୍ରତି ତାଙ୍କଠାରେ ଥିବା ଦାଇତ୍ୱକୁ ଜାଗ୍ରତରେ ପୂର୍ଣ୍ଣ କରି ସଂପୂର୍ଣ୍ଣ କରିବା ଆମେ ଦେଖୁଚୁ !

ପୃଥିବୀରେ କାହାକୁ ନ ମିଳିବା ମହାନ ସୌଭାଗ୍ୟ ମେରୀକୁ ମିଳିଲା !ପରମେଶ୍ୱରଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କୁ ଗର୍ଭଧାରଣ କରି, ଜନ୍ମ ଦେଇ,ଲାଳନପାଳନ କରିବାର ମହାନ ସୌଭାଗ୍ୟ !କିନ୍ତୁ ତୁମ୍ଭ ହୃଦୟକୁ ଏକ ଖଡ୍ଗ ଯାଇ ଦୀର୍ଘଦର୍ଶନ ପୂରଣ ନିମନ୍ତେ ଯୀଶୁ କୃଶରେ ଝୁଲିବା ଦେଖି ମେରୀ ସମ୍ଭାଳି ନ ପାରି ଲୁହ ଝରାଇଲା !ଏଥର ମୋତେ ଆଉ କିଏ ଦେଖିବେ ବୋଲି ଆଲୋଚନା ମେରୀଙ୍କ ଠାରେ ଅଛି କି ନାହଁ କିନ୍ତୁ ନିଷ୍ଠୁର ବେଦନା ମଧ୍ୟରେ ଯୀଶୁଖ୍ରୀଷ୍ଟଙ୍କର ସେହି ଆଲୋଚନା ଅଛି !ଯୀଶୁଙ୍କୁ କୃଶରେ ଚଢାଇଲା ବେଳେ ତାଙ୍କ ଶିଷ୍ୟମାନଙ୍କ ମଧ୍ୟରେ ଅନେକ ପଳାୟନ କଲେ !କିନ୍ତୁ ଯୋହନ ମେରୀଙ୍କ ନିକଟରେ ଠିଆ ହୋଇଥାଏ !ତାହାର ଛାତିରେ ଆଉଜି ହୋଇଥିବା ଯୋହନଙ୍କୁ ତାଙ୍କ ହୃଦୟର ବୋଝ ବୁଝି ପାରୁଛି !ସେହି ହିଁ ଯୋଗ୍ୟ ବୋଲି ମେରୀଙ୍କୁ ତାଙ୍କୁ ସମର୍ପିତ କଲା !ଯୀଶୁଖ୍ରୀଷ୍ଟ ପିତାମାତାଙ୍କୁ ଗୌରବ କରିବାରେ ପୃଥିବୀର  ଏକ ଉଦାହରଣ ଅଟଇ !

ପ୍ରିୟ ବନ୍ଧୁଗଣ, ଆମ୍ଭମାନଙ୍କର ମଧ୍ୟ ଏହି ଦାଇତ୍ୱ ଅଛି !ତାହାକୁ ଆମେ ନିଚୟ ପୂର୍ଣ୍ଣ କରିବା ଉଚିତ !ଆଜିର ଦିନରେ ସନ୍ତାନ , ବିବାହ, ଚାକିରୀ ବୋଲି ଅନେକେ ବିଦେଶକୁ ଚାଲିଯାଉଛନ୍ତି !ପିତାମାତାଙ୍କୁ ଗୌରବ କରିବା ଆଶୀର୍ବାଦ ବୋଲି ଗ୍ରହଣ କରିବାକୁ ମନ ଆସୁନାହିଁ !ଆଉ କେତେକ ଜଣ ତାଙ୍କଠୁ ସମ୍ପତି ଭାଗ ନେଇ, ପିତାମାତାଙ୍କୁ ସଂପୂର୍ଣ୍ଣ ରୂପେ ଭୁଲି ଯାଉଛନ୍ତି !ଆଶୀର୍ବାଦରେ ସଂଯୁକ୍ତ ହୋଇଥିବା କେବଳ ଗୋଟିଏ ଆଜ୍ଞା,  ତୁମ୍ଭ ପିତାମାତାଙ୍କୁ ସଂମାନ କର !ଆମ୍ଭେମାନେ ଯୀଶୁଖ୍ରୀଷ୍ଟଙ୍କୁ ଅନୁସରଣ କରି, ଆଶୀର୍ବାଦ ଯୁକ୍ତ ସନ୍ତାନ ସଦୃଶ୍ୟ ଏହି ପୃଥିବୀରେ ଜୀବନଯାପନ କରିବା !
-    ଶ୍ରୀମତୀ ଭୁବାନା ଧାନାଵାଲ 

ପ୍ରାର୍ଥନାର ଅଂଶ :-
"କାନମାନିଏଲ କେଲ" ଅର୍ଥାତ "ଯୁବତୀ ଶୁଣ" ଏହି କାର୍ଯ୍ୟକ୍ରମ ପ୍ରତି ରବିବାର ସନ୍ଦ୍ୟା ଘ 6 ଠାରୁ  6:30 ମି ପର୍ଯ୍ୟନ୍ତ ହେଉଛି !ଏହି କାର୍ଯ୍ୟକ୍ରମ ଦେଖୁଥିବା ପ୍ରତ୍ୟେକ ଯୁବତୀ ସ୍ତ୍ରୀକୁ ସଦାପ୍ରଭୁ ସ୍ବର୍ଶ କରି ସୁରକ୍ଷା କରିବା ନିମନ୍ତେ ପ୍ରାର୍ଥନା କରିବା !

Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864  ନମ୍ବରକୁ ଯୋଗାଯୋଗ କରନ୍ତୁ !

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al holiganbet giriş holiganbet padişahbet bets10 extrabet royalbet süperbetin padişahbet betcio romabet giriş romabet queenbet bahiscasino betcio bahiscasino atlasbet matbet matbet giriş bahiscasino celtabet queenbet casibom jojobet