By Village Missionary Movement
Sunday, 03-Apr-2022ଆଜିର ବାକ୍ୟ (Oriya) 04-04-2022
ଗୋଟିଏ ଗ୍ଲାସ କ୍ଷୀର
“ତାହାର ଯାହା ସାଧ୍ୟ, ତାହା ସେ କରିଅଛି;....|” - ମାର୍କ 14:8
ମାର୍କ ସୁସମାଚାର -14:1-9 ବାକ୍ୟରେ, ଜଣେ ସ୍ତ୍ରୀ ଲୋକ ବିଶୁଦ୍ଧ ଜଟାମାଂସୀ ତୈଳ ଆଣି ଯୀଶୁଙ୍କ ମସ୍ତକରେ ଢ଼ାଳିବା ପଡୁଛୁ !ସେ ସେହିପରି କରିବା ଦ୍ଵାରା କେତେକ ଲୋକ ବିରକ୍ତ ହୋଇ ବଚସା କଲେ !ସେତେବେଳେ ଯୀଶୁ, ସେ ମୋ ପ୍ରତି ଉତ୍ତମ କର୍ମ କରିଅଛି କହି ତାହାଙ୍କୁ ପ୍ରଶଂସା କଲେ !ତାହା ସର୍ବଦା ବହୁମୂଲ୍ୟ ଜଟାମାଂସୀ ତୈଳ !ସେ ଯୀଶୁଙ୍କୁ ବହୁମୂଲ୍ୟ ପରମେଶ୍ୱର ବୋଲି ଜାଣି ତାଙ୍କ ପ୍ରତି ରଖିଥିବା ପ୍ରେମ ହେତୁ ସେ ସେହି କାର୍ଯ୍ୟ କଲା !ଆଜିର ଦିନରେ ଆମ୍ଭମାନଙ୍କ ଜୀବନ କିଛି ଧ୍ୟାନ କରି ଆମେ ଦେଖିବା !ପ୍ରଭୁ ଆମ୍ଭ ନିମନ୍ତେ ଉତ୍ତମ କାର୍ଯ୍ୟ କରୁଛୁ କହିବା ସଦୃଶ୍ୟ ଆମ୍ଭେ ରହିଛୁ କି ? ଆମ୍ଭ ଶକ୍ତି ଅନୁସାରେ ପ୍ରଭୁ ପରମେଶ୍ୱରଙ୍କ ନିମନ୍ତେ ଯାହାବି ହେଉ କରୁଅଛୁ କି ? ନିଜକୁ ନିଜେ ଆମେ ପରୀକ୍ଷା କରି ଦେଖିବା !ଯଦି ଆପଣ ମୁଁ କଣ କରିପାରିବି ବୋଲି ଆପଣ ମନେ କରିପାର, ମାତ୍ର କିଛି ଉତ୍ତମ କାର୍ଯ୍ୟ ଅନେକ କରି ପାରନ୍ତି !ଉଦାହରଣ ସ୍ୱରୂପ, ଭୋକରେ ଥିବା ବ୍ୟକ୍ତିମାନଙ୍କୁ ଖାଦ୍ୟ ଦେଇ ପାରିବ, ବସ୍ତ୍ର ହୀନକୁ ବସ୍ତ୍ର ଦେଇ ପାରିବ, ପାଠ ପଡ଼ୁଥିବା ଦରିଦ୍ର ପିଲାମାନଙ୍କୁ ଖାତା କିଣି ଦେଇ ପାରିବ, ଟିଉସନ କହି ପାରିବ, ରୋଗୀମାନଙ୍କ ନିକଟକୁ ଯାଇ ସେମାନଙ୍କୁ ଶ୍ବାନ୍ତନା ଦେଇ ପାରିବ, ଏପରି ଅନେକ ସମ୍ଭବତ !ଦିନେ ଜଣେ ମାଆ ରାସ୍ତାରେ ଅତ୍ୟଧିକ ହାଲିଆ ହୋଇଯାଇ ଥିବା ଛୋଟ ବାଳକକୁ ଏକ ଗ୍ଲାସ କ୍ଷୀର ଦେଇଥିଲେ !ବର୍ଷ ବର୍ଷ ବିତିଯିବା ପରେ, ସେହି ମାଆ ଜଣକ ରୋଗଗ୍ରସ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଲା !ତାହା ଏକ ମହାନ ବେସରକାରୀ ଡାକ୍ତରଖାନା ଅଟେ !ବହୁତ ଟଙ୍କାପଇସା ଖର୍ଚ୍ଚ ହେବ ବୋଲି ସେହି ମାଆ ମନେକଲା !ଚିକିତ୍ସା ସରିବା ଶେଷ ଦିନ ବିଲ ପୈଠ ଆସିଲା !ସେଥିରେ ମୋଟ ବିଲ ବୋଲି ଲେଖା ଯିବା ସ୍ଥାନରେ, ଗୋଟିଏ ଗ୍ଲାସ କ୍ଷୀର କହି ଲେଖା ଯାଇଛି !ତାପରେ ହିଁ ସେହି ମାଆଙ୍କୁ ଜଣାଇ ଦିଆଗଲା କି ଯେ, ସେହି ମାଆ ଦିନେ ଦେଇଥିବା ଗ୍ଲାସ କ୍ଷୀରକୁ ନେଇଥିବା ଛୋଟ ବାଳକ ହିଁ ସେହି ଡାକ୍ତରଖାନାର ଡାକ୍ତର ଅଟଇ !
ହଁ ପ୍ରିୟ ବନ୍ଧୁଗଣ, ଆମ ମାପ ଅନୁସାରେ ହିଁ ସଦାପ୍ରଭୁ ଆମକୁ ନିଚୟ ଆଉଥରେ ମାପ କରି ଯୋଗାଇବେ !ସେଥିପାଇଁ ଉତ୍ତମ କାର୍ଯ୍ୟ କରିବା, ଆମ ଶକ୍ତି ଅନୁଯାୟୀ କରିବା !
- ଶ୍ରୀମତୀ ଭୁବାନା ଧାନାବାଲାନ୍
ପ୍ରାର୍ଥନାର ଅଂଶ
ଦଶମ ଏବଂ ଦ୍ଵାଦଶ ପଡୁଥିବା ମିଶିନାରୀ ଏବଂ ହୋମର ପିଲାମାନେ ଉତ୍ତମ ମାର୍କ ପାଇବା ନିମନ୍ତେ ପ୍ରାର୍ଥନା କରିବା !
Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864 ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.