By Village Missionary Movement
Friday, 01-Apr-2022ଆଜିର ବାକ୍ୟ (Oriya) 01-04-2022
ଖ୍ରୀଷ୍ଟଙ୍କ ତାଡନାର ଅନୁଭୂତି ପିତାଙ୍କ ପ୍ରେମ
“କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ ।“ - ଯୋହନ 3:16
1963 ମସିହାରେ ଆମେରିକାର ରାଷ୍ଟ୍ରପତି ଜନ୍ କେନେଡିକୁ ଗୁଳି କରି ହତ୍ୟା କରାଗଲା !ତାପରେ ହୋଇଥିବା ରାଷ୍ଟ୍ରପତି ପ୍ରତିଯୋଗୀତାରେ ତାର ଭାଇ ରବଟ କେନେଡି ପ୍ରତିଦ୍ବନ୍ଦୀତା କଲା !ଦିନେ ପ୍ରଚାର ମଇଦାନରେ ରବଟ ଭାଷଣ ଦେବା ବେଳେ ତାଙ୍କୁ ମଧ୍ୟ ଗୁଳି କରିବାରୁ ତଳେ ଟଳି ପଡିଲା !ସେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ, ତାଙ୍କ ଆଖି ସୁପ୍ତ ହୋଇଥିଲା, ସେହି ଅବସ୍ଥାରେ ମଧ୍ୟ ସେ ତାର ଚାରିପାର୍ଶ୍ୱରେ ଥିବା ବନ୍ଧୁମାନଙ୍କୁ ସ୍ବର୍ଶ କରି ପଚାରୁଛନ୍ତି, ସମସ୍ତେ ସୁରକ୍ଷିତରେ ଅଛ କି ? ଦେଖନ୍ତୁ କେତେ ସଂରକ୍ଷଣ ? କିଛି ମିନିଟ ମଧ୍ୟରେ ରବଟ ମଧ୍ୟ ମୃତ୍ୟୁବରଣ କଲା !ଯଦି ସେ ଏହି ଜଗତର ମଣିଷ, ତେବେ ତାହାଙ୍କ ଠାରେ ଏତେ ପ୍ରେମ ରହିଛି, ତେବେ ଆପଣଙ୍କୁ ଓ ମୋତେ, ପୃଥିବୀ ଓ ଆକାଶକୁ ସୃଷ୍ଟି କରିଥିବା ପିତାପରମେଶ୍ୱରଙ୍କ ପ୍ରେମ କେତେ ମହାନ, ଏହା ଆମେ ଜାଣିବାକୁ ହିଁ ଯୀଶୁଖ୍ରୀଷ୍ଟଙ୍କର କୃଶର ତାଡନା !ଯୀଶୁଖ୍ରୀଷ୍ଟ କେତେ ତାଡନା ଅନୁଭବ କଲେ, ଯଦି ତାହା ଆମେ ଅଳ୍ପ ଆଲୋଚନା କରି ଦେଖିବା, ତେବେ ସେ ଆମ୍ଭ ନିମନ୍ତେ କୋରଡ଼ାରେ ପ୍ରହାର ପାଇବାକୁ, ସେ ନିଜକୁ ନିଜେ ସମର୍ପିତ ହେଲେ !ରୋମୀୟମାନେ ଦଣ୍ଡ ଦେବାକୁ ବ୍ୟବହାର କରୁଥିବା କୋରଡ଼ାର ଶେଷ ଅଂଶରେ ଗୋଟିଏ ଲୁହାର କଣ୍ଟା ଓ ବାଟୁଳି ଖଞ୍ଜା ଯାଇଥାଏ !ତାହା ସହ ପ୍ରହାର କରିଥିବା ପ୍ରତ୍ୟେକ ଥର, ଯୀଶୁଖ୍ରୀଷ୍ଟଙ୍କର ମାଂସ ବିଛୁରିତ ହୋଇ ରକ୍ତ ଝରେ !ତାହାଙ୍କର ପିଠି ଚଷା ଯାଇଥିବା ଭୂମି ସଦୃଶ୍ୟ ବଦଳିଲା !କଣ୍ଟାର ମୁକୁଟ ମସ୍ତକରେ ପିନ୍ଧାଇ ପ୍ରହାର କଲେ !ମସ୍ତକରେ ଧାରଣ କରାଇଥିବା ଗଜିଆ କଣ୍ଟା ଦ୍ଵାରା ପ୍ରସ୍ତୁତ କରିଥିବା କଣ୍ଟାର ମୁକୁଟ ନିର୍ଯାତନା ଦେଖାଇଲା !ତଳିପାଦ ଠାରୁ ମସ୍ତକ ପର୍ଯ୍ୟନ୍ତ ଯୀଶୁଖ୍ରୀଷ୍ଟ କ୍ଷତ ହେଲେ !
ପ୍ରିୟ ବନ୍ଧୁଗଣ, ଆମ୍ଭେମାନେ ଏହି ପାପରୁ, ଅଭିଶାପରୁ, ବ୍ୟାଧିରୁ ପରିତ୍ରାଣ ପାଇବାକୁ ଆମ୍ଭମାନଙ୍କ ନିମନ୍ତେ ସେ କୃଶରେ ନିଜକୁ ନିଜେ ସମର୍ପିତ ହେଲେ!ଯୀଶୁଖ୍ରୀଷ୍ଟଙ୍କର ଏହି ତାଡନାର କାରଣ, ପିତା ପରମେଶ୍ୱର ଆମ୍ଭପ୍ରତି ରଖିଥିବା କେବଳ ପ୍ରେମ !ଯୀଶୁଖ୍ରୀଷ୍ଟଙ୍କ ତାଡନା ପୂର୍ବରୁ ଆମ୍ଭମାନଙ୍କ ତାଡନା ସର୍ବଦା ଅଳ୍ପ ଅଟେ !ଯୀଶୁଖ୍ରୀଷ୍ଟ ତାଡନାକୁ ସହ୍ୟ କରିବା ଯୋଗୁ ପିତାଇଶ୍ୱରଙ୍କ ପ୍ରେମକୁ ଆମେ ଜାଣି ପାରୁଛୁ !ସେହିପରି ଭାବେ ଆମ୍ଭମାନଙ୍କୁ ଆମ୍ଭ ପରିବାରଠୁ, ବନ୍ଧୁବାନ୍ଦବଠୁ, ସାଙ୍ଗସାଥୀଠୁ ତାଡନା ଆସିବା ବେଳେ ତାହାକୁ ଆମେ ସହ୍ୟ କଲା ବେଳେ, ତାହାଦ୍ଵାରା ଖ୍ରୀଷ୍ଟଙ୍କର ପ୍ରେମକୁ ଅନ୍ୟମାନେ ମଧ୍ୟ ଜାଣି ପାରିବେ !ତାଡନାକୁ ସହ୍ୟ କରି ଜୀବନଯାପନ କରିବାକୁ ସମର୍ପିତ ହେବା !ପ୍ରଭୁଯୀଶୁଖ୍ରୀଷ୍ଟଙ୍କର ପ୍ରେମକୁ ପ୍ରକାଶିତ କରିବା !ଆମେନ୍ !
- ଭାଇ. ଶିୱା
ପ୍ରାର୍ଥନାର ଅଂଶ :-
ଏହି ମାସରେ ହେଉଥିବା ସେବା କାର୍ଯ୍ୟରେ ପରମେଶ୍ୱରଙ୍କର ମହିମା ପ୍ରକଟିତ ନିମନ୍ତେ ପ୍ରାର୍ଥନା କରିବା !
Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864 ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.