By Village Missionary Movement
Thursday, 24-Mar-2022ଆଜିର ବାକ୍ୟ (Oriya) 24-03-2022
ଆକ୍ରମଣ କରିବା
“...ସ୍ୱର୍ଗରାଜ୍ୟ ବଳରେ ଆକ୍ରାନ୍ତ ହେଉଅଛି; ପୁଣି, ବଳରେ ଆକ୍ରମଣକାରୀମାନେ ପରାକ୍ରମରେ ତାହା ଅଧିକାର କରୁଅଛନ୍ତି।“ - ମାଥିଉ 11:12
ଇଂଲଣ୍ଡ ଦେଶର ବ୍ରିସଷ୍ଟେଲ ନଗର ନିବାସୀ ପ୍ରଭୁଙ୍କର ଦାସ ଜର୍ଜ ମୂଲାର ଆମେରିକାକୁ ପାଣି ଜାହାଜରେ ଯାତ୍ରା କରୁଥାଏ !ସେହି ଜାହାଜ ଚାଳକ ଜଣେ ଉତ୍ତମ ଖ୍ରୀଷ୍ଟିଆନ ଏବଂ ମୂଲାର ବନ୍ଧୁ ଅଟଇ !ସମୁଦ୍ରରେ କିଛି ବାଧା ନ ଥାଇ ଯାଉ ଥିବା ଜାହାଜ ଅର୍ଥାତରେ ଅତ୍ୟଧିକ ଧୂଆଁ ଓ ବରଫ ଯୋଗୁ ଜାହାଜଟି ରହିଗଲା !ଜର୍ଜ ମୂଲାର କହିଲା, ଶନିବାର ଦିନ ମଧ୍ୟାହ୍ନ ମଧ୍ୟରେ କ୍ଯୁବିକ ନଗରକୁ ପହଂଚିବା ଉଚିତ !ଜାହାଜ ଚାଳକ କହିଲା, ତାହା ଅସମ୍ଭବ କାର୍ଯ୍ୟ !କାହିଁକିନା ଆମ ଯାତ୍ରାକୁ ବାଧା ଦେଉଥିବା ଧୂଆଁ ଓ ବରଫ କେତେ କଠିନ ଜାଣିଛ କି ? କିନ୍ତୁ ମୂଲାର କହିଲା, ମୋର ଦୃଷ୍ଟି ଅଧିନାୟକ ନିମନ୍ତେ ନାହିଁ, ମୋ ଜୀବନରେ ସବୁ କାର୍ଯ୍ୟ କରୁଥିବା ଜୀବନ୍ତ ପରମେଶ୍ୱରଙ୍କ ଠାରେ ଅଛି !ସଂଗେ ସଂଗେ ଆଣ୍ଠୁପାତି ପରମେଶ୍ୱର ଅଦଭୂତ କଲା ପରି ଆକ୍ରମଣ କରି ଅଧିନାୟକ ସହ ମିଶି ପ୍ରାର୍ଥନା କଲା !ପ୍ରାର୍ଥନା କଲା ପରେ ଦୁଇ ଜଣ ମିଶିଯାଇ ଜାହାଜର ଆଗକୁ ଦେଖିବା ବେଳେ ଧୂଆଁ ଓ ବରଫ ଅପସାରିତ ହୋଇଛି !ମୂଲାର ସଠିକ ସମୟରେ ସେବା କାର୍ଯ୍ୟ ପୂରଣ କରିବାକୁ ଆମେରିକାକୁ ପହଂଚିଗଲେ !
ପବିତ୍ର ବାଇବଲରେ ପ୍ରଭୁଙ୍କର କୃପା ପାଇଥିବା ଦୁଇଜଣଙ୍କ ବିଷୟରେ ଆମେ ଧ୍ୟାନ କରିବା !ବିଚାରକର୍ତ୍ତାକୁ ଆକ୍ରମଣ କରିଥିବା ବିଧବା ନ୍ୟାୟ ପାଇଲା (ଲୁକ :-18:1-7) ରେ ଆମେ ଦେଖିପାରିବା !ଇଶ୍ୱରଙ୍କୁ ଭୟ କରୁ ନ ଥିବା ଅବା ମଣିଷମାନଙ୍କୁ ମାନୁ ନ ଥିବା ବିଚାରକର୍ତ୍ତା ବିଧବାକୁ ଅମାନ୍ୟ କଲା !କିନ୍ତୁ ପ୍ରତିଦିନ ସେଇ ବିଧବା ବିଚାରକର୍ତ୍ତାଙ୍କୁ ନ ଛାଡି ବାରମ୍ବାର ଆକ୍ରମଣ କରି ନ୍ୟାୟ ସେହି ବିଚାରକର୍ତ୍ତା ଠାରୁ ପାଇଲା !ପୁରାତନ ନିୟମରେ ଆମ ପୂର୍ବ ପୁରୁଷ ଯାକୁବ ମଧ୍ୟ ପରମେଶ୍ୱରଙ୍କ ସହ ସେ ସଂଗ୍ରାମ କରି ସେ ଆକ୍ରମଣ କରି ,ତୁମ୍ଭେ ମୋତେ ଆଶୀର୍ବାଦ କଲେ ହିଁ ମୁଁ ତୁମ୍ଭଙ୍କୁ ଛାଡ଼ିବି କହି, ପରମେଶ୍ୱରଙ୍କ ଠାରୁ ଆଶୀର୍ବାଦ ପାଇଲା !ଆଉ ସ୍ୱର୍ଗରାଜ୍ୟ ବଳରେ ଆକ୍ରାନ୍ତ ହେଉଅଛି; ପୁଣି, ବଳରେ ଆକ୍ରମଣକାରୀମାନେ ପରାକ୍ରମରେ ତାହା ଅଧିକାର କରୁଅଛନ୍ତି ବୋଲି ଯୀଶୁଖ୍ରୀଷ୍ଟ କହିବା ଆମେ ପଡୁଛୁ !ଆମ୍ଭେମାନେ ମଧ୍ୟ ଯାକୁବଙ୍କ ସଦୃଶ୍ୟ, ଜର୍ଜ ମୂଲାର ସଦୃଶ୍ୟ ପ୍ରାର୍ଥନା ସଂଗ୍ରାମ କରି ବିଜୟୀ ପାଇବା !ସବୁଠାରୁ ଗୁରୁତ୍ୱପୂର୍ଣ ଆମ ଲକ୍ଷ୍ୟ ସ୍ୱର୍ଗ ରାଜ୍ୟ ବଳରେ ଆକ୍ରମଣ କରିବାକୁ ସଦାପ୍ରଭୁ ତାହାଙ୍କ କୃପା ଅନୁଗ୍ରହ କରନ୍ତୁ !
- ଶ୍ରୀମତୀ ଜସ୍ମିନ ପାଉଲ
ପ୍ରାର୍ଥନାର ଅଂଶ :-
ମୋକ୍ଷ ପ୍ରାୟାଣାମ ଏବଂ ଦିନଧ୍ୟାନ ସୁସମାଚାର ଲେଖି ଯୋଗାଉଥିବା ବ୍ୟକ୍ତି ପ୍ରଭୁଙ୍କର ଆତ୍ମା ଦ୍ଵାରା ଚାଳନ ହେବା ନିମନ୍ତେ ପ୍ରାର୍ଥନା କରିବା !
Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864 ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.