Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 23-03-2022
Share:

By Village Missionary Movement

Wednesday, 23-Mar-2022

ଆଜିର ବାକ୍ୟ (Oriya) 23-03-2022

ପରମେଶ୍ୱର ମହାନ 

"...କାରଣ ତୁମ୍ଭମାନଙ୍କଠାରେ ଯେ ଅଛନ୍ତି, ସେ, ଜଗତରେ ଯେ ଅଛି, ତାହାଠାରୁ ମହାନ ।" - ୧ ଯୋହନ 4:4

ଜଣେ ଛୋଟ ବାଳକ ତାଙ୍କ ଅଜାଙ୍କ ସହିତ ବିମାନରେ ଯାତ୍ରା କରୁଥାଏ !ବହୁତ ଦୂର ଯାତ୍ରା କରୁଥିବା ହେତୁ ତାର ବ୍ୟାଗରୁ ଗୋଟିଏ ପୁସ୍ତକ ଆଣି ପଡିବାକୁ ଆରମ୍ଭ କଲା !ତାଙ୍କ ନିକଟରେ ଜଣେ ବାଇବଲ କଲେଜର ପ୍ରଫେସର ବସିଥାଏ !ସେହି ପ୍ରଫେସର ଭାବିଲା,କଣ ଏ ଛୋଟ ବାଳକ ପଡ଼ୁଅଛି !ତାହା ପବିତ୍ର ଗ୍ରନ୍ଥ ହୋଇଥିବା ଯୋଗୁ ଏହି ପ୍ରଫେସର ଅତିଆନନ୍ଦିତ !ସେହି ବାଳକ ସହ କିଛି ସମୟ ବିତାଇବି ବୋଲି ଭାବନା କରି ପ୍ରଫେସର ବାଳକକୁ ପ୍ରଶ୍ନ କଲା, ବାବୁ ପରମେଶ୍ୱରଙ୍କ ଅସାଧ୍ୟ କାର୍ଯ୍ୟ କିଛି ଥିଲେ କହିବ, ଯଦି ତାହା ଠିକ, ତେବେ ତୁମକୁ ମୁଁ ଗୋଟିଏ ବଡ଼ ସେଓ ଫଳ ଦେବି !ସେହି ବାଳକ ପବିତ୍ର ଗ୍ରନ୍ଥକୁ ବନ୍ଦ କରି, ଅଳ୍ପ କିଛି  ଆଲୋଚନା କରି କହିଲା,ଆଜ୍ଞା ମୁଁ ମଧ୍ୟ ଆପଣଙ୍କୁ ଗୋଟିଏ ପ୍ରଶ୍ନ ପଚାରିବି, ପରମେଶ୍ୱର କରି ନ ପାରିବା ମହାନ କାର୍ଯ୍ୟ କିଛି ଥିଲେ କୁହନ୍ତୁ ? ମୁଁ ମୋ ଅଜାଙ୍କ ସହିତ କହି ଆପଣଙ୍କୁ ଗୋଟିଏ ପେଡି ଭର୍ତ୍ତି ସେଓ ଫଳ କ୍ରୟ କରି ଦେବି !ଆମ୍ଭେ ଆରାଧନା କରୁଥିବା ପରମେଶ୍ୱର ସର୍ବଶକ୍ତିଶାଳୀ !ସେ ଯଦି କହନ୍ତି, ତାଙ୍କ ଅନୁଯାୟୀ, ତାଙ୍କ ଆଜ୍ଞାରେ କାର୍ଯ୍ୟ ସ୍ଥିର ହୁଏ !ଏତେ ମହାନ ପୃଥିବୀକୁ ସୃଷ୍ଟି କରିଥିବା ପରମେଶ୍ୱରଙ୍କୁ ଆମ୍ଭ ପରିତ୍ରାଣକର୍ତ୍ତା ରୂପେ ପାଇଛୁ !ସୁପ ସାଗରକୁ ଦୁଇ ଭାଗରେ ବିଭକ୍ତି କରିଥିବା ପରମେଶ୍ୱର, ଜର୍ଦ୍ଧନ ନଦୀକୁ ବିପରୀତ ଦିଗରେ ପ୍ରଭାହିତ କରିଥିବା ପରମେଶ୍ୱର, ପବନ, ସମୁଦ୍ରକୁ ଧମକ ଦେଇ ଝଡ଼ତଫାନକୁ ଅଟକାଇ ଥିବା ପ୍ରଭୁ,କୁଷ୍ଠ ରୋଗୀକୁ ସୁସ୍ଥ କରିଥିବା ପ୍ରଭୁ, କାଳାକୁ କାନ, ମୁଖକୁ କଥା, ଅନ୍ଧକୁ ଆଖି ଦେଇଥିବା ପ୍ରଭୁ, ମୃତ୍ୟୁକୁ ସଜୀଵ କରି ଉଠାଇ ଥିବା ଇଶ୍ୱର, ସେ ପ୍ରଶ୍ନ କରନ୍ତି,  ଦେଖ, ଆମ୍ଭେ ସଦାପ୍ରଭୁ, ସମଗ୍ର ମର୍ତ୍ତ୍ୟର ପରମେଶ୍ୱର; ଆମ୍ଭର ଅସାଧ୍ୟ କି କିଛି ଅଛି ?”  (ଯିରୀମିୟ :-32:27 ) !

ପ୍ରିୟ ବନ୍ଧୁଗଣ, ଆଜି ଆପଣଙ୍କୁ ଏକ ଅଦଭୂତର ଆବଶ୍ୟକ ଅଛି କି ? ପ୍ରତିଦିନ ଆପଣଙ୍କ ଜୀବନରେ ସଂଗ୍ରାମ ଅତ୍ୟଧିକ ହେଉଛି କି ? ସମସ୍ୟାକୁ ଦେଖି ଚିନ୍ତିତ ଅଛ କି ? ପିଲାମାନଙ୍କ ନିମନ୍ତେ ଆଲୋଚନା କରି ଦୁଃଖ ହେଉଛ କି ? ଋଣବୋଝରେ କଣ କରିବା ଉଚିତ, ଜାଣି ନ ପାରି ବିଚଳିତ ଅଛ କି ? ଯେକୌଣସି ବିଷୟରେ ବିବ୍ରତ ହୁଅନ୍ତୁ ନାହିଁ !ଏହି ସବୁ ସମସ୍ୟାର ସମାଧାନ କରିବା ଜଣେ ମହାନ ପରମେଶ୍ୱର ଆପଣଙ୍କ ସହ ଅଛନ୍ତି !ଆପଣଙ୍କ ସମସ୍ୟାକୁ ତାଙ୍କ ସହ ଅଂଶୀଦାର କରନ୍ତୁ, ସମ୍ପୂର୍ଣ ରୂପେ ତାହାଙ୍କୁ ବିଶ୍ୱାସ କର, ଆପଣଙ୍କ ଦୁଃଖକୁ ସେ ଆନନ୍ଦରେ ପରିବର୍ତ୍ତନ କରିବେ !ଆମେନ୍ !
-    ପି. ଶିୱା

ପ୍ରାର୍ଥନାର ଅଂଶ :-
ଅଫିସ କାମ ନିମନ୍ତେ କମ୍ପୁଟର, ଲାପଟୋପ, ଅତିଆବଶ୍ୟକ ଅଛି, ଏହା ଯୋଗାଇ ଦେବା ଲୋକ ଆଗକୁ ଆସିବା ନିମନ୍ତେ ପ୍ରାର୍ଥନା କରିବା !

Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864  ନମ୍ବରକୁ ଯୋଗାଯୋଗ କରନ୍ତୁ !

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al holiganbet giriş holiganbet padişahbet bets10 extrabet royalbet süperbetin padişahbet betcio romabet giriş romabet queenbet bahiscasino betcio bahiscasino atlasbet matbet matbet giriş bahiscasino celtabet queenbet casibom jojobet