Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 22-03-2022
Share:

By Village Missionary Movement

Tuesday, 22-Mar-2022

ଆଜିର ବାକ୍ୟ (Oriya) 22-03-2022

ଟିକିଏ ଦୁଃଖଭୋଗ 

“କାରଣ ମୋ' ବିଚାରରେ, ଯେଉଁ ଗୌରବ ଆମ୍ଭମାନଙ୍କ ପ୍ରତି ପ୍ରକାଶିତ ହେବ, ତାହା ତୁଳନାରେ ଏହି ବର୍ତ୍ତମାନ କାଳର ଦୁଃଖଭୋଗ କିଛି ହିଁ ନୁହେଁ ।“ - ରୋମୀୟ 8:18
  
ଆମେରିକା ସୈନିକର ଅଧିନାୟକ ହୋଇଥିବା ଜେନେରାଲ ଆଇସାମ ହେଭାର ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଗୁରୁତ୍ୱପୂର୍ଣ ନାୟକ ସାଜିଥିଲା !ସେ ସର୍ବପ୍ରଥମେ ସୈନିକ  ତାଲିମରେ ପ୍ରବେଶ କଲାବେଳେ, ସେଠାରେ ଅନୁଭବ କରୁଥିବା କଷ୍ଟକୁ ପ୍ରତିଦିନ ତାଙ୍କ ମାଆଙ୍କୁ ଚିଠି ଦ୍ଵାରା ଲେଖି ଜଣାଉ ଥାଏ !ସେ ତାଲିମରେ ପାହାନ୍ତିଆ ସକାଳରେ ନିଦରୁ ଉଠିବାକୁ ହୁଏ !ଗୋଟିଏ ଦିନକୁ କୋଡିଏ କିଲୋମିଟର ଦୂର ଦୌଡ଼ିବା ଉଚିତ !ପ୍ରାୟ 40 ରୁ 45 ଡିଗ୍ରୀର ଉତ୍ତାପ ମରୁଭୂମି ପ୍ରାନ୍ତରରେ ତାଲିମ ନେଉଥିବା ବେଳେ, ମିଳୁଥିବା ଖାଦ୍ୟ କେବଳ 100 ମିଲିଲିଟର କ୍ଷୀର !ଏହିପରି ସେ ଅନୁଭବ କରୁଥିବା କଷ୍ଟକୁ ଚିଠିଲେଖି ପଠାଇଲେ ମଧ୍ୟ, ତାଙ୍କ ମାଆଙ୍କ ଠାରୁ ଗୋଟିଏ ଉତ୍ତର ମଧ୍ୟ ଆସିନାହିଁ !ଏହିପରି ସେ ତାଙ୍କ ମାଆଙ୍କୁ ପ୍ରାୟ ଶହେରୁ ଉର୍ଦ୍ଧ ଚିଠି ଲେଖିଲା !ଏହି ଏକ ଶହ ଚିଠିର ଉତ୍ତର ପଠାଇବା ନିମନ୍ତେ ତାହାଙ୍କ ମାଆ, ଗୋଟିଏ ପୋଷ୍ଟକାର୍ଡରେ ଗୋଟିଏ ଘଟଣାକୁ ଲେଖିଲା !

ଦୁଇଜଣ ବ୍ୟକ୍ତି କାରାଗାରରେ ବନ୍ଦୀ ହେଲେ !ଜଣେ ତାହାର ଦୁଃଖର ଅବସ୍ଥାକୁ ଦେଖି ଲୁହ ଝରାଇ, ମୁଣ୍ଡ ନୁଆଁଇ, ମାଟିକୁ ଦେଖି ବାଧା ହୋଇ ଦିନଗୁଡିକୁ ବିତାଇଲା !ଆଉ ଅନ୍ୟଜଣ ଝରକାରୁ ଆକାଶର ନକ୍ଷେତ୍ର ଗୁଡିକୁ ଦେଖି, ତାହାର ସୌନ୍ଦର୍ଯ୍ୟ ଓ ଉଜ୍ଜଳକୁ ଦେଖି ଆନନ୍ଦରେ ଦିନ ବିତାଇଲା !ତୁମେ କାହାରି ସଦୃଶ୍ୟ ରହିବାକୁ ଚାହୁଁଚୁ ? ଏପରି ଲେଖି ତାଙ୍କ ପୁଅ ନିକଟକୁ ଚିଠି ପଠାଇଲା !ଏହି ପତ୍ର ପଡିଥିବା ତାହାର ପୁଅ ଉଚାହିଁତରେ, ଖୁସିରେ ସୈନିକ ତାଲିମକୁ ସମାପ୍ତ କରି, ଆମେରିକା ଦେଶର 34ତମ ରାଷ୍ଟ୍ରପତି ହେଲେ !

ପ୍ରେରିତ ପାଉଲ ଅନୁଭବ କରିଥିବା ଦୁଃଖ କିଛି କମ ନୁହେଁ !କେତେଯେ ସମସ୍ୟା, କଷ୍ଟ ମଧ୍ୟରେ ସେ ଚାଲୁଥିଲେ, ଖ୍ରୀଷ୍ଟଙ୍କ ନିମନ୍ତେ ସେହି ସମସ୍ତ ଦୁଖଭୋଗକୁ ଧୌର୍ଯ୍ୟରେ ଶହନ କଲେ !ସେହି ଦୁଖଭୋଗ ନିମନ୍ତେ ପାଉଲ ଚିନ୍ତିତ ନ ହୋଇ, ଖ୍ରୀଷ୍ଟ ତାଙ୍କୁ କରିଥିବା ଆମନ୍ତ୍ରଣକୁ ନ୍ୟାୟବାନ ରୂପେ ରହିବା ଦ୍ଵାରା,ସେ ସମସ୍ତ ବ୍ୟର୍ଥ ନୁହେଁ ବୋଲି ଆଚର୍ଯ୍ୟ ଭାବେ କହିଲେ !ସେହି ଦୁଖଭୋଗ ସର୍ବଦା ଅତ୍ୟଧିକ ହେଉଥିଲେ ବି ଅନନ୍ତ ମହିମା ଆଣିବ ବୋଲି ବିଶ୍ୱାସ କଲା !

ପ୍ରିୟ ବନ୍ଧୁଗଣ, ଆମ୍ଭେମାନେ ମଧ୍ୟ ଯଦି ଅନେକ ଦୁଃଖଭୋଗ ମଧ୍ୟରେ ଯାଇଥାଉ ପାରୁ !ଯଦି ଆମେ ଦୁଃଖଭୋଗକୁ ଦେଖୁଛୁ, ତେବେ ତାହା ବଡ଼ ହୋଇ ଦେଖାଯିବ !ତାହା କଷ୍ଟ ଲାଗିବ !ଆମ୍ଭମାନଙ୍କ ଦୁଃଖଭୋଗ ଯାହା ହେଉ ନିରନ୍ତର ନୁହେଁ !ଦିନେ ତାହା ଆମକୁ ଛାଡି ଚାଲିଯିବ !ମାତ୍ର ଆମେ ଏପରି ଘଟିଗଲା ବୋଲି ଦୁଃଖରେ ବୁଡିଗଲେ, ଆମକୁ କେହି ସାହାଯ୍ୟ କରି ପାରିବେ ନାହିଁ !
-    ଭାଇ ଶଙ୍କର ରାଜ 

ପ୍ରାର୍ଥନାର ଅଂଶ :-
ପ୍ରତିଦିନ ପ୍ରାତଃ ପାଞ୍ଚ ଘଣ୍ଟା ସମୟରେ ହେଉଥିବା ସୁସ୍ଥତା ସେବା ଦ୍ଵାରା ଅନେକଲୋକ ଅଦଭୂତ ଭାବେ ସୁସ୍ଥତା ପାଇବା ନିମନ୍ତେ ପ୍ରାର୍ଥନା କରନ୍ତୁ !

Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864  ନମ୍ବରକୁ ଯୋଗାଯୋଗ କରନ୍ତୁ !

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al holiganbet giriş holiganbet padişahbet bets10 extrabet royalbet süperbetin padişahbet betcio romabet giriş romabet queenbet bahiscasino betcio bahiscasino atlasbet matbet matbet giriş bahiscasino celtabet queenbet casibom jojobet