By Village Missionary Movement
Sunday, 20-Mar-2022ଆଜିର ବାକ୍ୟ (Oriya) 21-03-2022
ପ୍ରତ୍ୟାଖାନ କରିବା ଉତ୍ତମ
“ମାତ୍ର, ତୁମ୍ଭେମାନେ ମୋତେ ଏଠାକୁ ଆସିବା ପାଇଁ ବିକ୍ରୟ କଲ ବୋଲି ଏବେ ଦୁଃଖିତ ଓ ଆପଣା ଆପଣା ପ୍ରତି ବିରକ୍ତ ହୁଅ ନାହିଁ; କାରଣ ପରମେଶ୍ୱର ପ୍ରାଣ ବଞ୍ଚାଇବା ନିମନ୍ତେ ତୁମ୍ଭମାନଙ୍କ ଆଗେ ମୋତେ ପଠାଇଲେ।“ - ଆଦି ପୁସ୍ତକ 45:5
ନେଲସନ ମାଣ୍ଡେଲ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ହୋଇ ଥିବାବେଳେ ଗୋଟିଏ ରେଷ୍ଟରାଣ୍ଟକୁ ଭୋଜନ ନିମନ୍ତେ ଗଲେ !ସେତେବେଳେ ସେଠାରେ ଜଣେ ସମୁଖ ଟେବୁଲରେ ବସି, ଭୟରେ ଥରି ଥରି ଭୋଜନ କରୁଥାଏ !ସେହି ରାଷ୍ଟ୍ରପତିଙ୍କ ସୁରକ୍ଷା କର୍ମୀମାନେ ସେହି ଲୋକକୁ ଜାଣିପାରି ନେଲସନ ମାଣ୍ଡେଲଙ୍କୁ ଜଣାଇଲେ !ତେବେ ନେଲସନ ସେହି ଲୋକଟିକୁ ଦେଖିଲେ, ତାଙ୍କ ମୁଖରେ ମୁରୁକି ହସ !ନେଲସନ କହିଲେ, ମୁଁ ଯେତେବେଳେ କାରାଗାରରେ ଥିଲି, ସେବେ ସେ ହିଁ ମୋର କାରାଗାର ରକ୍ଷକ !ମୁଁ ଦିନେ ପିଇବା ପାଇଁ ପାଣି ମାଗିବାରୁ ସେ ମୋ ପ୍ରତି ମୁତ୍ର ବିସର୍ଜନ କଲା !ଏବେ ମୁଁ ମୁକ୍ତ ହେଲି !ସେଥିପାଇଁ ମୁଁ ତାଙ୍କ ପ୍ରତି ପ୍ରତିଶୋଧ ନେବି ବୋଲି ଭୟରେ ଥରୁଛି !ତାଙ୍କୁ ଦେଖି ଗୋଟିଏ ଛୋଟ ମୁରୁକି ହସ ହସିଦେଇ ନେଲସନ ସେଠାରୁ ଚାଲି ଗଲା !
ପବିତ୍ର ବାଇବଲରେ ଯୋଶେଫଙ୍କ ଭାଇମାନେ ଯୋଶେଫଙ୍କୁ କୋଡିଏଟି ରୂପା ମୁଦ୍ରାକୁ ବିକ୍ରୟ କରି ଦେଲେ !ମିଶ୍ରୀୟମାନଙ୍କ ଘରରେ ଫତିଫରର ସ୍ତ୍ରୀଙ୍କ ଦ୍ଵାରା କାରାଗାରରେ ବନ୍ଦୀ ହେଲା !ଯୋଶେଫଙ୍କ ତିରିଶି ବର୍ଷ ବୟସରେ ମିଶର ଦେଶର ଅଧିପତି ରୂପେ ନିଯୁକ୍ତି ହେଲା !ସେତେବେଳେ ଯୋଶେଫଙ୍କ ଭାଇମାନେ ସେମାନଙ୍କର ଦେଶରେ ଫସଲ ଦୁର୍ଭିକ୍ଷ ହେବା ଯୋଗୁ, ତାଙ୍କ ଭାଇମାନେ ଯୋଶେଫ ହିଁ ରାଜା ବୋଲି ଜାଣି ନ ପାରି ଫସଲ କ୍ରୟ ନିମନ୍ତେ ଯୋଶେଫଙ୍କ ନିକଟକୁ ଆସିଲେ !ମାତ୍ର ଯୋଶେଫ ସେମାନେ ହିଁ ତାଙ୍କ ଭାଇ ବୋଲି ଚିହ୍ନି ପାରିଲା !ଯୋଶେଫଙ୍କ ମନରେ ତାଙ୍କ ଭାଇମାନଙ୍କ ପ୍ରତି ପ୍ରତିଶୋଧ ନେବାର ଆଲୋଚନା କି ସେମାନଙ୍କୁ ପ୍ରତ୍ୟାଖାନ କରିବା ଆଲୋଚନା ଆସି ନାହିଁ !କିନ୍ତୁ ଯୋଶେଫଙ୍କୁ ତାଙ୍କ ଭାଇମାନେ ସଂପୂର୍ଣ୍ଣ ରୂପେ ପ୍ରତ୍ୟାଖାନ କରି ବିକ୍ରୟ କରି ଦେଲେ !
ପ୍ରତିଶୋଧ ନେବା ଗୁଣ ଜଣକ ସହିତ ଅଥବା ଗୋଟିଏ ଦେଶରେ ଥିଲେ ଉର୍ନ୍ନତି ହୋଇ ପାରନ୍ତି ନାହିଁ !ଯଦି ସମସ୍ତଙ୍କୁ ସ୍ବାନ୍ତନା ଦେବା ଜଣକ ଠାରେ ଥିଲେ ଗୋଟିଏ ସାମ୍ରାଜ୍ୟ ସୃଷ୍ଟି କରି ପାରିବା !ଏହି ସ୍ୱଭାବ ଯୋଶେଫଙ୍କ ଠାରେ ଥିଲା !ଏହା ପଡ଼ୁଥିବା ପ୍ରିୟ ବନ୍ଧୁଗଣ,ଯଦି ଆପଣମାନଙ୍କୁ କେହି ପ୍ରତ୍ୟାଖାନ କଲେ ଦୁଃଖ କରନ୍ତୁ ନାହିଁ !ଅନେକ ଲୋକ ବହୁମୂଲ୍ୟ ଦ୍ରବ୍ୟ କ୍ରୟ କରି ନ ପାରି ପ୍ରତ୍ୟାଖାନ କରନ୍ତି !ଯଦି ଆମେ ପ୍ରତିଶୋଧ ପରାୟଣ ହୋଇ ନ ଥିବା , ତେବେ ନିଚୟ ପ୍ରଭୁ ଆମକୁ ପ୍ରତ୍ୟାଖାନ ନ କରି ବଢ଼ାଇବେ !ଆମେନ୍ !
- ଶ୍ରୀମତୀ ଶକ୍ତି ଶଙ୍କର
ପ୍ରାର୍ଥନାର ଅଂଶ :-
ସେବକ ନିମନ୍ତେ ବିଶେଷତ୍ଵ ଭାବେ ଲେଖା ହୋଇ ଯୋଗାଇ ଦିଆ ଯାଉଥିବା ମାସିକ ପତ୍ରିକା ମୁଦ୍ରଅଣ ନିମନ୍ତେ ପ୍ରାର୍ଥନା କରନ୍ତୁ !
Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864 ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.