By Village Missionary Movement
Saturday, 19-Mar-2022ଆଜିର ବାକ୍ୟ (Oriya) 19-03-2022
ଦୀନହୀନ ଆତ୍ମା
“ଆତ୍ମାରେ ଦୀନହୀନ ଲୋକେ ଧନ୍ୟ, କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର ।“ - ମାଥିଉ 5:3
ଭୂତପୂର୍ବ ଆମେରିକାର ରାଷ୍ଟ୍ରପତି ଅବ୍ରାହମ ଲିଙ୍କନଙ୍କ ପିତା ବୃତ୍ତିରେ ଜଣେ ଚପଲ ସିଲେଇ ଥିଲା !ଏହି ବୃତ୍ତିରେ ଥିବା ଯୋଗୁ ଶାସନ କାଳରେ ବିରୋଧୀ ଦୋଳର ନେତା ଜଣେ ଲିଙ୍କୋନଙ୍କୁ ଅପମାନିତ କଲା !ଦିନେ ପାର୍ଲିଆମେଣ୍ଟ ଚାଲିଥିବା ସମୟରେ ଅବ୍ରାହମ ଲିଙ୍କୋନଙ୍କୁ କହିଲା, ତୁମ୍ଭ ବାପା ସିଲେଇ କରି ଦେଇଥିବା ଚପଲ ହିଁ ମୁଁ ଆଜି ପର୍ଯ୍ୟନ୍ତ ପାଦରେ ପିନ୍ଦୁଛି !ସଙ୍ଗେ ସଙ୍ଗେ ଲିଙ୍କୋନ କହିଲା, ହା ସତ କି ମୋ ବାପା ସିଲେଇ କରି ଦେଇଥିବା ଚପଲ ବହୁତ ଦିନ ଯାଉଛି ଦେଖ !ଯଦି କେବେ ତାହା ଛିଣ୍ଡି ଯାଏ, ତେବେ ମୋତେ ଦିଅ, ମୁଁ ତାହା ସିଲେଇ ଦେବି !ଲିଙ୍କୋନ ଦୀନତାରେ କହିଲା, ମୁଁ ରାଷ୍ଟ୍ରପତି ହୋଇ ଥିଲେ ମଧ୍ୟ ମୋତେ ଚପଲ ସିଲେଇବା ଜଣା !ତାଙ୍କ ହୃଦୟରେ ଦେଖା ଯାଇଥିବା ଦୀନତାର ମନକୁ ଦେଖାନ୍ତୁ !ଦ୍ୱିତୀୟ ଶାମୂଏଲ :-6:11-22 ଯଦି ପଡିବା, ଦାଉଦ ରାଜା ସଦାପ୍ରଭୁଙ୍କ ସିନ୍ଦୁକ ଓବେଦ୍-ଇଦୋମର ଗୃହରୁ ଦାଉଦ ନଗରକୁ ଆଣିବା ବେଳେ, ଦାଉଦ ତାହାର ଶକ୍ତି ଅନୁସାରେ ପରମେଶ୍ୱରଙ୍କ ସାନିଧ୍ୟରେ ନାଚିଲେ !ଏହି ଘଟଣାକୁ ଶାଉଲଙ୍କର କନ୍ୟା ମୀଖଲ ଝରକା ଦେଇ ଅନାଇ ଦାଉଦ ରାଜାଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ କୁଦିବାର ଓ ନାଚିବାର ଦେଖିଲା; ଏଣୁ ସେ ଆପଣା ମନେ ମନେ ତାଙ୍କୁ ତୁଚ୍ଛ କଲା।ତୁମେ ରାଜା ପରି ଅଛ କି ? ହୀନ ଅବସ୍ଥାରେ ଚାଲିଲ ବୋଲି ଦାଉଦଙ୍କ ବିଷୟରେ ହୀନତାରେ ତୁଚ୍ଛତାରେ କଥା ହେଲା !ତାହାର ସ୍ତ୍ରୀର କଥାକୁ ଦାଉଦ କଠିନ ଶିକ୍ଷା ବା ଦଣ୍ଡ ବିଧାନ କରିପାରିବ !କିନ୍ତୁ ସେ ସ୍ୱାମୀ, ରାଜା ଅଧିକାରୀ ସଦୃଶ୍ୟ ନ୍ୟାୟ ନ ଦେଇ, ସେ ନିଜକୁ ନିଜେ ନତ ହେଲା !ଏହା ଠାରୁ ମୁଁ ଆଉ ଅଧିକ ଘୃଣିତ ହୋଇ, ମୋ ଦୃଷ୍ଟିରେ ମୁଁ କ୍ଷୁଦ୍ର ହେବି କହିଲା !ଏହା ଗୋଟିଏ ସାଧାରଣ କଥା ନୁହେଁ !ତାଙ୍କ ଆତ୍ମାରେ ଥିବା ଦୀନହୀନ ଆଲୋଚନାର ସୂଚନା ଦେଉଛି !ମୁଁ ଜଣେ ରାଜା ବୋଲି ପ୍ରତ୍ୟେକ ମିନିଟ ସେ ନିଜକୁ ନିଜେ ମନେ ନ କରି ପରମେଶ୍ୱରଙ୍କ ସମୁଖରେ ସେ କିଏ ଅଟେ ବୋଲି ଆତ୍ମାରେ ଜାଣିଥିବା ବ୍ୟକ୍ତି ହୋଇ ଥିଲେ !ହଁ ଆତ୍ମାରେ ଦୀନହୀନ ଲୋକେ ଧନ୍ୟ !
ପ୍ରିୟ ବନ୍ଧୁଗଣ, ଆପଣଙ୍କ ଅବସ୍ଥା କଣ ? ଅନ୍ୟମାନଙ୍କ ସମୁଖରେ ଅପମାନିତ ହେବା ବେଳେ ଆପଣଙ୍କ ମନ କିପରି ଥିବ ? ଅନ୍ୟମାନଙ୍କ ସମୁଖରେ ହୀନ ହେବା, ଅପମାନିତ ହେବା କଷ୍ଟ ଅଟଇ !କିନ୍ତୁ ଅପମାନଙ୍କୁ ଗ୍ରହଣ କରି ସେହି ସ୍ଥାନରେ ଦୀନହୀନ ଆତ୍ମାରେ ଥିଲେ, ତାହା ଗୋଟିଏ ପରିପକ୍ୱତାର ଅନୁଭବ ଅଟେ !ହଁ ସବୁବେଳେ ଆମ ଆତ୍ମା, ଆଲୋଚନା, ଭାବନା, ଦୀନହୀନ ହୋଇ ଉପଯୁକ୍ତ ହୋଇ ଥିବା ଉଚିତ !ନିଚୟ ଆମ୍ଭେ ସଦାପ୍ରଭୁଙ୍କର ଦୃଷ୍ଟିରେ ଧନ୍ୟ ଅଟୁ !ସ୍ୱର୍ଗ ରାଜ୍ୟ ଆମର !
- ଶ୍ରୀମତୀ ୠତ ଆଣିସ
ପ୍ରାର୍ଥନାର ଅଂଶ :-
ସାତ ହଜାର ମିଶିନାରୀ ଦ୍ଵାରା ଏକଲକ୍ଷ ଗ୍ରାମ ପାଇବା ନିମନ୍ତେ କରିଥିବା ଯୋଜନାରେ ସମର୍ପିତ ହୋଇଥିବା ସେବକ ପାଇବା ନିମନ୍ତେ ପ୍ରାର୍ଥନା କରିବା !
Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864 ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.