By Village Missionary Movement
Sunday, 13-Mar-2022ଆଜିର ବାକ୍ୟ (Oriya) 13-03-2022 (Kids Special)
ଲାଭ ଅଛି କି ?
“କାରଣ ଆମ୍ଭେମାନେ ତାହାଙ୍କ ରଚନା, ଯେ ସମସ୍ତ ସତକାର୍ଯ୍ୟ ଆମ୍ଭେମାନେ କରିବୁ ବୋଲି ଈଶ୍ୱର ପୁର୍ବରୁ ପ୍ରସ୍ତୁତ କରିଥିଲେ, ଆଚରଣରେ ସେହି ସବୁ ସାଧନ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କଠାରେ ସୃଷ୍ଟ ।“ - ଏଫିସୀୟ 2:10
ଭିଲେଜ ମିଶିନାରୀ ମୁମେଣ୍ଟ ଦ୍ଵାରା କାହାଣୀ ଶୁଣୁଥିବା ତୁମ୍ଭଙ୍କୁ ପ୍ରେମରେ ଆହ୍ୱାନ କରୁଛି !ଆଜି ଅରଣ୍ୟ ଦେଖିବା ନିମନ୍ତେ ଯିବା, ଆସିବ କି ? ଅରଣ୍ୟରେ କଣ କଣ ସବୁ ଥିବ ? ଅନେକ ପ୍ରକାରର ଚାରା, ରଙ୍ଗବେରଙ୍ଗର ଫୁଲ, ପକ୍ଷୀ, ଗଛଲତା, ସବୁ ଥିବ ତ !ବରଗଛ ଓ ଆମ୍ବ ଗଛ କଣ କହୁଛି ଶୁଣିବା କି ? ଶୁଣିବାକୁ ଖୁସିରେ ଅଛ କି ?
ସେହି ଅରଣ୍ୟରେ ବରଗଛ ଉଚ୍ଚତା ଥିବା ହେତୁ ଅଧିକ ଛାଇ ଯୋଗାଉଛି !କିନ୍ତୁ ଯଦି ତାହାର ଛାଇରେ କେହି ଜଣେ ବସିବାକୁ ଆସିଲେ ଶୁଖିଲା ଡାଳ ତା ଉପରେ ପକାଇ ଦେଇ ତାଙ୍କୁ ଘଉଡ଼ାଇ ଦିଏ !ଗଛ ବହୁତ ବଡ଼ ଅଛି, ବସା ବାନ୍ଦୀବାକୁ ଅତି ଉତ୍ତମ ଅଟେ !ଏମିତି ଭାବି ପକ୍ଷୀଗୁଡିକ ଆସିବା ବେଳେ, ସେହି ବରଗଛ ରାଗରେ ଘୋଉଡାଇ ଦିଏ !ବରଗଛ କହେ,ଚାଲି ଯାଅ ତୁମ୍ଭେମାନେ ରଡି କରୁଥିବ !ଏଠାରେ ବସା ବାନ୍ଦ ନାହିଁ !ଏପରି କାହାକୁ ଉପଯୋଗ ନ ହୋଇ ରହିଥାଏ ବରଗଛ ! ପକ୍ଷୀ ସବୁ ନିକଟରେ ଥିବା ଆମ୍ବ ଗଛ ପାଖକୁ ଯାଇ ବସା କରି ଜୀବନଯାପନ କଲେ !ଆମ୍ବ ଗଛ ଓ ପକ୍ଷୀଗୁଡିକ ସାଙ୍ଗ ସଦୃଶ୍ୟ ଖୁସିରେ ରହୁଥାନ୍ତି !ଏହା ବରଗଛକୁ ପସନ୍ଦ ଲାଗିଲା ନାହିଁ !ରଡି କରି ବିରକ୍ତି କରାନ୍ତି, ମୋତେ ରାଗ ଆସେ !ଦିନେ ସେହି ରାସ୍ତା ଦେଇ ଆସୁଥିବା ମହୁମାଛି ବରଗଛ ନିକଟକୁ ଗଲେ !ସେହି ବରଗଛ କହିଲା, ଛି ଛି ତୁମେ କରିବା ହିଂସା ମୁଁ ସହ୍ୟ କରି ପାରିବି ନାହିଁ କହି ଘଉଡ଼ାଇ ଦେଲା !ସଙ୍ଗେ ସଙ୍ଗେ ପୋଡିଶାରେ ଥିବା ଆମ୍ବ ଗଛ ନିକଟକୁ ଯାଇ ବସା ବାନ୍ଦୀ ଜୀବନଯାପନ କରି ଆସିଲେ !ଦିନେ ଦୁଇଜଣ କାଠ ହଣାଲି ସେହି ବଣକୁ ଆସିଲେ !ମହୁମାଛି ଥିବା ହେତୁ ସେହି ଆମ୍ବ ଗଛ ନିକଟକୁ ଯିବାକୁ ଭୟ କରି, ବରଗଛକୁ ହାଣିବାକୁ ଗଲେ !ମହୁମାଛି କହିଲେ, କାହାକୁ ପ୍ରୟୋଜନ ନ ଥିବା ବରଗଛ କାହିଁକି, ହଣା ଯାଉ !ତାହା ନୁହେଁ ବନ୍ଧୁଗଣ, ବରଗଛକୁ ସାହାଯ୍ୟ କର, ଏଥର ପ୍ରୟୋଜନ ଥିବ !ଏହି କଥା ଆମ୍ବ ଗଛ କହିବା କ୍ଷଣି ମହୁମାଛି ଦୋଳଗତ ଭାବେ ଯାଇ ସେହି କାଠ ହଣାଳିଙ୍କୁ ଘଉଡ଼ାଇ ଦେଲେ !ବରଗଛ କହିଲା, ତୁମ୍ଭେ କରିବା ସାହାଯ୍ୟ ହେତୁ, ଆଜି ମୁଁ ଜୀବନରେ ବଞ୍ଚିଲି, ଏଥର ମୁଁ ତୁମ୍ଭ ସଦୃଶ୍ୟ ସମସ୍ତଙ୍କୁ ପ୍ରୟୋଜନ ହୋଇ ରହିବି, ଧନ୍ୟବାଦ ଆମ୍ବ ଗଛ !ଏପରି କହିବା ପରେ ପକ୍ଷୀଗୁଡିକ, ମହୁମାଛି କରତାଳି ଦେଇ ଆନନ୍ଦିତ ହେଲେ !ପିଲାମାନେ, ଆମ୍ବ ଗଛ ସଦୃଶ୍ୟ ତୁମ୍ଭେମାନେ ମଧ୍ୟ ଅନ୍ୟକୁ ପ୍ରୟୋଜନ ହୋଇ ରହିବା ଉଚିତ !ବରଗଛ ସଦୃଶ୍ୟ ଥିଲେ, ତୁମ୍ଭେ ନିଜକୁ ପରିବର୍ତ୍ତନ କରିବାକୁ ପଛଘୁଞ୍ଚା ହୁଅନ୍ତୁ ନାହିଁ !ଓକେ ତ !ସଦାପ୍ରଭୁ ପରମେଶ୍ୱର ତୁମ୍ଭଙ୍କୁ ଆଶୀର୍ବାଦ କରନ୍ତୁ !
- ଏ. ବିହୁଲା
Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864 ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.