Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 21-01-2021
Share:

By Village Missionary Movement

Thursday, 21-Jan-2021

ଆଜିର ବାକ୍ୟ (Oriya) 21-01-2021

ମଶାଙ୍କ ଯଷ୍ଟି 

“ତେବେ ସଦାପ୍ରଭୁ ତାହାଙ୍କୁ କହିଲେ, “ତୁମ୍ଭ ହସ୍ତରେ କ’ଣ ଅଛି ?” ସେ କହିଲେ, “ଯଷ୍ଟି।” - ଯାତ୍ରା ପୁସ୍ତକ 4:2

ସଦାପ୍ରଭୁ ମଶାଙ୍କ ଜୀବନକୁ ଆସିବା ବେଳେ ଏକ ଆଚ୍ଛର୍ଯ୍ୟ ପ୍ରଶ୍ନ କରି ଆସିଲେ !ପଚାରିଲେ, ତୁମ ହସ୍ତରେ କଣ ଅଛି ?  

ସେହିପରି ପ୍ରଶ୍ନ ପ୍ରଭୁ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପଚାରିଲେ !ସେ ବ୍ୟକ୍ତି କହିଲେ, ମୋ ନିକଟରେ କେବଳ ଏକ କଲମ ଅଛି ସେଥିରେ ତୁମେ କାଲବରୀ କୃଶରେ ଝରାଇ ଥିବା ରକ୍ତ ଭର୍ତି କରି ଦିଅ ତାହା ଦ୍ଵାରା ତୁମର ମହିମାର କାର୍ଯ୍ୟ, ତୁମର ଦୟା ଲେଖିବି !ତାଙ୍କର ଦ୍ଵାରା ସଦାପ୍ରଭୁଙ୍କ ଶତ ଶତ ବହି ଲେଖିବାକୁ, ତାହା ଦ୍ଵାରା ଲକ୍ଷ ଲକ୍ଷ ପ୍ରଜା ଆଶୀର୍ବାଦ ପାଇଲେ ! ବର୍ତମାନ ସେ ନାହାନ୍ତି ମାତ୍ର ସେ ଲେଖିଥିବା ବହି ଦ୍ଵାରା ପ୍ରତ୍ୟୋକ ଜୀବନରେ ସଦାପ୍ରଭୁଙ୍କର ଶକ୍ତି ଭରି ହେଉଛି !ଆତ୍ମୀୟ ଜୀବନରେ ଶକ୍ତି ପାଇବା ପାଇ ସେହି ପୁସ୍ତକ ଗୁଡିକ ସାହାଯ୍ୟକାରି ହୋଇ ଥାଏ !ସେ କିଏ ଜାଣିଛ କି ? ପ୍ରତିଦିନ ମାନ୍ନା ପତିଚର୍ଚ୍ଚା ସ୍ଥାପକ ବାପା ସ୍ୱାମୀ ଜାଗାତୁରେ !

ଫାରୋଙ୍କ ଭବନରେ ଥିବା ମୋଶାଙ୍କ ହସ୍ତରେ ମେଷଜଗାଳି ଧରିଥିବା ସାଧାରଣ ବାଡ଼ି ହିଁ ଥିଲା !ସଦାପ୍ରଭୁ ସେହି ସାଧାରଣ ବାଡ଼ିକୁ ହିଁ ପଚାରିଲେ !କଣ ସଦାପ୍ରଭୁ ଜାଣି ନାହାନ୍ତି କି ମୋଶାଙ୍କ ହସ୍ତରେ ସାଧାରଣ ଯଷ୍ଟି ଅଛି !ସେହିପରି ଏଦୋନ ଉଦ୍ୟାନରେ ଆଦାମ ତୁମେ କେଉଁଠାରେ ଅଛ ? ସଦାପ୍ରଭୁ ପଚାରିଲା !ଆଦାମ ଗଛ ପଛରେ ଲୁଚି ରହିଥିବା ସଦାପ୍ରଭୁ ଜାଣି ନାହାନ୍ତି ନା କଣ !ସଦାପ୍ରଭୁ ପ୍ରଶ୍ନ ପଚାରିବା ବେଳେ ଆମେ  ଆଲୋଚନା କରିବାକୁ ହେବ କି ଯେ ସେ  ଆମକୁ ଆଗକୁ ଚଳାଉଛନ୍ତି ଏହା ଆମେ ଗ୍ରହଣ କରିବାକୁ ହେବ !

ମୋଶାଙ୍କ ହସ୍ତରେ ଯଷ୍ଟି ଥିଲା, ଦାଉଦଙ୍କ ହସ୍ତରେ ବୀଣାଓ ବଂଶୀ ଥିଲା, ଗିଦିୟନଙ୍କ  ହସ୍ତରେ ମାଟିର ହାଣ୍ଡି ଓ ତୂରୀ  ଥିଲା, ସାମସନଙ୍କ ହସ୍ତରେ ଗଧ ଥୋମଣି   ଥିଲା, ଯୀଶୁଖ୍ରୀଷ୍ଟଙ୍କ ପ୍ରସଙ୍ଗ ଶୁଣିବାକୁ ଆସିଥିବା ବାଳକଙ୍କ ହସ୍ତରେ ପାଞ୍ଚଟି ରୋଟୀଓ ଦୁଇଟି ମାଛ ଥିଲା, ଗରିବ ବିଧବା ନିକଟରେ ଦୁଇ ତୋଡ଼ା ମୁଦ୍ରା ଥିଲା !ସେମାନେ ସେମାନଙ୍କଠାରେ ଥିବା ଦ୍ରବ୍ୟ ଗୁଡିକ ଛୋଟ ହେଲେ ମଧ୍ୟ ତାହା ପ୍ରଭୁଙ୍କର ହସ୍ତକୁ ସମର୍ପଣ କରିବାରୁ ସଦାପ୍ରଭୁ ତାହା ଦ୍ଵାରା ମହାନ ମହାନ କାର୍ଯ୍ୟ କଲେ !ମନେକର ତୁମଠାରେ ଉତ୍ତମ ଗୀତ ଗାଇବା କଣ୍ଠ ଥାଇପାରେ, ଉତ୍ତମ ଭାବେ ଲେଖିବାର ଶୈଳୀ ଥାଇପାରେ, କଥା କହିପାରିବା ଶୈଳୀ ଥାଇପାରେ, ପରିଶ୍ରମ କରିପାରିବା ସ୍ଵଭାଵ ଥାଇପାରେ, ଅନ୍ୟକୁ ସାହାଯ୍ୟ କରିବା ଉତ୍ତମ ମନ ଥାଇପାରେ !ଯାହା ସଦାପ୍ରଭୁ ତୁମକୁ ଦେଇଛନ୍ତି ତାହାକୁ ତୁମେ  ସଦାପ୍ରଭୁଙ୍କ ନିକଟରେ ସମର୍ପଣ କଲେ ତାହାକୁ ସଦାପ୍ରଭୁ ଅନୁଗ୍ରହ କରି ଅନେକ ଲୋକଙ୍କୁ, ହଜାର ହଜାର ଲୋକଙ୍କୁ, ଲକ୍ଷ ଲକ୍ଷ ଲୋକଙ୍କୁ ତାହାକୁ ବ୍ୟବହାର କରିବେ !ତୁମ ହସ୍ତରେ ଥିବା ଜିନିଷକୁ ସଦାପ୍ରଭୁଙ୍କୁ ଦେଲେ ଯଥେଷ୍ଟ !
-    ଭାଇ ଏସ. ପି. ଶାନ୍ତନୁ ପାଣ୍ଡି

ପ୍ରାର୍ଥନା କରନ୍ତୁ :-ଆନ୍ଦ୍ରପ୍ରଦେଶ ଫିଲ୍ମଡ଼ର ରେଗାପୁଣ୍ୟଗିରି ପର୍ବତ ଉପର ଗାଁରେ ତିଆରି ହେଉଥିବା ପ୍ରଭୁଙ୍କର ମନ୍ଦିର ଶୀଘ୍ର ପୂର୍ଣ୍ଣ ହେବା ନିମନ୍ତେ ପ୍ରାର୍ଥନା କରନ୍ତୁ !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al