Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 11-03-2022
Share:

By Village Missionary Movement

Friday, 11-Mar-2022

ଆଜିର ବାକ୍ୟ (Oriya) 11-03-2022

ଗୁଣବତୀ ସ୍ତ୍ରୀ 

"...ତାହାର ସ୍ୱାମୀ ହିଁ ତାହାକୁ (ଏରୂପ) ପ୍ରଶଂସା କରେ; ଅନେକ କନ୍ୟା ଗୁଣ ଦେଖାଇ ଅଛନ୍ତି, ମାତ୍ର ତୁମ୍ଭେ ସେସମସ୍ତଙ୍କ ଅପେକ୍ଷା ଶ୍ରେଷ୍ଠ।" - ହିତୋପଦେଶ 31:28-29

ଭଉଣୀ ଭୁବାନା ଧାନାଵାଲାନଙ୍କ ମାଆ ଗତ ଜାନୁଆରୀ ମାସ ପନ୍ଦର ତାରିଖରେ ପ୍ରଭୁଙ୍କର ଠାରେ ଶଯ୍ୟାଗତ ହେଲେ !ତାଙ୍କ ବିଷୟରେ ପ୍ରଭୁଙ୍କର ମହିମା ନିମନ୍ତେ କିଛି କଥା ହେବା ନିମନ୍ତେ ଆଶା କରୁଛି !ସେହି ମାଆ ବିଜାତିୟ ପରିବାରରେ ଜନ୍ମଗ୍ରହଣ କରିଥିଲେ !କିନ୍ତୁ ପବିତ୍ର ଗ୍ରନ୍ଥ କହି ଥିବା ଅନୁସାରେ ଗୁଣବତୀ ସ୍ତ୍ରୀଙ୍କୁ ରହିଥିବା ଅନେକ ପ୍ରକାର ଉତ୍ତମ ଗୁଣ, ତାହାଙ୍କ ସ୍ଵଭାଵରେ ରହିଥିଲା !ସହନଶିଳ, ପ୍ରେମ, ଆଜ୍ଞାବହତା, ବିଧେୟତା ମଧ୍ୟରେ ଗୋଟିଏ ଉଦାହରଣ ହୋଇ ଥିଲା !ତାଙ୍କ ପିତାମାତା ତାଙ୍କ ସମ୍ମୁଖରେ ଯେକୌଣସି ଦିନରେ ମଧ୍ୟ କଳିକଜିଆ ହୁଅନ୍ତି ନାହିଁ !ସେମାନଙ୍କୁ ପ୍ରେମରେ ଲାଳନପାଳନ କଲେ !ସେହି ଭଉଣୀ କଲେଜରେ ପାଠ ପଡିବା ସମୟରେ ଯୀଶୁଙ୍କୁ ଗ୍ରହଣ କଲା !ତାଙ୍କ ମାଆଙ୍କୁ ମଧ୍ୟ ଯୀଶୁଙ୍କ ବିଷୟରେ ଜଣାଇଲା !କିନ୍ତୁ ସ୍ୱାମୀଙ୍କ କଥାକୁ ବ୍ୟତିରେଖ କରି ନ ପାରି,  ସେ ଯୀଶୁଙ୍କୁ ଗ୍ରହଣ କଲା ନାହିଁ !ଦିନେ ସେହି ଭଉଣୀଙ୍କ ପ୍ରସବ ସମୟରେ ତାଙ୍କ ମାଆ ସମୟ ଅନୁସାରେ ଏକାକୀ ଉତ୍ତରଭାରତକୁ ଯିବାକୁ ପଡିଲା !ବର୍ତ୍ତମାନ ରହିଥିବା ଇଣ୍ଟେର୍ନେଟର ସୁବିଧା ନ ଥିବା ସେ ଦିନରେ, ସେଇ ମାଆଙ୍କ ଏକ ଛୋଟ ପ୍ରାର୍ଥନା ହିଁ ଜାଗ୍ରତରେ ତାଙ୍କ ମାଆଙ୍କ ଘରକୁ ପହଞ୍ଚାଇଲା !ସେଇ ମାଆ ପ୍ରାର୍ଥନା କଲା, ପ୍ରଭୁ ମୋ ଝିଅଟିର ପ୍ରସବକୁ ସଠିକ ସମୟରେ ସଠିକ ସ୍ଥାନକୁ ମୋତେ ପହଞ୍ଚାଅ !ତାମିଲି ଛଡା ଆଉ ଅନ୍ୟ କୌଣସି  ଭାଷା ଜାଣି ନ ଥିବା, ମୋ ମାଆଙ୍କ ପ୍ରାର୍ଥନାର ପରମେଶ୍ୱର ପଠାଇଥିବା ଉତ୍ତର ହିଁ ସେ ଯୀଶୁଙ୍କୁ ଗ୍ରହଣ କରିବାର କାରଣ ଅଟେ !ତାପରେ 1982 ମସିହାରେ ଡିସେମ୍ବର ମାସରେ ସେ ତାଙ୍କ ନିଜ ଗାଁରେ ବାପ୍ତିସ୍ମ ନେଲା !ତାପରେ ପ୍ରଭୁଯୀଶୁ  ଅନେକ ପ୍ରକାର ମୃତ୍ୟୁର ବନ୍ଦନରୁ ଖସାଇ ଉତ୍ତମ ରୂପେ କଢାଇ ନେଇ 94 ବୟସ ପର୍ଯ୍ୟନ୍ତ ତାଙ୍କୁ ପ୍ରାଣ ଦେଲା !ତାଙ୍କ ପିତାମାତାଙ୍କୁ, ସ୍ୱାମୀଙ୍କୁ, ବୋହୁମାନଙ୍କୁ ତାର  ମୃତ୍ୟୁ ଶଯ୍ୟାରେ ତାକୁ ପ୍ରେମରେ ଗ୍ରହଣ କଲେ !କେବେ ଅନ୍ୟମାନଙ୍କ ନିମନ୍ତେ ଭୁଲରେ କଥା କହିବା, ଅଭାଦ୍ରାମୀ କରି ନାହାନ୍ତି !ଆରାଧନାକୁ ଯିବାକୁ ସର୍ବଦା ସକ୍ରିୟ ରହୁଥିଲା !ତାର ମୃତ୍ୟୁର ଶେଷଶଯ୍ୟାରେ ମଧ୍ୟ ଯେକୌଣସି ଦିନରେ ବଚସା କରି ନାହିଁ !ହଁ ତାଙ୍କ ମାଆଙ୍କ ଜୀବନରେ ତାଙ୍କ ସନ୍ତାନମାନଙ୍କୁ ଏ ପ୍ରକାରରେ ରହିବାକୁ ହେବ ବୋଲି କେବେ କହି ନାହିଁ !ତା ବଦଳରେ ଗୁଣବତୀ ସ୍ତ୍ରୀ ଭାବେ ଜୀବନଯାପନ କରି ଦେଖାଇଲା !ଆମ୍ଭେମାନେ ମଧ୍ୟ ଭୋରସକାଳୁ ଯୀଶୁଙ୍କୁ ଖୋଜିବା, ଦରିଦ୍ରମାନଙ୍କୁ ସାହାଯ୍ୟ କରିବା,ନିଜେ ନିଜର  ଘରୋଇ କାମକୁ ଉତ୍ତମ ରୂପେ ସଜାଡ଼ିବା, ସ୍ୱାମୀର ମୁକୁଟ ସଦୃଶ୍ୟ ରହିବା, ଏମିତି ସବୁ ଉତ୍ତମ ଗୁଣ ଆମଠାରେ ଦେଖା ଯିବାକୁ ପ୍ରାର୍ଥନାରେ ଚେଷ୍ଟା କରିବା !ସେତେବେଳେ ଆମ୍ଭେମାନେ ମଧ୍ୟ ଜୀବନ ଥିବା ପଯ୍ୟନ୍ତ ଗୁଣବତୀ ସ୍ତ୍ରୀ ସଦୃଶ୍ୟ, ସ୍ୱାମୀ ଓ ସନ୍ତାନମାନଙ୍କ ଦ୍ଵାରା ଧନ୍ୟ ଅଟଇ ବୋଲି ପ୍ରଶଂଶୀତ ସ୍ତ୍ରୀ ସଦୃଶ୍ୟ ବଞ୍ଚି ରହିବାକୁ  ସଦାପ୍ରଭୁ କୃପା କରନ୍ତୁ !ଆମେନ୍ !
-    ଶ୍ରୀମତୀ ଭୁବାନା ଧାନାବାଲାନ 

ପ୍ରାର୍ଥନାର ଅଂଶ :-
ବାଇବଲ କଲେଜରେ ପ୍ରଭୁଙ୍କର ଇଚ୍ଛା ପ୍ରକାରର ବ୍ୟକ୍ତିଗଣ ଆସି ଶିକ୍ଷା ପାଇବା ନିମନ୍ତେ ପ୍ରାର୍ଥନା କରନ୍ତୁ !

Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864  ନମ୍ବରକୁ ଯୋଗାଯୋଗ କରନ୍ତୁ !

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al holiganbet giriş holiganbet padişahbet bets10 extrabet royalbet süperbetin padişahbet betcio romabet giriş romabet queenbet bahiscasino betcio bahiscasino atlasbet matbet matbet giriş bahiscasino celtabet queenbet casibom jojobet