Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 08-03-2022
Share:

By Village Missionary Movement

Tuesday, 08-Mar-2022

ଆଜିର ବାକ୍ୟ (Oriya) 08-03-2022

ଯୀଶୁଙ୍କ ଦ୍ଵାରା ପ୍ରଶଂସା ପାଇଥିବା ଲୋକ 

"...ସେ ମୋ ପ୍ରତି ଉତ୍ତମ କର୍ମ କରିଅଛି !" - ମାର୍କ 14:6

ଯୀଶୁଖ୍ରୀଷ୍ଟଙ୍କ ଜୀବନୀ ଘଟଣାବଳିରେ ତାଙ୍କ ସହ ମୁକାବିଲା କରିବା ଅନେକ ସ୍ତ୍ରୀଙ୍କ ମଧ୍ୟରେ ତାହାଙ୍କ ଠାରୁ ଅତ୍ୟଧିକ ପ୍ରଶଂସା ପାଇଥିବା ସ୍ତ୍ରୀ କିଏ କହିଲେ, ତାଙ୍କ ମସ୍ତକ ଉପରେ ଜଟାମାଂସୀ ତୈଳ ଢାଳିଥିବା ସ୍ତ୍ରୀ ଅଟେ !ହେଲେ ଅନେକ ଲୋକ ତାଙ୍କ ପ୍ରତି ବିରକ୍ତି ହୋଇ, ଏହାଙ୍କ ପ୍ରତି ବଚସା କଲାବେଳେ, ଯୀଶୁ ତାକୁ ପ୍ରଶଂସା କରି କହିଲା, ଏ ମୋ ପ୍ରତି ଉତ୍ତମ କର୍ମ କଲେ, ଏ ମୋପ୍ରତି ତାହାଙ୍କ ଶକ୍ତି ଅନୁସାରେ କଲେ !କେବଳ ସେତିକି ନୁହେଁ ସମସ୍ତ ଜଗତର ଯେକୌଣସି ସ୍ଥାନରେ ସୁସମାଚାର ଘୋଷଣା କରାଯିବ, ସେ ସ୍ଥାନରେ ଏ ସ୍ତ୍ରୀଲୋକର ସ୍ମରଣାର୍ଥେ ତାହାର ଏହି କର୍ମର କଥା ମଧ୍ୟ କୁହାଯିବ ବୋଲି କହିଲେ !ଯୀଶୁ ଏତେ ପ୍ରଶଂସା କରିବାର କାରଣ କଣ ? ସେ ତାହାର ଶକ୍ତି ଅନୁଯାୟୀ, ଯୀଶୁ ତାକୁ ଗ୍ରହଣ କଲା ବିଧାନରେ ସେ କାର୍ଯ୍ୟ କରିବା ଯୋଗୁ !

ଚିନ ଦେଶର ଯୁବତୀ ସ୍ତ୍ରୀ ନୋଭିଜୋ ପ୍ରଭୁଙ୍କର ଝିଅଟି !ସେ ଆଶା କରିଥିବା ବିଷୟରେ ପ୍ରାର୍ଥନା କଲାବେଳେ ତାହାର ଯୋଜନା ପ୍ରଭୁଙ୍କର ଯୋଜନାକୁ ସର୍ବଦା ବିରୋଧୀ ବୋଲି ପ୍ରଭୁ ତାଙ୍କୁ ଜଣାଇଲା !ସେତେବେଳେ ସେ ପ୍ରଭୁଙ୍କର ଇଚ୍ଛାକୁ ସେ ନିଜକୁ ସମର୍ପିତ ହେଲାବେଳେ, ଗୋଟିଏ ନିର୍ଦ୍ଧିଷ୍ଟ ଉଚ୍ଚ ପର୍ବତରୁ ଢ଼େଇ ଅନେକ ଆତ୍ମହତ୍ୟା କରୁଛନ୍ତି, ଏବଂ ସେହି ମନ ଦୁର୍ବଳ ଲୋକଙ୍କୁ ସେ ନିଜର ବୋଲି ଜଣାଇଲା !ସଂଗେ ସଂଗେ ନୋଭିଜୋ ଗୋଟିଏ ବାର୍ତ୍ତା ନେଇ ସେହି କାମ କର ନାହିଁ !ପ୍ରଥମେ ନୋଭିଜୋଙ୍କ ସହ ପରାମର୍ଶ କର !ଯୀଶୁ ତୁମ୍ଭଙ୍କୁ ପ୍ରେମ କରନ୍ତି ବୋଲି ଲେଖି ସେଥିରେ ତାହାର ଠିକଣା ମଧ୍ୟ ଲେଖି ସେହି ଉଚ୍ଚ ପର୍ବତରେ ଲେଖାଟିକୁ ଟଙ୍କାଇଲା !ପ୍ରଥମ ଦିନରେ ହିଁ ଅନେକ ଲୋକେ ଆସି ନୋଭିଜୋ ସହ ପରାମର୍ଶ କଲେ !ସେହି ବୟାନବେ ବୟସ୍କ ସ୍ତ୍ରୀ, ତାହାର ମୃତ୍ୟୁର ଶେଷ ସମୟରେ ପାଞ୍ଚ ହଜାର ଜଣ ଆତ୍ମହତ୍ୟାରୁ ଉଦ୍ଧାର ହୋଇ ଯୀଶୁଙ୍କ ପ୍ରେମର ସ୍ୱାଦ ଚାଖିଲେ !ପ୍ରଭୁଙ୍କୁ ଗ୍ରହଣ କରି ଗୋଟିଏ କାମ କରିବା ଦ୍ଵାରା ସେହି ସ୍ତ୍ରୀ ଲୋକଟି ଅନେକଙ୍କ ଆଶୀର୍ବାଦରେ ପରିବର୍ତ୍ତନ ହେଲା !ପ୍ରଭୁଙ୍କର ପ୍ରଶଂସା ନିଚୟ ତାକୁ ମିଳିଥିବ !

ପ୍ରିୟ ଭଉଣୀଗଣ, ଝିଅ ହୋଇ ଜନ୍ମ ହେବା ଦ୍ଵାରା,ମୁଁ ପ୍ରଭୁଙ୍କୁ ଏବଂ ମଣିଷମାନଙ୍କୁ ଉପଯୋଗ ହୋଇ ରହିପାରୁନି ବୋଲି ଚିନ୍ତା କରୁଛ କି ? ଚିନ୍ତା କରନ୍ତୁ ନାହିଁ !ନୋଭିଜୋଙ୍କୁ ତାଙ୍କ ଇଚ୍ଛାକୁ ଜଣାଇଲା ବ୍ୟକ୍ତି, ପ୍ରଭୁଙ୍କର ସାନିଧ୍ୟରେ ଜାଗି ରହି ପ୍ରାର୍ଥନା କଲେ, ଆପଣଙ୍କୁ ମଧ୍ୟ ତାଙ୍କ ଉର୍ନ୍ନତିର କାର୍ଯ୍ୟରେ ଉପଯୋଗ କରିବେ !ପ୍ରଭୁଙ୍କୁ ଗ୍ରହଣ କରି ଆନ୍ତରିକତା ଦାନଧର୍ମ, ସେବାକାମ, ଉପବାସର ପ୍ରାର୍ଥନା ଗୁଡିକକୁ ଗୋଟିଏ ଗ୍ରାମରେ ମିଶି ଆପଣ କରି ପାର !ମାଥିଉ :-25:35-36 ବାକ୍ୟରେ କୁହାଯାଇ ଥିବା ନିମନ୍ତେ, ତୁମ୍ଭ ଶକ୍ତି ଅନୁସାରେ ଆପଣ କଲାବେଳେ, ମୋ ପ୍ରତି କଲ କହି ଯୀଶୁ ତୁମ୍ଭଙ୍କୁ ପ୍ରଶଂସା କରିବେ !ଯୀଶୁଙ୍କର ପ୍ରଶଂସା ପାଉଥିବା ପ୍ରତ୍ୟେକ ସ୍ତ୍ରୀକୁ ମହିଳା ଦିବସର ସ୍ୱାଗତ !
-    ଶ୍ରୀମତୀ ଗୀତା ରିଚାର୍ଡ 

ପ୍ରାର୍ଥନାର ଅଂଶ :-
ସେବା କାର୍ଯ୍ୟରେ ବ୍ୟବହାର କରୁଥିବା ଚାରି ଚକିଆ ଏବଂ ଦୁଇ ଚକିଆ ଯାହାନ ଉତ୍ତମ ରୂପେ କାର୍ଯ୍ୟକାରୀ ନିମନ୍ତେ ପ୍ରାର୍ଥନା କରନ୍ତୁ !

Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864  ନମ୍ବରକୁ ଯୋଗାଯୋଗ କରନ୍ତୁ !

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al