By Village Missionary Movement
Monday, 07-Mar-2022ଆଜିର ବାକ୍ୟ (Oriya) 07-03-2022
ଭଲ ଭୂଇଁରେ ପଡିଲା ବିହନ
“ଅନ୍ୟ କେତେକ ଭଲ ଭୂଇଁରେ ପଡ଼ିଲା ଆଉ ବଢ଼ି ଶହେ ଗୁଣ ଫଳ ଫଲିଲା...!” - ଲୂକ 8:8
ଦିନେ ଦୁଇ ଜଣ ସାଙ୍ଗ ମିଶି ଖୁସିରେ ଶିକାର ନିମନ୍ତେ ଅରଣ୍ୟକୁ ଗଲେ !ସେମାନଙ୍କ ମଧ୍ୟରେ ଜଣେ ଡାକ୍ତର ଓ ଅନ୍ୟ ଜଣେ ପ୍ରଭୁଙ୍କର ସେବକ !ସେମାନେ ଅରଣ୍ୟ ମଧ୍ୟକୁ ଯାଉ ଯାଉ ଗୋଟିଏ ଭାଲୁ ଦେଖାଗଲା !ପ୍ରଥମେ ଦୁହେଁ ଭୟଭିତ ହେଲେ, ତାପରେ କିଛି ଆଲୋଚନା କରି, ଲୁଚି, ଦୁହେଁ ବନ୍ଧୁକ କାଢି ଭାଲୁଟିକୁ ଏକାଥରେ ଗୁଳି କଲେ !ଭାଲୁଟି ତଳେ ଟଳିପଡି ମରି ଗଲା !ସେହି ଭାଲୁ ନିକଟକୁ ଯାଇ ଦେଖିଲେ, ଗୋଟିଏ ଗୁଳି ଛାତିରେ ବାଜିଛି, ଅନ୍ୟଟି ଗୋଟିଏ କାନରେ ବାଜି ଅନ୍ୟ କାନ ଦେଇ ଚାଲି ଯାଇଛି !ଦୁଇ ବନ୍ଧୁ ଖୁସିରେ କଥା ହେଉଥାନ୍ତି, କେଉଁ ଗୁଳି କାହାର !ଡାକ୍ତର ବନ୍ଧୁ କହିଲା, ଛାତିରେ ବାଜିଲା ଗୁଳି ମୋର ଅଟେ !କାରଣ ଲୋକଙ୍କୁ ମୁଁ ଯାହା କହେ ତାହା ସିଧା ତାଙ୍କ ଛାତିକୁ ଯାଏ !ମୁଁ କହିବା କଥା ତାଙ୍କ ଜୀବନକୁ ସମ୍ପର୍କ ହେତୁ ସେଗୁଡିକ ତଦ୍ରୁପ ପାଳନ କରନ୍ତି !ସେବକ ବନ୍ଧୁ କଣ କହିବା ଉଚିତ ନ ଜାଣି ଠିଆ ହୋଇଥିବା ବେଳେ, ଡାକ୍ତର ବନ୍ଧୁ କହିଲା, ଏହି କାନରେ ବାଜିଲା ଗୁଳି ତୁମର !କାରଣ, ଲୋକଙ୍କୁ ତୁମେ ଯେତେ କହିଲେ ମଧ୍ୟ କାନ ଭିତରକୁ ଯାଏ ନାହିଁ !
ହଁ ପ୍ରିୟ ବନ୍ଧୁଗଣ, ଏହା କେତେ ସତ !ଆମ୍ଭେମାନେ ମଧ୍ୟ ଏହିରୂପେ ଅନେକ ସମୟରେ ପବିତ୍ର ଗ୍ରନ୍ଥର ବାକ୍ୟ ଶୁଣୁଛୁ,ଏବଂ ପଡୁଛୁ ! କିନ୍ତୁ ଏହି ବାକ୍ୟ ଦ୍ଵାରା ଆମ୍ଭଠାରେ କାର୍ଯ୍ୟ କରି ଆମର ପରିବର୍ତ୍ତନ ନିମନ୍ତେ ସ୍ଥାନ ଦେଉଛୁ କି ? ଏହା ହିଁ ପ୍ରଭୁଯୀଶୁଖ୍ରୀଷ୍ଟ ଲୁକ ସୁସମାଚାର ଅଷ୍ଟମ ଅଧ୍ୟାୟରେ ଉପମାରେ କହୁଛନ୍ତି !କେତେ ଜଣ ରାସ୍ତା କଡ଼ରେ ପଡିଲା ବିହନ ସଦୃଶ୍ୟ ବାକ୍ୟ ଶୁଣନ୍ତି କିନ୍ତୁ ବିଶ୍ୱାସ କରନ୍ତି ନାହିଁ !ଆଉ କେତେ ଲୋକ ପଥର ଭୁଇଁରେ ପଡିଲା ବିହନ ସଦୃଶ୍ୟ ଶକ୍ତି ନାମକ ଚେର ନ ଥାଇ ଟଳି ପଡୁଛନ୍ତି !ଆଉ କେତେକ ଲୋକ କଣ୍ଟା ଗଛର ସମସ୍ୟା ଆସିବା ବେଳେ ପଛକୁ ଫେରିଯାନ୍ତି !କିନ୍ତୁ ଆଉ କେତେକ ଲୋକ ଉତ୍ତମ ଭୂଇଁରେ ପଡିଲା ବିହନ ସଦୃଶ୍ୟ ଷାଠିଏ ଗୁଣ, ଶହେ ଗୁଣ ଫଳନ୍ତି !ଅନେକ ସମୟରେ ଏହିରୂପେ ପୃଥିବୀର କାର୍ଯ୍ୟକୁ ଗୁରୁତ୍ୱ ଦେଇ, ତାହାକୁ ଆଲୋଚନା କରି ପବିତ୍ରଗ୍ରନ୍ଥର ବାକ୍ୟଗୁଡିକୁ ଭୁଲି ଯାଉଛୁ !କେତେ ଜଣକୁ ସେହି ବାକ୍ୟ କାନ ଭିତରକୁ ମଧ୍ୟ ଯାଉ ନାହିଁ !ସେଥିପାଇଁ, ଆମ୍ଭେ ଏଥି ମଧ୍ୟରେ କେଉଁ ଅବସ୍ଥାରେ ଅଛୁ, ଏହା ଜାଣି ବାକ୍ୟ ଆମଠାରେ କାର୍ଯ୍ୟ କରିବା ନିମନ୍ତେ, ତାହାକୁ ସଂମ୍ପୂର୍ଣ ହୃଦୟରେ ଗ୍ରହଣ କରି,ଯଦି ଧ୍ୟାନ କରିବା ତେବେ ଆମ୍ଭେ ପୃଥିବୀରେ ଆଶୀର୍ବାଦ ହୋଇ ରହିବା !
- ଶ୍ରୀମତୀ ଷ୍ଟେଫି ରାକ୍ସସନ
ପ୍ରାର୍ଥନାର ଅଂଶ :-
ସହଯୋଗୀ ସେବକମାନଙ୍କ ଦ୍ଵାରା ପାଞ୍ଚଟି ଗ୍ରାମରେ ହେଉଥିବା ସେବା ନିମନ୍ତେ ଏବଂ ଚର୍ଚ୍ଚ ନ ଥିବା ଗ୍ରାମ ଗୁଡିକରେ ଚର୍ଚ୍ଚ ନିର୍ମାଣ ନିମନ୍ତେ ପ୍ରାର୍ଥନା କରନ୍ତୁ !
Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864 ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.