Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 06-03-2022 (Kids Special)
Share:

By Village Missionary Movement

Sunday, 06-Mar-2022

ଆଜିର ବାକ୍ୟ (Oriya) 06-03-2022 (Kids Special)

 

ଆପଣଙ୍କ ଆଶା କଣ ?

 

"...ଆଉ ତୁମ୍ଭଠାରୁ ପୃଥିବୀର ସବୁ ବଂଶ ଆଶୀର୍ବାଦ ପ୍ରାପ୍ତ ହେବେ।” - ଆଦି ପୁସ୍ତକ 12:3

 

ହାଲୋ ପିଲାମାନେ, ତୁମ୍ଭେ ପ୍ରତିଦିନ ବିଦ୍ୟାଳୟକୁ ଯାଉଛତ ? ବହୁତ ଖୁସିତ !ଆଜି ଗୋଟିଏ ବିଦ୍ୟାଳୟ କାହାଣୀ ଶୁଣିବା କି ?

 

ତିନିଜଣ ବନ୍ଧୁ ସାଥୀ ହୋଇ ପାଠ ପଡ଼ୁଥାନ୍ତି !ଦିନେ ତାଙ୍କୁ ବହୁତ ଅଳସୁଆ ଲାଗୁଛି କହି, ସେମାନେ ସଂନ୍ଦ୍ୟା ଭ୍ରମଣକୁ ଗଲେ !ଚାଲି ଚାଲି ଯିବାବେଳେ ଜଣେ ବୃଦ୍ଧ ଆସିଲା, ସେହି ତିନିଜଣଙ୍କୁ ଗୋଟିଏ ପ୍ରଶ୍ନ ପଚାରିବି କହିଲା !କଣ ସେ ପ୍ରଶ୍ନ ଅଟେ ବୋଲି ଆଲୋଚନା କରୁଛ ? ସେମାନେ ମଧ୍ୟ ସେହିପରି ଆଲୋଚନା କଲେ ! ବୃଦ୍ଧ ଜଣକ ସେହି ତିନି ଜଣକୁ ପଚାରିଲା, ତୁମ୍ଭେ ଜୀବନରେ କଣ ହେବାକୁ ଆଶା ରଖିଛ ? ପ୍ରଥମ ଓ ଦ୍ୱିତୀୟ ନନା କହିଲେ, ଭଲ ଭାବରେ ପାଠ ପଡିବା ଉଚିତ, ଟଙ୍କା ଅର୍ଜନ କରିବା ଉଚିତ, ବିଦ୍ୟାମନ୍ତ ହେବା ଉଚିତ, ସେତେବେଳେ ଯେଉଁଠି କି ଗଲେବି ଚାକିରୀ ମିଳିବ !ତେବେ ବହୁତ ବେଶୀ ରୋଜଗାର କରି ହେବ !କିନ୍ତୁ ତୃତୀୟ ନନା କଣ କହିଲା ଜାଣିଛ କି, ଅନେକ ଲୋକ ରୋଗରେ କଷ୍ଟ ଅନୁଭବ କରୁଛନ୍ତି, ଚାକିରୀ ନ ପାଇ ଅଛନ୍ତି, ଦୁଃଖିତରେ ଅଛନ୍ତି !ଏ ସମସ୍ତଙ୍କୁ ସାହାଯ୍ୟ କରିବି ବୋଲି ଭାବୁଛି !ସେତେବେଳେ ସେହି ବୃଦ୍ଧ କହିଲା, ଠିକ ଅଛି, ଠିକ ଅଛି, ତୁମେ ଇଚ୍ଛା କଲା ପରି ତୁମକୁ ହେବା ଉଚିତ କହିଲେ ତୁମେ ପ୍ରାର୍ଥନା କରିବା ଉଚିତ କହି ଚାଲିଗଲା !ସେହି ତିନି ଜଣ ତଦ୍ରୁପ ହିଁ ପ୍ରାର୍ଥନା କଲେ !କିଛି ବର୍ଷ ପରେ ସେମାନେ ଆଶା କରିଥିବା ସଦୃଶ୍ୟ ଘଟିଲା !ବହୁତ ଟଙ୍କା ମାଗିଥିବା ନନାକୁ ଶାନ୍ତି ନାହିଁ !ବହୁତ ଟଙ୍କା ଥିବାଯୋଗୁ ତାକୁ ନିଦ ଆସୁନାହିଁ କହି ଦୁଃଖ କରୁଥାଏ !ବିଦ୍ୟାମନ୍ତ ହେବା ଉଚିତ ବୋଲି ଇଚ୍ଛା କରିଥିବା ନନା ଅଧିକ ପାଠ ପଡିବା ଦ୍ଵାରା କେଉଁ ମାର୍ଗରେ ଯିବା ଉଚିତ ଜାଣି ନ ପାରି ଦ୍ୱନ୍ଦରେ ପରିଶ୍ରମ କରୁଥାଏ !ଏହି ଦୁଇ ଜଣ ମିଶି ତୃତୀୟ ନନାକୁ ଦେଖିବାକୁ ଗଲେ !ଏହି ତୃତୀୟ ନନା ବହୁତ ଖୁସିରେ ଅଛି !ଏହି ଦୁଇ ଜଣ ପଚାରିଲେ, ତୁମ ଖୁସିର କାରଣ କଣ ? ସେବେ ସେ ତୃତୀୟ ନନା କହିଲା, ରୋଗୀକୁ ପ୍ରାର୍ଥନା କରିବାରୁ ତାହାର ରୋଗ ସୁସ୍ଥ ହେଲା, ୠଣୀଗ୍ରସ୍ତକୁ, ପରିଶ୍ରମିମାନଙ୍କୁ ପ୍ରାର୍ଥନା କରିବାରୁ ତାହାଙ୍କର ଅଦଭୂତ ହେଉଛି !ଏଥିପାଇଁ ଅନେକ ଲୋକ ଖୁସିରେ ଅଛନ୍ତି !ସେଥିପାଇଁ ମୁଁ ମଧ୍ୟ ଖୁସିରେ ଅଛି !ଏହି ମାର୍ଗ ଆମକୁ ଦେଖା ଗଲା ନାହିଁ !ଆମ ନିମନ୍ତେ ମଧ୍ୟ ପ୍ରାର୍ଥନା କର ବୋଲି ତାଙ୍କ ବନ୍ଧୁଙ୍କୁ କହି, ଆନନ୍ଦର ମାର୍ଗକୁ ଜାଣି ପାରି, ଆମ ବନ୍ଧୁଙ୍କ ସଦୃଶ୍ୟ ଅନ୍ୟକୁ ଆଶୀର୍ବାଦ ହୋଇ ରହିବା ଉଚିତ କହି ତାଙ୍କ ଜୀବନ ଯାତ୍ରା ଆରମ୍ଭ କଲେ !ପିଲାମାନେ, ତୃତୀୟ ନନା ସଦୃଶ୍ୟ ତୁମେମାନେ ମଧ୍ୟ ଅନ୍ୟକୁ ଖୁସି ଦେବା ଜୀବନ ବଞ୍ଚିବା ଉଚିତ ବୋଲି ଯୀଶୁବାପା ଆଶା କରୁଛନ୍ତି !ତୁମେମାନେ ମଧ୍ୟ ଅନ୍ୟକୁ ଆଶୀର୍ବାଦ ହୋଇ ରହିବ ତ !ଭେରୀ ଗୂଡ଼ !ଠିକ ଅଛି ପିଲାମାନେ, ତୁମେମାନେ ଅନ୍ୟକୁ ଆଶୀର୍ବାଦ ହୋଇ ଥିଲେ, ତୁମକୁ ସଦାପ୍ରଭୁ ଆଶୀର୍ବାଦ କରିବେ ବୋଲି ଆମେ ଶିଖିଲୁ

  • ଭଉଣୀ ଦେବୋରାଲ

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864*  ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250,

ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al