By Village Missionary Movement
Saturday, 05-Mar-2022ଆଜିର ବାକ୍ୟ (Oriya) 05-03-2022
ଧାର୍ମିକତାର ଆଶୀର୍ବାଦ
“ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି ଓ ତାହାଙ୍କ ପଥରେ ଚାଲନ୍ତି, ସେମାନଙ୍କର ପ୍ରତ୍ୟେକ ଲୋକ ଧନ୍ୟ।“ - ଗୀତସଂହିତା 128:1
ଏହି ପୃଥିବୀରେ ବହୁତ ଲୋକ ମନୁଷ୍ୟମାନଙ୍କୁ ଭୟ କରି ଜୀବନଯାପନ କରୁଛନ୍ତି !ଅନେକ ଲୋକ ସେମାନଙ୍କ ଉପର ଅଧିକାରୀଙ୍କୁ ଦେଖିବା ବେଳେ ଉତ୍ତମ ବ୍ୟକ୍ତି ଭାବେ, ଅଧୀନତା ଭାବେ ଦେଖା ଯାଆନ୍ତି !କିନ୍ତୁ ତାହାକୁ କେହି ନ ଦେଖିବା ସମୟରେ ପୁରାପୁରି ଅଲଗା ଜୀବନ ବଞ୍ଚନ୍ତି !ମାତ୍ର ସଦାପ୍ରଭୁଙ୍କ ଠାରେ ଭୟ ଓ ଭକ୍ତିରେ ଗମନ କରିବା ଲୋକ ଏହି ପୃଥିବୀରେ ବହୁତ କମ ଅଟନ୍ତି !ଆପଣମାନେ କେହି ଦେଖିନ୍ତୁ ଅବା ନ ଦେଖିନ୍ତୁ ସଦାପ୍ରଭୁ ତାହାଙ୍କୁ ଦେଖୁଛନ୍ତି ବୋଲି ଉଦ୍ଦେଶ୍ୟରେ ସଦାପ୍ରଭୁଙ୍କୁ ଭୟ କରି ତାଙ୍କ ପଥରେ ଗମନ କଲେ, ଏମାନେ ହିଁ ଧନ୍ୟ ବୋଲି ପବିତ୍ର ଗ୍ରନ୍ଥରେ ଲିପିବଦ୍ଧ ଅଛି !ପରମେଶ୍ୱରଙ୍କ ପ୍ରତି ଆମ୍ଭର ଭୟ ଅଛି (ଆଦି ପୁସ୍ତକ :-42:18)ତାଙ୍କ ବିଷୟରେ ଜଣେ ବ୍ୟକ୍ତି ଦୃଢ଼ ରୂପେ ସାକ୍ଷୀ ଦେଲେ !ସେ କିଏ ଆପଣ ମନେରଖି ଥିବ !ହଁ ସେ ଆମ୍ଭ ଯୋଶେଫ ଅଟନ୍ତି !ସେ କହିଥିବା ଏହି ବାକ୍ୟ ଅନୁସାରେ ଜୀବନଯାପନ କରି ଦେଖାଇଲା !ଅନ୍ୟ ଦେଶ, ଉତ୍ତମ ରୂପେ ବଞ୍ଚିଲେ ପ୍ରଶଂସା କରିବାକୁ, ତିକ୍ତତାରେ ବଞ୍ଚିଲେ ଗର୍ଜନ କରିବାକୁ, ପିତାମାତା, ନିଜ ଲୋକ, ବନ୍ଧୁବାନ୍ଦବ କେହି ନ ଥିବା ସ୍ଥାନ !ପ୍ରେମ ନିମନ୍ତେ ଚିନ୍ତା କରିବାର ବୟସ !ଅନ୍ୟ ସ୍ଥାନରୁ ଡାକିବା ଶବ୍ଦ ଶୁଣା ଯାଉଛି !ହେଲେବି ନାହିଁ କହିଦେଇ ଚାଲି ଗଲା !ପ୍ରତ୍ୟେକ ଭାବେ ଅଭିଷେକ ପାଇଥିବା ଶାମଶୋନ ଓ ଦାଉଦ ମଧ୍ୟ ବ୍ୟାବିଚାର ପାପରେ ପତିତ ହୋଇଗଲେ !କିନ୍ତୁ ସାଧାରଣ ଯୁବକ ଯୋଶେଫ ବିଜୟୀ ଲାଭ କଲା !ତିକ୍ତତାର କାର୍ଯ୍ୟକୁ ଆମଂତ୍ରଣ କରିଥିବା ବ୍ୟକ୍ତି ରାଜା ବୋଲି ୟୁରିୟର ଭାର୍ଯ୍ୟା ମଧ୍ୟ ଆତ୍ମସମର୍ପଣ କଲା !କିନ୍ତୁ ଯୋଶେଫ ପ୍ରଭୁଙ୍କ ସ୍ତ୍ରୀ ହେଲେ କଣ ? ସାକ୍ଷୀ ନିମନ୍ତେ ତାର ବସ୍ତ୍ର ହାତରେ ଛନ୍ଦି ହୋଇ, ସମସ୍ତଙ୍କ ସମୁଖରେ ମୁଁ ତିକ୍ତ ହେଲେ କଣ ? ଯୋଶେଫ ନିର୍ଣ୍ଣୟ କଲା, ଭୁଲ କରି ଉଚ୍ଚ ସ୍ଥାନରେ ରହିବା ଅପେକ୍ଷା ଭୁଲ ନ କରି କାରାଗାରରେ ରହିବା ଉତ୍ତମ !ମୋତେ ଦେଖୁଥିବା ପ୍ରଭୁଙ୍କର ଦୃଷ୍ଟିରେ ମୋ ହୃଦୟ ଏବଂ ଶରୀର ପବିତ୍ର ଥିଲେ ଯଥେଷ୍ଟ !ସଦାପ୍ରଭୁଙ୍କୁ ଭୟ କରିବା ଦ୍ଵାରା ପାପରୁ ଅପସାରଣ ହୋଇ ଆଉ ଧନ୍ୟ ହୋଇ ଆମ ହୃଦୟର ଚକ୍ଷୁ ନିକଟକୁ ଆସି ଠିଆ ହୋଇଥିବା ଯୋଶେଫଙ୍କୁ ଗୋଟିଏ ସେଲୁଟ ଦେବା କି ?
ଖ୍ରୀଷ୍ଟ ପ୍ରେମରେ ପ୍ରିୟ ବନ୍ଧୁଗଣ, ମଣିଷମାନଙ୍କୁ ନୁହେଁ !ସଦାପ୍ରଭୁଙ୍କୁ ଭୟ ଓ ଭକ୍ତିରେ ଜୀବନଯାପନ କରି ଗମନ କରୁଥିବା ମଣିଷ ପୃଥିବୀରେ ଧନ୍ୟ ହୋଇଥିବ !128 ଗୀତସଂହିତାରେ କୁହାଯାଇଥିବା ସଦୃଶ୍ୟ, ତୁମ୍ଭେ ଆପଣା ହସ୍ତକୃତ ପରିଶ୍ରମର ଫଳ ଭୋଜନ କରିବ;ତୁମ୍ଭେ ସୁଖୀ ହେବ ଓ ତୁମ୍ଭର ମଙ୍ଗଳ ହେବ।ତୁମ୍ଭର ଭାର୍ଯ୍ୟା ତୁମ୍ଭ ଗୃହର ଅନ୍ତଃପୁରରେ ଫଳବତୀ ଦ୍ରାକ୍ଷାଲତା ତୁଲ୍ୟ ହେବ, ତୁମ୍ଭର ସନ୍ତାନମାନେ ତୁମ୍ଭ ଜୀତବୃକ୍ଷର ଚାରା ପରି ହେବେ।ସେମାନେଙ୍କୁ ମାଗଣାର ଉର୍ନତିମାନର ଆଶୀର୍ବାଦ ମିଳିବ !ଏହିପରି ଆଶୀର୍ବାଦର ଜୀବନ ଆପଣଙ୍କୁ ଦରକାର କି ? ଯେକୌଣସି ଅବସ୍ଥାରେ ମଧ୍ୟ ସଦାପ୍ରଭୁଙ୍କର ଠାରେ ଭୟ ଓ ଭକ୍ତିରେ ଜୀବନଯାପନ କରନ୍ତୁ !ସଦାପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ !ଆମେନ୍ !
- ଶ୍ରୀମତୀ ଏଭେନ୍ ସାନ୍ତୋଷ
ପ୍ରାର୍ଥନାର ଅଂଶ :-
ଭାଇ ଡେଭିଡ ଗାଣେଶାନର ଯାତ୍ରା ପଥରେ ପ୍ରଭୁଙ୍କର ସୁରକ୍ଷା ଆଜ୍ଞା ନିମନ୍ତେ ପ୍ରାର୍ଥନା କରନ୍ତୁ !
Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864 ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.