Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 03-03-2022
Share:

By Village Missionary Movement

Thursday, 03-Mar-2022

ଆଜିର ବାକ୍ୟ (Oriya) 03-03-2022

ତୁମେ ଧନ୍ୟ 

“ମର୍ତ୍ତ୍ୟର ଦିନ ତୃଣ ତୁଲ୍ୟ; ଯେପରି କ୍ଷେତ୍ରର ଫୁଲ, ସେପରି ସେ ପ୍ରଫୁଲ୍ଲ ହୁଏ। ତହିଁ ଉପରେ ବାୟୁ ବହିଲେ, ତାହା ନ ଥାଏ, ପୁଣି, ତହିଁର ସ୍ଥାନ ଆଉ ତାହାର ପରିଚୟ ପାଇବ ନାହିଁ।“ - ଗୀତସଂହିତା 103:15-16

ଆପଣ ଧନ୍ୟ, ଜାଣିଛ କି କାହିଁକି ? କାରଣ ଆଜି ଆପଣ ବଞ୍ଚିଛନ୍ତି !ହଠାତ ଜଣେ ଛାତି ବଥାରେ ମୃତ୍ୟୁ ବରଣ କଲା !ଜୀବନ ଯିବା ଅଳ୍ପ ସମୟ ମଧ୍ୟରେ ମୃତ୍ୟୁର ଆତ୍ମା ନର୍କ ଗଲା ବୋଲି ଜାଣିଲା !ଆତ୍ମା ସେହି ଶରୀରକୁ ଦେଖି ଭାବିଲା, ମାଲୋ... ମୁଁ ଏତେ ବର୍ଷ ଏହି ଶରୀରରେ ହିଁ ରହିଥିଲି !ସେହି ଆତ୍ମା କାନ୍ଦି କାନ୍ଦି ବିନତି କଲା, ପ୍ରଭୁ ଆଉଥରେ ମୋତେ ଏହି ଶରୀର ନିକଟକୁ ପଠାଅ !ମୋ ସବୁ ପାପ, ଅତିକ୍ରମ ତୁମ୍ଭ ସମ୍ମୁଖରେ ସ୍ୱୀକାର କରି ପରିତ୍ୟାଗ କରିବି !ମୁଁ ଯାହା ଯାହା ବିରୋଧ  ଭୁଲ କଲି ସେମାନଙ୍କ ପାଦ ତଳେ ପଡି କ୍ଷମା ମାଗିବି !ଦୟା ପୂର୍ବକ ଆଉଥରେ ଏହି ଶରୀରକୁ ଯିବା ନିମନ୍ତେ ମୋତେ ଅନୁମତି ଦିଅନ୍ତୁ  !ଯୀଶୁଖ୍ରୀଷ୍ଟ ଲୁହଭରା କଣ୍ଠରେ କହିଲେ, ଆଉ ସେ ସୁଯୋଗ ନାହିଁ !ସବୁ ଶେଷ ହୋଇ କଲା !

ହଁ ଏହା ଶୁଣୁଥିବା ଆପଣ ଓ ମୁଁ ମଧ୍ୟ ଧନ୍ୟ ଅଟୁ !ଆମ ଜୀବନ ଆମ ମଧ୍ୟରେ ଥିବା ପର୍ଯ୍ୟନ୍ତ ଆମେ ଯାହାବି କରି ପାରିବା !ଆମ୍ଭ ପାପ ନିମନ୍ତେ ପୂର୍ଣ୍ଣହୃଦୟରେ କ୍ରନ୍ଦନ କରି ଅନୁତପ୍ତ ହୋଇ ଯୀଶୁଖ୍ରୀଷ୍ଟଙ୍କ ରକ୍ତ ଦ୍ଵାରା ପବିତ୍ର କରି ପାରିବା !କାହା ନିକଟକୁ ଯାଇ କ୍ଷମା ମାଗି ପାରିବା !କରିଥିବା ଅପକାର ବଦଳରେ ଉପକାର କରି ପାରିବା !ଦୁଃଖରେ ଥିବା ଭାଇକୁ ଆଦର କରି ପାରିବା !ଠକ କରି ଅର୍ଜନ କରିଥିବା ଟଙ୍କା ଓ ଜମି, ପୁନଃବାର ଫେରାଇ ଦେଇ ପାରିବା !ଏହି ପ୍ରକାରରେ ପ୍ରଭୁଙ୍କୁ ଓ ମନୁଷ୍ୟକୁ ବିରୋଧ କରିଥିବା ଅନେକ ଅନେକ କାର୍ଯ୍ୟ ନିଚୟ ସଠିକ କରି ପାରିବା !ଯଦି ସମୟ ବିତିଗଲେ !ହଁ ଆମେ ଜୀବନରେ ବଞ୍ଚି ଥିବା ପର୍ଯ୍ୟନ୍ତ ତାହା କୃପାର ଦିନ ଅଟେ, ଏହା ଭୁଲିବା ଉଚିତ ନୁହେଁ !ଜଣେ ମଣିଷ ଭାବନାର ବାହାରେ ଦୁଇଟି ଅଟେ !ଗୋଟିଏ ତାହାର ମୃତ୍ୟୁର ଦିନ, ଅନ୍ୟଟି ଯୀଶୁଙ୍କ ଆଗମନର ଦିନ !ହଁ ଏହି ଦୁଇଟିକୁ ଆମେ ଜାଣି ନ ଥିବା ହେତୁ ସବୁବେଳେ ଏହି ଦୁଇଟି ଦିନକୁ ମୁକାବିଲା କରିବାକୁ ପ୍ରସ୍ତୁତ ହୋଇ ରହିବା !ଜୀବନ ଚାଲିଗଲେ କି ଯୀଶୁଙ୍କ ଆଗମନ ଆସିଲେ ସବୁ ଶେଷ ହୋଇ ଯିବ !ତାପରେ ବିନତି କରି କାନ୍ଦିଲେ କିଛି ଲାଭ ନାହିଁ !ସଦାପ୍ରଭୁ କହି ଦିଅନ୍ତି ସମାପ୍ତ !ସେଥିପାଇଁ ପ୍ରଭୁଙ୍କର ଦୟା ଆମେ ଭଲରେ ରହିବା ପାଇଁ ଖୋଜୁଛି ବୋଲି ଜାଣିପାରି ଆଜି ହିଁ ମନ ପରିବର୍ତ୍ତନ କରିବା !
-    ଶ୍ରୀମତୀ ଯାବା ଡେଭିଡ ଗାଣେଶାଣ 

ପ୍ରାର୍ଥନାର ଅଂଶ :-
ଷାଠିଏ ଜଣ ମିଶିନାରୀ ନିମନ୍ତେ ଗୃହ ନିର୍ମାଣ ନିମନ୍ତେ ଷାଠିଏ ଜଣ ଦାତା ଉଠିବା ନିମନ୍ତେ ପ୍ରାର୍ଥନା କରିବା !

Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864  ନମ୍ବରକୁ ଯୋଗାଯୋଗ କରନ୍ତୁ !

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al