By Village Missionary Movement
Friday, 25-Feb-2022ଆଜିର ବାକ୍ୟ (Oriya) 25-02-2022 (God’s creation’s special)
ସମାଧିର ଗର୍ଜନ
“ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ଧଳା ରଙ୍ଗର ସମାଧି ସରୂପ । ତାହା ବାହାରେ ସୁନ୍ଦର ଦେଖାଯାଏ, କିନ୍ତୁ ଭିତରେ ମୃତମାନଙ୍କ ଅସ୍ଥି ଓ ସର୍ବ ପ୍ରକାର ଅଶୁଚିତାରେ ପରିପୂର୍ଣ୍ଣ;” - ମାଥିଉ 23:27
ରାଜା ହେଉକି,ଦରିଦ୍ର ହେଉ ଶେଷରେ ଜୀବନ ଗଲା ପରେ, ଗୀତ ଗାଇ ମୋ ନିକଟକୁ ହିଁ ଆଣିବା ଉଚିତ !ମୁଁ ହିଁ ତାହାଙ୍କ ଶେଷ ସ୍ଥାନ ଅଟେ ! ବଞ୍ଚି ଥିବା ଜଣେ ବ୍ୟକ୍ତି ଏକଲା ମୋ ନିକଟକୁ ଆସିବାକୁ ଭୟ କରେ !କିନ୍ତୁ ଜଣେ ଦିନ ରାତି ମୋ ଠାରେ ମିଶି ବଞ୍ଚି ଆସିଲା !ସେ ଶିକୁଳିରେ ବନ୍ଦନ ହୋଇ ଥିଲା !ପଥରରେ ତାର ଶରୀରକୁ ଆଘାତ କରୁଥାଏ !ତାଙ୍କ ଠାରେ ସେନା ନାମକ ଅନେକ ଅପବିତ୍ର ଆତ୍ମାଗୁଡିକ ଥିଲା !କିନ୍ତୁ ଗୋଟିଏ ଦିନ ଯୀଶୁ ତାକୁ ଦେଖିଲେ !ତାଙ୍କୁ ଧରି ଥିବା ଅପବିତ୍ର ଆତ୍ମାଗୁଡିକ ଛାଡି ଚାଲିଗଲା ପରି କଲେ !ସେ ସୁସ୍ଥତା ହୋଇ ପୋଷାକ ଧାରଣ କରି, ଯୀଶୁଙ୍କ ନିମନ୍ତେ ସାକ୍ଷୀ ହୋଇ ବଞ୍ଚିବାକୁ ଆରମ୍ଭ କଲା !ଦେକାପୋଲ ଦେଶ ସାରା ଯୀଶୁଙ୍କ ବିଷୟରେ ପ୍ରକାଶ କରିବା ଆରମ୍ଭ କଲା !
ଏହି ସମାଧିରେ ଥିବା ବ୍ୟକ୍ତିର ହୃଦୟ ଓ ଶରୀର ଅପବିତ୍ର ହୋଇ ଥିଲା !ବର୍ତ୍ତମାନ ସବୁ ପବିତ୍ର ଅଟଇ !କିନ୍ତୁ ଯୀଶୁ କିଛି ଲୋକଙ୍କୁ କହିଲେ, ଧଳା ରଙ୍ଗର ସମାଧି !କାହିଁକି ଏପରି କହୁଛନ୍ତି ? ମୋ ଭିତରେ ଶବର ଦୁର୍ଗନ୍ଦ ଓ ଅପରିଷ୍କାର ଭର୍ତ୍ତି ହୋଇଥିବ !କିନ୍ତୁ ବାହାରେ ମାତ୍ର ରଙ୍ଗୀନ କରି ସୌନ୍ଦର୍ଯ୍ୟ ହୋଇଥିବ !ସେଥିପାଇଁ ଯୀଶୁ ସେହିପରି କହିଲେ !କାହିଁକିନା ଅଦ୍ଭୁତ ଭାବେ ଧଳା ବସ୍ତ୍ର ପରିଧାନ କରି, ସମାଜରେ ଉଚ୍ଚ ସ୍ଥାନରେ ରହି ମାୟା ଜୀବନ ବଞ୍ଚୁ ଥିବା ଲୋକଙ୍କୁ ଦେଖି ଯୀଶୁ କହନ୍ତି, ଧଳା ରଙ୍ଗର ସମାଧି !କପଟୀ ଶାସ୍ତ୍ରୀ ଓ ଫାରୂଶୀମାନଙ୍କୁ ଦେଖି ଯୀଶୁ ତଦ୍ରୁପ କହୁଛନ୍ତି !ତୁମେ ମଣିଷମାନଙ୍କ ସମ୍ମୁଖରେ ଧାର୍ମିକ ଭାବେ ଦେଖାଯାଉଛ, କିନ୍ତୁ ଭିତରେ ବେଶ ଧାରଣ ସହିତ ଆକ୍ରମଣରେ ପୂର୍ଣ୍ଣ ହୋଇଛ !
ପ୍ରିୟ ବନ୍ଧୁଗଣ, ଏପରି ଜୀବନ ଆପଣଙ୍କୁ ଆବଶ୍ୟକ ନାହିଁ !ଭିତରେ ଗୋଟିଏ ବିଷୟ ରଖି, ବାହାରେ ଉତ୍ତମ ବ୍ୟକ୍ତି ଭାବେ ଅଭିନୟ କରିବା ପରମେଶ୍ୱରଙ୍କ ଅନିଚ୍ଛାର କାର୍ଯ୍ୟ !ମୋ ସଦୃଶ୍ୟ ରୁହନ୍ତୁ ନାହିଁ !ଭିତରେ ଦୁର୍ଗନ୍ଦ ଅସହ୍ୟ !ତାହା ମୋ ସହିତ ଛାଡି ଦିଅ !ଆପଣ ଯୀଶୁଙ୍କ ସଦୃଶ୍ୟ ହୁଅନ୍ତୁ !ପବିତ୍ର ବାଇବଲ ଯାହା କହୁଛି ତଦ୍ରୁପ ଚାଳନା ହୁଅନ୍ତୁ !ଏହି ସମାଧି ସଦୃଶ୍ୟ ଜୀବନ ଆପଣଙ୍କର ଦରକାର ନାହିଁ !ଏହାହିଁ ମୋର ଚିନ୍ତା !ଧଳା ରଙ୍ଗର ସମାଧି ସଦୃଶ୍ୟ ଆପଣ ଜୀବନ ଯାପନ କଲେ ଏହି ପୃଥିବୀରେ ନର୍କର ଜୀବନ, ପୃଥିବୀରୁ ପୃଥକ ହେଲା ପରେ ମଧ୍ୟ ଅନନ୍ତ ନର୍କର ଜୀବନ ଅଟଇ !ତାହା ଅପଣଙ୍କର ଦରକାର ନାହିଁ !
- ଶ୍ରୀମତୀ ମଞ୍ଜୁଲା
ପ୍ରାର୍ଥନାର ଅଂଶ :-
ସେବକମାନଙ୍କ ନିମନ୍ତେବିଶେଷ ଭାବେ ମୁଦ୍ରଣ ହେଉଥିବା ପତ୍ରିକା ପଠାଇବା ନିମନ୍ତେ ପୋଷ୍ଟାଲ ଅନୁମତି ମିଳିବା ନିମନ୍ତେ ପ୍ରାର୍ଥନା କରିବା !
Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864 ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.