Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 24-02-2022 (God’s creation’s special)
Share:

By Village Missionary Movement

Thursday, 24-Feb-2022

ଆଜିର ବାକ୍ୟ (Oriya) 24-02-2022 (God’s creation’s special)

ଆକାଶର ପୁଷ୍ପ 

“ଆଉ, ଯେଉଁମାନେ ଜ୍ଞାନବାନ, ସେମାନେ ଆକାଶର ଦୀପ୍ତିର ତୁଲ୍ୟ ଓ ଯେଉଁମାନେ ଅନେକଙ୍କୁ ଧର୍ମର ପ୍ରତି ଫେରାଇ ଆଣନ୍ତି, ସେମାନେ ତାରାଗଣର ତୁଲ୍ୟ ଅନନ୍ତ କାଳ ପର୍ଯ୍ୟନ୍ତ ତେଜସ୍ୱୀ ହେବେ।“ - ଦାନିୟେଲ 12:3

ସମୁଦ୍ରର ବାଲି ଗଣନା କରି ପାରିବା କି ? ମସ୍ତକର କେଶ ଗଣନା କରି ପାରିବା କି ? ଅଥବା ଆକାଶର ତାରାଗଣ  ଗଣନା କରି ଠିକରେ କହି ପାରିବା କି ? କହି ପାରିବା ନାହିଁତ !ଶାସ୍ତ୍ର ଦୃଷ୍ଟିରେ ବିଚିତ୍ର ତାରାଗଣ ହୋଇଥିବା ମୁଁ ଆପଣଙ୍କ ସହିତ ଆଜି କଥା ହେବାକୁ ଚାହୁଁଚି !

ପୃଥିବୀ ସୃଷ୍ଟି ହେବା ପୂର୍ବରୁ ସର୍ବସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କ ଦ୍ଵାରା ମୁଁ ସୃଷ୍ଟି ହେଲି !ମୋର ସୃଷ୍ଟିକର୍ତ୍ତା ମୋତେ ଦେଖି କହିଲା, ଉତ୍ତମ !ମୁଁ କିଛି ବୁଝି ପାରିଲି ନାହିଁ !ମୋଠାରେ କଣ ବିଶେଷତ୍ୱ ଅଛି ? ମୋତେ ଦେଖି ଉତ୍ତମ କହିଲା !ମୋଠାରେ କଣ ବିଶେଷତ୍ୱ ଅଛି ବୋଲି ମୁଁ ନିଜକୁ ପରୀକ୍ଷୀତ  କରି ଦେଖିଲି !ତେଜସ୍ବୀରେ ପ୍ରକାଶିତ ହେବା ଆଲୋକ ମୋଠାରେ ଥିବା ମୁଁ ଜାଣିପାରିଲି !ସେହି ଆଲୋକ ସର୍ବଦା ଆଲୋକିତ ହୋଇଅଛି !କେବଳ ସେତିକିରେ କି, ମୋର ଆଲୋକ ପୃଥିବୀରେ ଥିବା ଆପଣଙ୍କ ପ୍ରତି ଆଲୋକିତ ହେଲା !ପରମେଶ୍ୱର ପବିତ୍ର ଗ୍ରନ୍ଥରେ ମୋ ବିଷୟରେ ଅନେକ ସ୍ଥାନରେ ଲେଖି ରଖିଥିବା ମୁଁ ଦେଖି ଖୁସି ହେଲି !ପବିତ୍ର ଗ୍ରନ୍ଥ ତାଙ୍କ ସେବକମାନଙ୍କୁ ତାରାଗଣଙ୍କ ସହିତ ସାମଞ୍ଜସ୍ୟ କରି କହୁଛି !ଆତ୍ମ ଲାଭକାରୀ ମୋ ସଦୃଶ୍ୟ ସ୍ୱର୍ଗ ରାଜ୍ୟରେ ସର୍ବଦା ଶାଶ୍ୱତରେ ପ୍ରକାଶିତ ହେବେ ଏହା ପବିତ୍ର ବାଇବଲ କହୁଛି !ଏହିପରି ଆଉ ଅନେକ କହି ପାରିବା !ପବିତ୍ର ବାଇବଲକୁ ଅତ୍ୟଧିକ ଅନୁଧ୍ୟାନ କଲେ ମୋ ମହିମାକୁ ଆପଣମାନେ ଅଧିକ ଜାଣି ପାରିବ !"ଇଫ ୟୁ "ନାମକ ଇଂରାଜୀ ପଦରେ ଶିକ୍ଷକ କହିବା ଶୁଣିବା !ଗୋଟିଏ ରାତିରେ ପରମେଶ୍ୱରଙ୍କ ଦର୍ଶନ ଦେଖିଲି !ମୋ ମସ୍ତକ ଉପରେ ମୁକୁଟ, ସେହି ମସ୍ତକ ଉପରେ ଅନେକ ତାରାଗଣ ଅଟନ୍ତି !ଆଉ ସ୍ୱର୍ଗ ରାଜ୍ୟର ଏକ ନଦୀ କୂଳରେ ମୁଁ ବସିଛି !ସେତେବେଳେ ମୋ ପଛରୁ ଜଣେ ଆସି ମୋତେ କୃତଜ୍ଞତା ଜଣାଇଲା !ତୁମେ କିଏ ବୋଲି ମୁଁ ତାଙ୍କୁ ପଚାରିଲି ? ସେ କହିଲା, ତୁମେ ମୋତେ ମନେ ରଖିବାକୁ ଅବକାଶ ନାହିଁ !କିନ୍ତୁ ଆଜି ମୁଁ ସ୍ୱର୍ଗ ରାଜ୍ୟରେ ରହିବାର କାରଣ ତୁମେ ମୋତେ କହିଥିବା, ସୁସମାଚାର !ମୁଁ ପରିତ୍ରାଣ ପାଇଁ ସ୍ୱର୍ଗ ରାଜ୍ୟକୁ ଆସିବାର କାରଣ ତୁମେ ଅଟ !ଆପଣଙ୍କୁ ମୋ କୃତଜ୍ଞତା !ତାପରେ ଏହି ପ୍ରକାରେ ଅନେକ ମୋ ନିକଟକୁ ଆସି କୃତଜ୍ଞତା ଜଣାଇଲେ !ସେତେବେଳେ ମୁଁ ଗୋଟିଏ ବିଷୟକୁ ବୁଝି ପାରିଲି !ଯୀଶୁଙ୍କ ନିମନ୍ତେ ପୃଥିବୀରେ ମୁଁ କରିଥିବା ଆତ୍ମାର ରୋଜଗାର ସ୍ୱର୍ଗରାଜ୍ୟରେ ତାହା ମୋର ଫଳ ସଦୃଶ୍ୟ, ମୁକୁଟରେ ଦେଖା ଦେଇଥିବା ତାରାଗଣ ସଦୃଶ୍ୟ ଦେଖାଗଲା !ଏହା 'ଇଫ ୟୁ'ଇଂରାଜୀ ପଦର ଏକ ଅଂଶ !ପୃଥିବୀ ଏବଂ ପୃଥିବୀର ସମସ୍ତ ବିନାଶ ହେବ !ତାରା ହୋଇ ଥିବା ମୁଁ ସବୁବେଳେ ସ୍ୱର୍ଗ ରାଜ୍ୟରେ ଏବଂ ଏହା ଶୁଣୁଥିବା ଆପଣଙ୍କ ସହ ମଧ୍ୟ ରହିବି !ଆପଣ ଆତ୍ମା ଲାଭକାରୀ ହୋଇ ଥିଲା ପରି ହେଲେ ମୋତେ ପାଇବ !ପରମେଶ୍ୱର ଆପଣଙ୍କୁ କଢାଇ ନିଅନ୍ତୁ !ଆମେନ୍ !
-    ପି. ଜେକାଵ ଶଙ୍କର 

ପ୍ରାର୍ଥନାର ଅଂଶ  :-
ଶିକୁଳି ସେବାକୁ ବଦ୍ଧପରିକର ସେବକଗଣ ସକ୍ରିୟ ହେବା ନିମନ୍ତେ ପ୍ରାର୍ଥନା କରିବା !

Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864  ନମ୍ବରକୁ ଯୋଗାଯୋଗ କରନ୍ତୁ !

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al