By Village Missionary Movement
Wednesday, 23-Feb-2022ଆଜିର ବାକ୍ୟ (Oriya) 23-02-2022 (God’s creation’s special)
ସୁଗନ୍ଧ
“ଦେଖ, ଭାଇମାନେ ମିଳନରେ ଏକତ୍ର ବାସ କରିବା କିପରି ଉତ୍ତମ ଓ ମନୋହର! ତାହା ମସ୍ତକରେ ବହୁମୂଲ୍ୟ ତୈଳ ସ୍ୱରୂପ, ଯାହା ଦାଢ଼ିରେ, ଅର୍ଥାତ୍, ହାରୋଣଙ୍କର ଦାଢ଼ିରେ ବହି ତାଙ୍କ ବସ୍ତ୍ରାଞ୍ଚଳରେ ପଡ଼ିଲା।“ - ଗୀତସଂହିତା 133:1-2
ଏହି ପୃଥିବୀରେ ବିଭିନ୍ନତା ସ୍ଥାନରେ ଥିବା ପ୍ରଭୁଙ୍କର ସନ୍ତାନମାନଙ୍କ ଧନ, ପଦବୀ, ଡିଗ୍ରୀ, ସମ୍ପତ୍ତି ସଦୃଶ୍ୟ ଉର୍ନତି ସ୍ଥାୟୀକୁ ଅଥବା ଗଭୀରତାକୁ ପଛରେ ପକାଇ ସେମାନଙ୍କୁ ଗୌରବ ଦେଇ, ଏକତାରେ ମିଳନ ହୋଇ, ଗୋଟିଏ ସ୍ଥାନରେ ଏକତାରେ ରହିବା ହାରୋଣଙ୍କ ମସ୍ତକରେ ପକାଇ ଅଭିଷେକ ତୈଳ ହୋଇଥିବା ମୋ ସହିତ ତୁଳନାତ୍ମକ କରାଗଲା !ହଁ ମୁଁ ହିଁ ବାସନା ଦେବା ଅଭିଷେକର ତୈଳ କଥା ହେଉଛି !ମୋତେ ବହୁମୂଲ୍ୟ ହୋଇଥିବା ଅତ୍ୟଧିକ ଉତ୍କର୍ଷ ସୁଗନ୍ଧ ଦ୍ରବ୍ୟ ହୋଇଥିବା ବୋଲାମ,ଅଲିଭ ତୈଳ, ଲବଙ୍ଗ, ଡାଲଚିନ ଫଳ ଏବଂ ବିଭିନ୍ନ ପ୍ରକାର ସୁଗନ୍ଧ ଦ୍ରବ୍ୟ ଦେଉଥିବା ଦ୍ରବ୍ୟରେ ପ୍ରସ୍ତୁତ କରନ୍ତି !ମୋ ଦ୍ଵାରା ଯିହୂଦୀମାନେ ପ୍ରଭୁଙ୍କର ନିମନ୍ତେ ପ୍ରସ୍ତୁତ କରିଥିବା ଯାଯକମାନଙ୍କ ନିମନ୍ତେ ଏବଂ ଦେଶକୁ ଶାସନ କରୁଥିବା ରାଜାମାନଙ୍କୁ ଅଭିଷେକ କରନ୍ତି !ପ୍ରଭୁଙ୍କର ସନ୍ତାନଗଣ ଏକତାରେ ଗୋଟିଏ ସ୍ଥାନରେ ମିଳନ ହୋଇ ଆରାଧନା କଲା ବେଳେ ପବିତ୍ର ଆତ୍ମା ତାଙ୍କ ଉପରେ ଅବତିର୍ଣ୍ଣ ହେବା ପବିତ୍ର ଅଭିଷେକ ବୋଲି ପବିତ୍ର ଗ୍ରନ୍ଥରେ ଦେଖୁଛୁ !କାହିଁକି ମୁଁ ଏତେ ପ୍ରଶଂସନୀୟତାରେ, ମୂଲ୍ୟବାନ ହୋଇ ଅଛି ଜାଣିଛ କି ? ଅତ୍ୟଧିକ ମୂଲ୍ୟବାନ ହୋଇ ଅତ୍ୟଧିକ ଉତ୍କର୍ଷତା ଜିନିଷଗୁଡିକୁ ପେଷି ପରମେଶ୍ୱର କହିଥିବା ବିଧାନରେ ସମପରିମାଣରେ ମିଶି ରହିବା ଦ୍ଵାରା ସୁଗନ୍ଧ ହୋଇ ଅଛି !କିନ୍ତୁ ଗୋଟିଏ ଦୁଃଖର ବିଷୟ ଅଟେ, ତାହା ହେଉଛି ମୋର ସୁଗନ୍ଧକୁ ବିନାଶ କରିବାକୁ ଏକ ମୃତ୍ୟୁ ମାଛି ଯଥେଷ୍ଟ !
ଏହା ଶ୍ରବଣ କରୁଥିବା ପ୍ରିୟ ଭାଇ ଓ ଭଉଣୀଗଣ, ତୁମ୍ଭ ପରିବାରରେ, ସମାଜରେ, ମଣ୍ଡଳୀରେ ଆପଣଙ୍କ ଗୁଣଗାରିମା କିପରି ଅଛି ? ଆପଣଙ୍କ ଇର୍ଷାକୁ ପରିତ୍ୟାଗ କରି, ବିନୟ ହୋଇ, ସମସ୍ତଙ୍କ ସହିତ ମିଶି ଖ୍ରୀଷ୍ଟଙ୍କ ସୁଗନ୍ଧକୁ ପ୍ରକାଶ କରି ପରିମଳ ତୈଳ ସଦୃଶ୍ୟ ରହିଛ କି ? ଅଥବା ସୁଗନ୍ଧକୁ ବିନାଶ କରିବା ମୃତ୍ୟୁ ମାଛି ସଦୃଶ୍ୟ ରହିଛ କି ? ଆମେ ସମୂହରେ ଥିବାବେଳେ ଅନ୍ୟମାନଙ୍କ ସହିତ ଏକତାରେ ରହିବା ଅଳ୍ପ କଷ୍ଟ ଅଟେ !ଏହାର କାରଣ ଆମ ଶାରୀରିକ ସ୍ଵଭାଵ ଅଟଇ !ଗୁରୁତ୍ୱ ଭାବେ ଗର୍ବ ଅଟଇ !କିନ୍ତୁ ପ୍ରଭୁଙ୍କର ଶକ୍ତିରେ ପବିତ୍ର ଆତ୍ମାର ସାହାଯ୍ୟରେ ବାକ୍ୟ ନାମକ ତୀର ଦ୍ଵାରା ଗର୍ବକୁ ଭାଙ୍ଗି ଦେଇ ଆମ ଚାରିପଟେ ଥିବା ଲୋକଙ୍କ ମଧ୍ୟରେ ସୁଭାଶିତ ହେବା ଅତି ଉତ୍ତମ ତୈଳରେ ଆମେ ପରିବର୍ତ୍ତନ ହେବା !
- ଏସ. ମନୋଜ କୁମାର
ପ୍ରାର୍ଥନାର ଅଂଶ :-
ଶିକୁଳି ପ୍ରାର୍ଥନା ମାଧ୍ୟମରେ ଅନେକ ପ୍ରକାରର ନୂତନ ପ୍ରାର୍ଥନା ଗୁଡିକ ଆରମ୍ଭ ହେବା ନିମନ୍ତେ ପ୍ରାର୍ଥନା କରନ୍ତୁ !
Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864 ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.