By Village Missionary Movement
Tuesday, 19-Jan-2021ଆଜିର ବାକ୍ୟ (Oriya) 19-01-2021
ନିଯୁକ୍ତି :-
"ଆମ୍ଭେ ଯାହାକୁ କହିବା, ତୁମ୍ଭେ ଆମ୍ଭ ପାଇଁ ତାହାକୁ ଅଭିଷେକ କରିବ।" - ପ୍ରଥମ ଶାମୁୟେଲ 16:3
ବାଛିବା ପ୍ରତ୍ୟୋକ ମଣିଷକୁ ଭିନ୍ନ ଭିନ୍ନ ଥାଏ !ସେଥିରେ ମୁଖ୍ୟତ ପରମେଶ୍ୱରଙ୍କ ପ୍ରସ୍ତୁତି କରିଥିବା ବିଧାନ ଅଲଗା ଅଟେ !ମଣିଷର ବାଛିବା ଭିନ୍ନ ଅଟଇ !ପୋଲିସ ଓ ସୈନିକକୁ ନିଯୁକ୍ତି କଲା ବେଳେ ଶାରୀରିକ ଓ ଲିଖିତ ପରୀକ୍ଷା ଦ୍ଵାରା ନିଯୁକ୍ତି କରାଯାଇ ଥାଏ !ଏହା ଜଗତର ବାଛିବା ବିଧାନ ଅଟଇ ! ମାତ୍ର ଆମର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବାଛିବା ପ୍ରଣାଳୀ ବହୁତ ଅଦଭୂତ ଅଟଇ !ମଣିଷମାନଙ୍କର ଆଲୋଚନା, ଭାବନାର ଉର୍ଦ୍ଧରେ ଅଟେ !
ପରମେଶ୍ୱର ଶାମୁୟେଲଙ୍କୁ କହିଲେ ଯିଶୀ ନିକଟକୁ ଯାଅ, ତାଙ୍କ ପୁତ୍ରଙ୍କ ମଧ୍ୟରେ ଜଣକୁ ମୁଁ ଇଶ୍ରାଏଲ ମାନଙ୍କର ରାଜା ବାଛିଛି ! ଶାମୁୟେଲ ସଦା ପ୍ରଭୁଙ୍କ ବାକ୍ୟାନୁସାରେ ବେଥଲିହିଁମକୁ ଗଲା !ସେଠାରେ ଶାମୁୟେଲ ଯିଶୀଙ୍କ ବଡ଼ ପୁଅ ଇଲୀୟାବକୁ ଦେଖି ତାହାର ରୂପ ଓ ଶରୀରର ଉଚ୍ଚତା ଦେଖି ଇଶ୍ୱର ଏହାଙ୍କୁ ହିଁ ରାଜା କରିବେ ବୋଲି ଭାବିଲେ !ମାତ୍ର ସଦା ପ୍ରଭୁ ଶାମୁୟେଲକୁ କହିଲେ ରୂପ କି ଶରୀରର ଉଚ୍ଚତା ପ୍ରତି ଦୃଷ୍ଟି ନ କର ଯେହେତୁ ଆମ୍ଭେ ଏହାକୁ ଅଗ୍ରାହ କଲୁ !ମଣିଷ ଯେପରି ଦେଖେ ମୁ ସେହିପରି ଦେଖେ ନାହଁ ମଣିଷ ବାହ୍ୟ ରୂପ ଦେଖେ ମୁ ଅନ୍ତକରଣ ଦେଖେ ବୋଲି ସଦା ପ୍ରଭୁ ଶାମୁୟେଲଙ୍କ ସହିତ କହିଲେ !ଏହିପରି ଯିଶୀ ତାହାର ସାତ ପୁତ୍ରଙ୍କୁ ତାଙ୍କ ସମୁଖରେ ଦେଖାଇଲେ !ସଦା ପ୍ରଭୁ ଏମାନଙ୍କୁ ମନୋନୀତ କରିନାହାନ୍ତି !ଏହା ପରେ ଶାମୁୟେଲ ଯିଶୀକି ପଚାରିଲେ ତୁମର ସବୁ ସନ୍ତାନ କି ଏଠାରେ ଅଛନ୍ତି, ତାପରେ ଅରଣ୍ୟରେ ମେଷ ଜଗୁ ଥିବା ଦାଉଦଙ୍କୁ ଆଣିଲେ !ସେତେବେଳେ ସଦା ପ୍ରଭୁ ଶାମୁୟେଲକୁ କହିଲେ, ଉଠ ଦାଉଦକୁ ଅଭିଷେକ କର !ଦେଖନ୍ତୁ ଆମର ନିଯୁକ୍ତି କେତେ ଭିନ୍ନତା ରହିଛି !ଘରର ସମସ୍ତ, ଭାଇ ମାନଙ୍କ ସହିତ ତିରସ୍କାର ହୋଇ ଥିବା ଦାଉଦକୁ ସଦା ପ୍ରଭୁ ପରମେଶ୍ୱର ରାଜା ରୂପରେ ବାଛିଲେ !
ମୋର ପ୍ରିୟ ସେବକଗଣ, ଦାଉଦଙ୍କ ପରି ତିରସ୍କାର ହୋଇ ଥିବା ଆମକୁ ପରମେଶ୍ୱର ବାଛି ତାହାଙ୍କ ଉତ୍ତମତା ପ୍ରକାଶ କରିବାକୁ ଉର୍ନ୍ନତି ସେବା ସକାଶେ ସଦା ପ୍ରଭୁ ଆମକୁ ଅଭିଷେକ କରିଛନ୍ତି !ଜଗତରେ ଦାଇତ୍ୱ ଜଣକୁ ସମର୍ପଣ କରିବାକୁ ହେଲେ ତାହାର ରୂପ, ଅଳଙ୍କାର, ଚାଲି ଚଳଣି ସମସ୍ତ ଦେଖନ୍ତି ମାତ୍ର ସଦା ପ୍ରଭୁ ତାହାର କେବଳ ହୃଦୟ ଦେଖନ୍ତି !ଦାଉଦଙ୍କ ପରି ଆମ ହୃଦୟ ତାଙ୍କ ନିମନ୍ତେ ପ୍ରିୟଭାବେ ବଦଳାଅ !ସେ ଆମ ଉପରେ ରଖି ଥିବା କୃପାକୁ ଗ୍ରହଣୀୟ ହୋଇ ସାକ୍ଷୀ ରୂପରେ ବଞ୍ଚି, ଫଳ ଫୋଳି, ସତ୍ୟ ଭାବରେ ସେବା କରି ଆମ ଜୀବନକୁ ବଢ଼ାଇ ନେବା !
- ଶ୍ରୀମତୀ ଶକ୍ତି ଶଙ୍କର ରାଜନ
ପ୍ରାର୍ଥନା କରନ୍ତୁ :-7000ଜଣ ସେବକକୁ ପ୍ରସ୍ତୁତ କରିବା ଲକ୍ଷ ଗ୍ରାମରେ ଦର୍ଶନ କରିବା ଚେଷ୍ଟାକୁ ପ୍ରଭୁଙ୍କର ଆଶୀର୍ବାଦ ପାଇଁ !
To get this devotion, please contact
Whatsapp in Tamil: +91 94440 11864,
Whatsapp in English - +91 86109 84002,
Whatsapp in Hindi - +91 93858 10496,
Whatsapp in Telugu - +91 94424 93250
Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ : - 9861597010.