By Village Missionary Movement
Sunday, 20-Feb-2022ଆଜିର ବାକ୍ୟ (Oriya) 20-02-2022 (Kid’s special)
ଡ଼ଙ୍ଗା ବାହାରୁଛି
"...ପ୍ରତ୍ୟେକ ଲୋକକୁ ତାହାର କର୍ମାନୁସାରେ ଫଳ ଦେବାକୁ ଆମ୍ଭର ପୁରସ୍କାର ଆମ୍ଭ ସଙ୍ଗରେ ଅଛି।" - ପ୍ରକାଶିତ 22:12
ହାଇ ପିଲାମାନେ, କେମିତି ଅଛ ? ମୁଁ ବିଶ୍ୱାସ କରୁଛି ସମସ୍ତେ ଭଲ ଅଛ !ଏହା 2022ବର୍ଷ ତ !ତିନୋଟି ଦୁଇ ସଂଖ୍ୟା ଅସିଲା ଦେଖିଲ ତ !2021 ବର୍ଷରେ ତୁମ୍ଭେମାନେ ଯାହା ହରାଇଲ, ସେ ସବୁ ପରମେଶ୍ୱର ତିନି ଗୁଣ ଦେବାକୁ ଯାଉଛନ୍ତି !ତାପରେ କଣ ? ସୂନ ଅସିଲା !ଆମ ଜୀବନରେ ଆସିବା ପରିଶ୍ରମ, ବ୍ୟାଧି, ଯୀଶୁଙ୍କ ନାମରେ ଦୂର ହୁଅ ବୋଲି କହିଲେ, ସଙ୍ଗେ ସଙ୍ଗେ ସୂନରେ ପରିବର୍ତ୍ତନ ହେବ !ଠିକ ଅଛି ତ !ସୂନ କହିଲେ, ତାହାର ଅର୍ଥ କିଛି ନାହିଁ !ଠିକ ଅଛି, କାହାଣୀ ଶୁଣିବା କି ?
ଜଣେ ସଣ୍ଡେ ସ୍କୁଲ ଶିକ୍ଷକ ପିଲାମାନଙ୍କୁ ଏକ ଧଳା କାଗଜ ଦେଇ କହିଲା, ତୁମେ ପ୍ରତି ସପ୍ତାହରେ କାହାଣୀ ଶୁଣୁଛତ ? ସେଥିରୁ ତୁମେ କଣ ଶିଖିଲ ତାହା ଲେଖି ଦିଅ !ସମସ୍ତେ ଧଳା କାଗଜ ଧରି ଆଲୋଚନା କରୁଥାନ୍ତି !କିନ୍ତୁ ଜଣେ ଭାଇ ଧଡ଼ ଧଡ଼ ଲେଖିଦେଲା !କଣ ଲେଖିଲା ପଡିବା କି ?
ମୋ ଜୀବନ ଗୋଟିଏ ଡ଼ଙ୍ଗା ସଦୃଶ୍ୟ !ଏହି ଡ଼ଙ୍ଗାରେ ମୂଲ୍ୟବାନ ଦ୍ରବ୍ୟ ଗୁଡିକ ଭର୍ତ୍ତି କରି ଅନେକ ଦେଶକୁ ନେଇ ପହଞ୍ଚାଇବା ଉଚିତ !ସେହି ଦ୍ରବ୍ୟ ଗୁଡିକ ଗ୍ରହଣ କରିବା ଲୋକେ ଖୁସି ହେବେ ତ !ତଦ୍ରୁପ ମୋ ଡ଼ଙ୍ଗାର ଦର୍ଶନକାରୀ ଯୀଶୁବାପା !ମୋ ଠାରେ ଯୀଶୁବାପା ଅନେକ ପ୍ରକାରର ମୂଲ୍ୟବାନ ପ୍ରତିଭା ରଖିଛନ୍ତି !ସେଗୁଡିକୁ ମୁଁ ବ୍ୟବହାର କଲାବେଳେ ଯୀଶୁବାପା ବହୁତ ଖୁସି ହେବ ବୋଲି ସେହି ଭାଇ ଲେଖିଲା !ସମସ୍ତେ କରତାଳି ସହ ତାହାକୁ ଉଚ୍ଚାହିତ କଲେ !ତୁମ୍ଭମାନଙ୍କୁ ମଧ୍ୟ ଅନେକ ପ୍ରକାରର ପ୍ରତିଭା ଅଛିଟି !ଗୀତ ଗାଇବା, ଉତ୍ତମ ଭାବେ ଲେଖିବା, ଚିତ୍ର କରିବା, ପ୍ରଚାର କରିବା ଏହିପରି ତୁମ୍ଭଙ୍କୁ ଯୀଶୁବାପା ଅନେକ ଅନେକ ପ୍ରକାରର ପ୍ରତିଭା ଦେଇଛନ୍ତି !କିନ୍ତୁ ତୁମ୍ଭେମାନେ ଅନଲାଇନ ଶ୍ରେଣୀରେ ଉପସ୍ଥିତ ହୋଇ, ସେଲଫୋନରେ ଅନୁଉପଯୋଗୀକୁ ଭିଡ଼ିଓ ଦେଖି ତୁମ ସମୟକୁ ନଷ୍ଟ କର ନାହିଁ !ତୁମ୍ଭ ପ୍ରତିଭାକୁ ବ୍ୟବହାର କରି ତାହାକୁ ବଢ଼ାଇବା ଉଚିତ !ଡ଼ଙ୍ଗାରେ ଥିବା ଜିନିଷ ଅବା ଦ୍ରବ୍ୟ ଅନେକ ଦେଶକୁ ନେବା ପ୍ରକାରରେ ତୁମ ପ୍ରତିଭାକୁ ଯୀଶୁଙ୍କ ନିମନ୍ତେ ବ୍ୟବହାର କଲାବେଳେ ଅନେକଙ୍କୁ ଆଶୀର୍ବାଦ ହେବ !ସବୁବେଳେ ସେଲଫୋନ, ଟି.ଭି. ଦେଖି ତୁମ ପ୍ରତିଭାକୁ ମାଟିରେ ପୋତି ଦିଅନ୍ତୁ ନାହିଁ !ବ୍ୟବହାର କଲେ ହିଁ ଆଉ ଅଧିକ ପ୍ରତିଭା ରୋଜଗାର କରିପାରିବା !ସେହିପରି ବ୍ୟବହାର କଲାବେଳେ ତୁମ କାର୍ଯ୍ୟର ସଠିକ ଫଳ ଯୀଶୁବାପା ତୁମକୁ ଦେବେ !କଣ ପିଲାମାନେ, ଯୀଶୁବାପାଙ୍କ ନିମନ୍ତେ ତୁମ ପ୍ରତିଭା ବ୍ୟବହାର କରିବାକୁ ପ୍ରସ୍ତୁତ କି ? ଭେରୀ ଗୂଡ଼ !ଯୀଶୁବାପା ମଧ୍ୟ ତୁମକୁ ଆଶୀର୍ବାଦ କରି ବ୍ୟବହାର କରିବାକୁ ପ୍ରସ୍ତୁତରେ ଅଛନ୍ତି !ପରମେଶ୍ୱର ତୁମର ମଙ୍ଗଳ କରନ୍ତୁ !ଠିକ ଅଛି ପିଲାମାନେ, ପରମେଶ୍ୱର ଦେଇଥିବା ପ୍ରତିଭାକୁ ତାଙ୍କ ନିମନ୍ତେ ବ୍ୟବହାର କଲାବେଳେ ସେ ତାହାର ସଠିକ ପ୍ରତିଫଳ ଦେବ ବୋଲି ଶିଖିଲୁତ !
- ଭଉଣୀ ଦେବୋରାଲ
Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864 ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.