By Village Missionary Movement
Thursday, 17-Feb-2022ଆଜିର ବାକ୍ୟ (Oriya) 17-02-2022 (God’s creation’s special)
ଅଗ୍ନିର ଚିନ୍ତା
“ଆଉ ଯେଉଁମାନେ ଶରୀରକୁ ବଧ କରନ୍ତି, କିନ୍ତୁ ଆତ୍ମାକୁ ବଧ କରି ପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ; ବରଂ ଯେ ଶରୀର ଓ ଆତ୍ମା ଉଭୟକୁ ନର୍କରେ ବିନଷ୍ଟ କରି ପାରନ୍ତି, ତାହାଙ୍କୁ ହିଁ ଭୟ କର ।“ - ମାଥିଉ 10:28
ମାଲୋ... ଆମକୁ ରକ୍ଷା କରିବାକୁ କେହି ନାହାନ୍ତି କି ? ଏପରି କ୍ରନ୍ଦନ ଓ ରୋଦନ ଏକ ଶବ୍ଦର ତାହା ଗୋଟିଏ ସ୍ଥାନ !ସେଠାକୁ ଯାଇଥିବା କେହି ଆଉ ଫେରି ଆସିନାହାନ୍ତି !ଏହି ସ୍ଥାନରେ ମୋ କାର୍ଯ୍ୟ ଅତ୍ୟଧିକ !ମୁଁ କିଏ ଦେଖିବ କି ? ମୁଁ ସେହି ଯାହା ବହୁମୂଲ୍ୟ ବିଶିଷ୍ଟ ସୁନା ମୋ ଦ୍ଵାରା ବାଧା ପାଉଛି !ମୁଁ ତାହାର ରୂପକୁ ବଦଳାଇ ତାପରେ ତାହା ଚକଚକ ହେଲା ପରି କରିବି !ଏପରି ମୁଁ କିଛି ଉତ୍ତମ କାର୍ଯ୍ୟ କରିବାକୁ ଉପଯୋଗୀ ହେଉଛି !ମୁଁ କାହାକୁ ମଧ୍ୟ ସ୍ବର୍ଶ କରି ପାରିବି !କିନ୍ତୁ ମୋତେ କେହି ସ୍ବର୍ଶ କରି ପାରନ୍ତି ନାହିଁ !ଏପରି ମୁଁ ଯାହା ଭାବେ ତାହା ସମ୍ପୂର୍ଣ କରେ ବୋଲି ମୋ ଭିତରେ ଗର୍ବ ଥିଲା !କିନ୍ତୁ ମୋର ପରାଜୟର ଦିନ ଦିନେ ଅସିଲା !ଛଅ ଶହ ଛଅ ବର୍ଷ ବବୂଲଣ ଦେଶରେ ନବୂଖଦନିତ୍ସର ନାମକ ରାଜା ଆଜ୍ଞା କଲା, ତିନି ଜଣ ପ୍ରଭୁଙ୍କର ଦାସମାନଙ୍କୁ ଦଣ୍ଡ ଦେଇ ମୋ ନିକଟକୁ ପଠାଇ ହତ୍ୟା କରନ୍ତୁ !କିନ୍ତୁ ସେମାନଙ୍କୁ ମୁଁ କିଛି କରି ପାରିଲି ନାହିଁ !କାହିଁକି ସେମାନଙ୍କର ମୁଣ୍ଡର କେଶକୁ ମଧ୍ୟ ସ୍ବର୍ଶ କରି ପାରିଲି ନାହିଁ !ଅକସ୍ମାତରେ ମୁଁ ଦେଖିବା ବେଳେ ସେହି ତିନି ଜଣଙ୍କ ସହ ମିଶି ଜଣେ ଭ୍ରମଣ କରୁଥାନ୍ତି !ମୁଁ ଅନୁଧ୍ୟାନ କରି ଦେଖିଲି, ସେ ହିଁ ପ୍ରଭୁଯୀଶୁଖ୍ରୀଷ୍ଟ ବୋଲି ଜାଣି ପାରିଲି !ତାଙ୍କ ଉପରେ ମୁଁ ଅଧିକାର ଦେଖାଇ ପାରିବି ନାହିଁ !ସେ ଥିବା ସମୟରେ ପ୍ରକୃତିର ସମ୍ପର୍କ ଯାହାବି ତାଙ୍କ ବିରୋଧ କରି ପାରିବ ନାହିଁ !ସେ ଭକ୍ଷ କରିବା ଅଗ୍ନି ସଦୃଶ୍ୟ ଅଛନ୍ତି !ସେତେବେଳେ ହିଁ ଜାଣିବାକୁ ପାଇଲି, କେବଳ ତାହାଙ୍କୁ ହିଁ ନୁହେଁ ତାଙ୍କ ଅନୁସରଣକାରୀକୁ, ତାଙ୍କ ନିମନ୍ତେ ଜୀବନଯାପନ କରିବା ଲୋକଙ୍କୁ, ତାଙ୍କ ଇଚ୍ଛା ନ ଥାଇ ମୁଁ କିଛି କରିବି ପାରିବି ନାହିଁ !
ପ୍ରଭୁଙ୍କର ସନ୍ତାନ ଗଣ, ମୁଁ ଅଗ୍ନି ଅଟେ !ମୁଁ ଅନ୍ୟମାନଙ୍କ ଶରୀରକୁ ବିନାଶ କରି ପାରିବି !କିନ୍ତୁ ସେମାନଙ୍କ ଆତ୍ମାକୁ କିଛି କରି ପାରିବି ନାହିଁ !କିନ୍ତୁ ଆପଣ ପ୍ରଭୁଙ୍କର ନିମନ୍ତେ ସିଦ୍ଧ କରି ପାରିବ !ଆପଣ ଆପଣଙ୍କ ଆତ୍ମାରେ ଆଗ୍ରହ ଥିବା ବେଳେ ନିଚୟ ଆପଣ ଅନେକଙ୍କୁ ପ୍ରଭୁଙ୍କର ନିମନ୍ତେ ଜଳାଇବା ସଦୃଶ୍ୟ ପରିବର୍ତ୍ତନ ହୋଇପାରିବ, କରିବ ତ !ବର୍ତମାନ ଦେଖା ଯାଉଥିବା ପୃଥିବୀରେ ମୋତେ ଗୋଟିଏ ଶେଷ କାମ ଅଛି !ଦ୍ୱିତୀୟ ପିତର:-3:7 ରେ କୁହାଯାଇଥିବା ସଦୃଶ୍ୟ ଏହି ଅନ୍ୟାୟ ଓ ହତ୍ୟାଚାର ମୋ ନିମନ୍ତେ ରକ୍ଷୀତ ହୋଇଅଛି !ତାହାକୁ ବିନାଶ କରି ଧାର୍ମିକ ବାସ କରୁଥିବା ନୂତନ ପୃଥିବୀ ଓ ନୂତନ ଆକାଶମଣ୍ଡଳ ଆସିବାକୁ ମାର୍ଗ ଖୋଲିବି !କିନ୍ତୁ ପୃଥିବୀକୁ ବିନାଶ କରିବା ପରେ ମୋ କାର୍ଯ୍ୟ ଶେଷ ହୋଇନାହିଁ !ମନପରିବର୍ତ୍ତନ ହୋଇ ନ ଥିବା ପାପୀମାନଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇ ଥିବା ଅନନ୍ତ ନର୍କରେ ମୁଁ ଜଳୁଥିବି !ବେଦନାପୂର୍ଣ୍ଣ ସେହି ସ୍ଥାନକୁ, ଆପଣଙ୍କୁ ଜାଣି ଥିବା ଲୋକ ନ ଆସି ରହିବାକୁ, ସେମାନେ ଯୀଶୁଙ୍କୁ ଜାଣି ତାଙ୍କୁ ବିଶ୍ୱାସ କରିବାକୁ ସାହାଯ୍ୟ କରିବ ନାହିଁ କି ? ମୋର ଚିନ୍ତାକୁ ବୁଝନ୍ତୁ !ଆମେନ୍ !
- ଶ୍ରୀମତୀ ଉମା ବିଲ୍ଲିଏମସ
ପ୍ରାର୍ଥନାର ଅଂଶ :-
ସାଥୀ ସେବକ ସେବା କରିବା ଗ୍ରାମରେ ପ୍ରଭୁଙ୍କର ଦେବାଳୟ ନିର୍ମାଣ ନିମନ୍ତେ ପ୍ରାର୍ଥନା କରନ୍ତୁ !
Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864 ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.