By Village Missionary Movement
Wednesday, 16-Feb-2022ଆଜିର ବାକ୍ୟ (Oriya) 16-02-2022 (God’s creation’s special)
ଯଷ୍ଟିର ଭାଗ୍ୟ
“ଏଥିଉତ୍ତାରେ ଆର ଦିନ ମୋଶା ସାକ୍ଷ୍ୟତମ୍ବୁରେ ପ୍ରବେଶ କଲେ; ଆଉ ଦେଖ, ଲେବୀ ଗୃହ ନିମନ୍ତେ ଥିବା ହାରୋଣଙ୍କର ଯଷ୍ଟି ଅଙ୍କୁରିତ ହୋଇଅଛି, ପୁଣି, ଅଙ୍କୁର ବାହାର ହେଲା, ପୁଷ୍ପ ଫୁଟିଲା ଓ ପକ୍ୱ ବାଦାମ ଫଳିଲା।“ - ଗଣନା ପୁସ୍ତକ 17:8
ଆମେ ଜଳାଇବାକୁ ଶୁଖିଲା କାଠ ସଦୃଶ୍ୟ ବ୍ୟବହୃତ ହେଉ !ଆମେ ସାଧାରଣ ଭାବେ କିଏ ଇଚ୍ଛା ନ ହେଲା ସଦୃଶ୍ୟ ରହିବୁ !ଦିନେ ଅତ୍ୟଧିକ ବର୍ଷା ହେବା ହେତୁ ମୁଁ ପାଣିକୁ ଅନୁରୋଧ କଲି, ମୋତେ ଯେମିତି ହେଲେ ଉଦ୍ଧାର କର !ପର୍ବତରୁ ଅସିଲା ପାଣି ମୋତେ ବୁହାଇ ନେଇ ମୋତେ କାହିଁକି ବୋଲି ଭାବି ଏକ ପାର୍ଶ୍ୱରେ ଠେଲି ଦେଲା !ଆଉ ଗୋଟିଏ କୋଣରେ ଥିଲି !ମୋତେ କେବେ ବିଶ୍ରାମ ମିଳିବ ? ମୁଁ ମଧ୍ୟ ଅନ୍ୟସବୁ ଗଛ ସଦୃଶ୍ୟ ଆଙ୍କୁରିତ ହୋଇ ଫଳ ହେବିକି ବୋଲି ରୋଧନ କଲି !ମୋର ରୋଧନ ମୋ ସୃଷ୍ଟିକର୍ତ୍ତାଙ୍କୁ ଶୁଣାଗଲା !ତାପରେ କଣ ହେଲା ଜାଣିଛ କି ? ହାରୋଣ ନାମକ ବ୍ୟକ୍ତି ମୋତେ ଦେଖି, ଉଠାଇ, ସେଥିରେ ପ୍ରତ୍ୟେକ ଲୋକର ନାମ ଲେଖି ସଦାପ୍ରଭୁଙ୍କର ସାକ୍ଷତମ୍ବୁରେ ରଖିଲା !ମୋର ସହିତ ଏଗାର ଯଷ୍ଟି ତାହାଙ୍କ ଗୋତ୍ରର ନାମ ଲେଖି ରଖାଗଲା !କେତେ ଆଚର୍ଯ୍ୟ ଅଟେ !ଶୁଖିଲା ଥିବା ମୁଁ ଆରଦିନ ଅଙ୍କୁରିତ ହୋଇ, ଫୁଲ ଫୁଟି, ବାଦାମ ଫଳ ଦେଲି !ମୁଁ ଗୋଟିଏ ଦିନରେ ଅଙ୍କୁରିତ ହୋଇ ଫୁଲ ଫୁଟି ଫଳ ଦେବାର ରହସ୍ୟ କହିବି କି ? ପବିତ୍ର ଗ୍ରନ୍ଥରେ ମୋଶା, ହାରୋଣ ନାମକ ପରମେଶ୍ୱରଙ୍କର ମଣିଷ ଥିଲେ !ସେମାନେ ସଦାପ୍ରଭୁଙ୍କର ସାନିଧ୍ୟରେ ଯାଯକ ଭାବେ ସେବା କରି, ସେମାନଙ୍କ ଦାଇତ୍ୱକୁ ଉତ୍ତମ ରୂପେ ପାଳନ କରିଥାନ୍ତି !ଇଶ୍ରାଏଲମାନଙ୍କ ଠାରେ ଥିବା ବାର ଗୋତ୍ର ମୋଶା ଓ ହାରୋଣ ନାମକ ଅଧିପତିଙ୍କ ବିରୋଧରେ ବଚସା କରି, ତାଙ୍କ ପ୍ରତି ଅନେକ ନିନ୍ଦା କରୁଥାନ୍ତି !ସେଥିପାଇଁ ସେହି ବାରଟି ଯଷ୍ଟି ମଧ୍ୟ ପରମେଶ୍ୱରଙ୍କ ତମ୍ବୁରେ ବଚସା କରୁଥାଏ !ସେଥିପାଇଁ ତାହା ଅଙ୍କୁରିତ ହୋଇ ନାହିଁ !ମୁଁ ଅଙ୍କୁରିତ ହବାର କାରଣ ମୋତେ ଆଣିଥିବା ସଦାପ୍ରଭୁଙ୍କର ବ୍ୟକ୍ତିଙ୍କର ଭକ୍ତି ଓ ଭୟ ହୋଇଥାଇ ପାରେ !
ପ୍ରଭୁଙ୍କର ସନ୍ତାନଗଣ, ବହୁତ ଦିନରୁ ଯେକୌଣସି ବିଷୟରେ ଅପେକ୍ଷାରେ ଅଛ କି ? ତାହା ଗର୍ବର ଫଳ ହୋଇଥାଇ ପାରେ,ଚାକିରୀ ହୋଇଥାଇ ପାରେ, ପଦବୀରେ ଉର୍ନତି ହୋଇ ଥାଇପାରେ, କାର୍ଯ୍ୟ ହୋଇ ଥାଇପାରେ, ନାଇତ ସନ୍ତାନମାନଙ୍କ ବିବାହ କାର୍ଯ୍ୟ ହୋଇ ଥାଇପାରେ !ଯାହାହେଲେବି ଆପଣଙ୍କର ଅପେକ୍ଷା ଅତିଉତ୍ତମରେ ପରିବର୍ତ୍ତନ ହେବ ଏହା ନିଚୟ !ଆମ ପରମେଶ୍ୱର ସବୁ କରିପାରିବା ସର୍ବଶକ୍ତିଶାଳୀ !ଏହି ବିଶ୍ୱାସରେ ବଚସା ନ କରି ସଦାପ୍ରଭୁଙ୍କର ସାନିଧ୍ୟରେ ଜାଗି ରହିଲେ, ନିଚୟ ଆନନ୍ଦ ପାଇବ !ଆପଣଙ୍କର କାର୍ଯ୍ୟ ଅଙ୍କୁରିତ ହେବ !ଆପଣ ପଦବୀ, ଅଧିକାରକୁ ଇଚ୍ଛା ନ କରି ହାରୋଣଙ୍କ ସଦୃଶ୍ୟ ଆପଣକୁ ପରମେଶ୍ୱର ଦେଇଥିବା ଦାଇତ୍ୱକୁ ବଚସା ନ କରି ସମ୍ପୂର୍ଣ କଲେ ପରମେଶ୍ୱର ଆପଣକୁ ଖୋଜି ଖୋଜି ଆସି ଆପଣଙ୍କୁ ବଢ଼ାଇବ !ଇଚ୍ଛା ସଫଳ ନ ହେବା ହେତୁ ହୃଦୟ ବାଧା ହୁଏ ସିଦ୍ଧ କରିଥିବା ମନବାଞ୍ଚା ଜୀବନ ବୃକ୍ଷ ଅଟେ !ଆମେନ୍ !
ପ୍ରାର୍ଥନାର ଅଂଶ :-
ଓଡିଶା ରାଜ୍ୟର ଗଜପତି ଜିଲ୍ଲାର ଗାନ୍ଧିନଗର ସେବା କ୍ଷେତ୍ରରେ ଚାରି ଚକିଆ ଯାନ କ୍ରୟ ନିମନ୍ତେ ପ୍ରାର୍ଥନା କରନ୍ତୁ !
Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864 ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.