Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 06-02-2022 (Kid’s special)
Share:

By Village Missionary Movement

Sunday, 06-Feb-2022

ଆଜିର ବାକ୍ୟ (Oriya) 06-02-2022 (Kid’s special)

ଧନ୍ୟବାଦ ଦେବାକୁ ଭୁଲନ୍ତୁ ନାହିଁ 

“ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର ଓ ତାହାଙ୍କର ମଙ୍ଗଳଦାନସବୁ ପାସୋର ନାହିଁ;” - ଗୀତସଂହିତା 103:2

ହାଲୋ ପିଲାମାନେ, କେମିତି ଅଛ ? ଶେଷ ଦିନରେ ରୋଗ ଆସିବ ବୋଲି ବାଇବଲ ଲେଖା ହେଲା ପରି ଘଟୁଛି !ହେଲେବି ଆମେ ପ୍ରାର୍ଥନା କଲେ ଆମକୁ ସଂରକ୍ଷଣ କରି ଅଦ୍ଭୁତ ଭାବେ କଢାଇ ନେବାକୁ ଯୀଶୁ ବାପା ଆମ୍ଭ ସହିତ ଅଛନ୍ତି !ଆମ୍ଭେ ଭୟ କରିବା ଆବଶ୍ୟକ ନାହିଁ !ଓକେ ତ ହଁ ଆସନ୍ତୁ କାହାଣୀ ଶୁଣିବା !

ସୌନ୍ଦର୍ଯ୍ୟଭରା ଗଛଲତାରେ ପୂର୍ଣ୍ଣ ଅରଣ୍ୟରେ ଗୋଟିଏ ପାରା ଓ ପିମ୍ପୁଡି ସାଙ୍ଗ ହୋଇଥାନ୍ତି !କଲକଲ ଶବ୍ଦ ହୋଇ ବହୁଥିବା ନଦୀ କୂଳରେ ପାଣି ପିଇବାକୁ ସବୁଦିନ ପାରା ଆସୁଥାଏ !ସେମିତି ଆସିବା ବେଳେ ତାହାର ବନ୍ଧୁ ପିମ୍ପୁଡିକୁ ଦେଖି କଥା ହୋଇ ଫେରିଯାଏ !ପିମ୍ପୁଡି ସକ୍ରିୟ ଏବଂ ଏକତାରେ ଥିବା ଦେଖି ଆଚର୍ଯ୍ୟ ହୋଇ ଏହି ପାରା ଗୋଟିଏ ପ୍ରଶ୍ନ ପଚାରିଲା, ତୁମେ କିପରି ଏପରି ରହିପାରୁଛ ? ଦିନେ ଏହି ପିମ୍ପୁଡି ଆହାର ସଂଗ୍ରହ କରିବାକୁ ଯିବାବେଳେ ଗୋଡ଼ ଖସି ପାଣିରେ ପଡିଗଲା !ହଟାତରେ ସେଠାକୁ ଆସିଥିବା ପାରା, ଗୋଟିଏ ପତ୍ରକୁ ଛିଣ୍ଡାଇ ପାଣିରେ ପକାଇଦେଲା !ସେତେବେଳେ ସେହି ପିମ୍ପୁଡି ସେହି ପତ୍ର ଉପରେ ଚଡି କୂଳକୁ ଲାଗିଲା !ପିମ୍ପୁଡି ପାରାକୁ ଧନ୍ୟବାଦ ଜଣାଇ, ସଠିକ ସମୟରେ ମୋତେ ଆସି ଉଦ୍ଧାର କଲୁ, ବନ୍ଧୁ ମୋ ଜୀବନ ସାରା ମୁଁ ତୁମ ସାହାଯ୍ୟକୁ ଭୁଲିବି ନାହିଁ,  ପିମ୍ପୁଡି କହିଲା !ହାଲୋ ପିଲାମାନେ, ତୁମ୍ଭେମାନେ ମଧ୍ୟ ସାହାଯ୍ୟ କରିବା ଲୋକଙ୍କୁ ଭୁଲି ନ ଯାଇ କୃତଜ୍ଞତା ଜଣାଇବ ତ !ଅତି ଉତ୍ତମ !

ଆଉ ଏକ ଦିନେ ପରା ଗଛରେ ଥିବା ବେଳେ ଜଣେ ଶିକାର ଆସି ତାର ଶରକୁ ପାରାଙ୍କ ପ୍ରତି ଲକ୍ଷ୍ୟ କଲା !ହଟାତରେ ଆର ପଟୁ ଆସିଥିବା ପିମ୍ପୁଡି ସେହି ଶିକାରିକୁ ଦେଖିବା କ୍ଷଣି ତାଙ୍କ ସାଙ୍ଗମାନଙ୍କ ସହ ମିଶି ଶିକାରଙ୍କ ଗୋଡ଼କୁ କାମୁଡିବାକୁ ଲାଗିଲା !ମାଲୋ.....ପିମ୍ପୁଡି କାମୁଡୁଚି ବୋଲି ଢ଼େଉଥିବା ଶିକାରୀକୁ ଦେଖି ପାରାଟି ଉଡି ପଳାଇ ଗଲା !ତାଙ୍କୁ ପିମ୍ପୁଡିହିଁ ରକ୍ଷା କଲା ବୋଲି ପାରାଟି ଜାଣି ପାରି କୃତଜ୍ଞତା ଜଣାଇଲା !

କଣ ପିଲାମାନେ, ପିମ୍ପୁଡି ଓ ପାରା ସେମାନଙ୍କୁ ଉପକାର କରିବା ଲୋକଙ୍କୁ କୃତଜ୍ଞତା ଜଣାଇବା ଭୁଲିଲେ ନାହିଁ !ତୁମ୍ଭମାନଙ୍କ ଜୀବନରେ ମଧ୍ୟ ଯୀଶୁବାପା କେତେ ଉପକାର କରିଛନ୍ତି ? ଆଲୋଚନା କରି ଦେଖିଲ କି ? ଦିନରାତି ଆମ୍ଭମାନଙ୍କୁ ସଂରକ୍ଷଣ କରି, ଆରୋଗ୍ୟ ଦେଇ, ଆବଶ୍ୟକତାକୁ ପୂର୍ଣ୍ଣ କରି ଏହିପରି ଅନେକ କହି କହି ଯାଇ ପାରୁ !ଅଥବା ଆପଣମାନେ ମଧ୍ୟ ପ୍ରତିଦିନ ଯୀଶୁବାପାଙ୍କୁ ଧନ୍ୟବାଦ ଜଣାଇବା ଭୁଲିବାକୁ ହେବ ନାହିଁ !କହିବ କି ? ଭେରୀ ଗୂଡ଼ !

Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864  ନମ୍ବରକୁ ଯୋଗାଯୋଗ କରନ୍ତୁ !

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al