Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 04-02-2022 (God’s creation’s special)
Share:

By Village Missionary Movement

Friday, 04-Feb-2022

ଆଜିର ବାକ୍ୟ (Oriya) 04-02-2022 (God’s creation’s special)

 

ପକ୍ଷୀର ବସା 

 

“ତାହା ଗୋଟିଏ ସୋରିଷ ଦାନା ପରି; ଭୂମିରେ ବୁଣାଯିବା ସମୟରେ ତାହା ପୃଥିବୀର ସମସ୍ତ ବୀଜଠାରୁ କ୍ଷୁଦ୍ର... !” - ମାର୍କ 4:31

 

ଫସଲ ଅମଳ କରିବାକୁ ବିହନର ଆବଶ୍ୟକ ଏହା ଜାଣିଥିବ !କିଛି ବିହନକୁ ଦେଖିଥିବ !ସୋରିଷ ବିହନ ଦେଖି ନ ଥିବା ବ୍ୟକ୍ତି କେହି ନ ଥିବେ ବୋଲି ଆମେ କହିପାରିବା !ଆପଣଙ୍କ ରୋଷେଇ ଘରେ ମୁଁ ନ ଥାଇ ରୋଷେଇ ହୋଇପାରିବ ନାହିଁ !ଆଜିର ଦିନ ଧ୍ୟାନରେ ଆପଣମାନଙ୍କୁ ଦର୍ଶନ କରିବାକୁ ସୋରିଷ ଦାନା ଆସିଅଛି !ଆସନ୍ତୁ, ତାଙ୍କ କଥା ତାର ମୁଖରୁ ଶୁଣିବା !ସୋରିଷ ମଞ୍ଜି ଛୋଟ ହେଲେବି କାମ ତାହାର ବଡ଼ କହନ୍ତି !ହଁ ମୁଁ ସେହିପରି ଅଛି !ମୋତେ ବାହାରେ ଦେଖି ନିଉନ କରନ୍ତୁ ନାହିଁ !ମୋ ଠାରେ ଲୁଚି ରହିଥିବା ମହାନ କାର୍ଯ୍ୟଗୁଡିକ କଣ କଣ ଆପଣମାନଙ୍କୁ କହିବି !ମନ ଦେଇ ଶୁଣନ୍ତୁ !

 

ସ୍ୱର୍ଗ ପୃଥିବୀ ସୃଷ୍ଟି କରିଥିବା ସର୍ବ ଶକ୍ତିମାନ ପରମେଶ୍ୱର ହିଁ ମୋତେ ସୃଷ୍ଟି କରିଛନ୍ତି !ପ୍ରଭୁଯୀଶୁଖ୍ରୀଷ୍ଟ ସୁସମାଚାରର ଅଂଶରେ ମୋ ବିଷୟରେ କହିଛନ୍ତି !ତାହା କଣ, ସୋରିଷ ଦାନାର ବିଶ୍ୱାସ ତୁମ୍ଭଠାରେ ଥିଲେ ବୋଲି ତାଙ୍କ ଶିଷ୍ୟମାନଙ୍କୁ ଦେଖି କହିଲେ !ଆପଣମାନେ ପଡ଼ୁ ଥିବା ଆପଣଙ୍କୁ ମଧ୍ୟ ସୋରିଷ ଦାନାର ବିଶ୍ୱାସ ରହିଥିଲେ ମହାନ ମହାନ କାର୍ଯ୍ୟ ପ୍ରତିଦିନ ଆପଣ ଦେଖି ପାରିବେ !ବାଇବଲରେ ଅନେକ ପ୍ରକାରର ବାର୍ତ୍ତା ପଡ଼ୁଛ !ଅନେକ ବିଷୟରେ ଆପଣମାନେ ଜାଣିଛନ୍ତି !ମାତ୍ର ଆପଣଙ୍କଠାରେ ବିଶ୍ୱାସ ନ ଥିଲେ ତାହା ବ୍ୟର୍ଥ ଅଟଇ !ସେଥିପାଇଁ ଅବିଶ୍ୱାସୀମାନଙ୍କୁ ଦେଖି, ହେ ଅଳ୍ପ ବିଶ୍ୱାସୀଗଣ ବୋଲି ଯୀଶୁଖ୍ରୀଷ୍ଟ ଧମକ ଦେଲେ !ବିଶ୍ୱାସ କରି ଦେଖନ୍ତୁ, ଅଦଭୂତକୁ ଦେଖିବ !

 

ପରମେଶ୍ୱରଙ୍କ ରାଜ୍ୟକୁ ସୋରିଷ ଦାନା ସହ ତୁଳନା କରାଯାଇଛି ଏହା ଯୀଶୁଖ୍ରୀଷ୍ଟ ମାର୍କ ଚାରି ଅଧ୍ୟାୟରେ କହନ୍ତି ! ତାହା ଗୋଟିଏ ସୋରିଷ ଦାନା ପରି; ଭୂମିରେ ବୁଣାଯିବା ସମୟରେ ତାହା ପୃଥିବୀର ସମସ୍ତ ବୀଜଠାରୁ କ୍ଷୁଦ୍ର,ମାତ୍ର ବୁଣାଗଲେ ତାହା ବଢ଼ି ଉଠି ସବୁ ଶାଗଠାରୁ ବଡ଼ ହୁଏ, ପୁଣି, ତାହାର ଏପରି ବଡ଼ ବଡ଼ ଡାଳ ହୁଏ ଯେ, ଆକାଶର ଚଢ଼େଇମାନେ ତାହାର ଛାୟାରେ ବାସ କରି ପାରନ୍ତି ।ଆପଣମାନେ ମଧ୍ୟ ପ୍ରଭୁଙ୍କ ନିମନ୍ତେ ବୁଣାଗଲା ବେଳେ ଅର୍ଥାତ ସେବାକାର୍ଯ୍ୟର ସ୍ଥାନରେ ପ୍ରଭୁଙ୍କର ନିମନ୍ତେ ପରିଶ୍ରମ କରିବାକୁ 

 

ଆପଣ ସମର୍ପଣ ହେଲା ବେଳେ ହଜାର ହଜାର ଲୋକଙ୍କୁ ଆଶୀର୍ବାଦ ହୋଇ ବଦଳିବ !ମିଶିନାରୀ ସ୍ଥାନରେ ଘଟୁଥିବା ଘରୋଇ ପ୍ରାର୍ଥନାରେ ଏହି ବାକ୍ୟ କୁହାଗଲା !ଅପାଠୁଆ ଚେଲାମ୍ମା ନାମକ ସ୍ତ୍ରୀ ସେ ଏହି ବାକ୍ୟଟି ଶୁଣି ସେ ନିଜକୁ ସମର୍ପିତ ହେଲା !ଆଜି ଅନେକ ଛୋଟପିଲାମାନେ, ଯୁବକଗଣ,ବୟସ୍କାଗଣ, ପରିତ୍ରାଣ ହୋଇ ମହାନ ମଣ୍ଡଳୀ ଆସିବାକୁ ସେ କାରକ ଅଟନ୍ତି !ଏହା ପଡ଼ୁଥିବା ଆପଣ ଜୀବନରେ ମଧ୍ୟ ଆରମ୍ଭ ଛୋଟ ହୋଇଥାଇ ପାରେ, କିନ୍ତୁ ଖ୍ରୀଷ୍ଟଙ୍କ ଠାରେ ସଂପୂର୍ଣ୍ଣ ଶେଷ ଆସିବାକୁ ଯାଉଛି !ତେଣୁ ବିଶ୍ୱାସ କରନ୍ତୁ, ପ୍ରଭୁଙ୍କର ରାଜ୍ୟ ନିମନ୍ତେ ଆପଣମାନେ ମହାନ କାର୍ଯ୍ୟ କରିବାକୁ ପରମେଶ୍ୱର ଆପଣଙ୍କୁ ବ୍ୟବହାର କରିବେ !

 

ପ୍ରାର୍ଥନାର ଅଂଶ :-

ସାତ୍ୟାମ ଏବଂ ନାମ୍ବିକେ ଦୂରଦର୍ଶନରେ ପ୍ରଚାର ହେଉଥିବା କାର୍ଯ୍ୟକ୍ରମ ଦ୍ଵାରା ଅନେକ ଆଶୀର୍ବାଦ ପାଇବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet padişahbet bets10 extrabet royalbet süperbetin padişahbet betcio romabet giriş romabet queenbet bahiscasino betcio bahiscasino atlasbet matbet matbet giriş bahiscasino celtabet queenbet casibom jojobet