Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 02-02-2022 (God’s creation’s special)
Share:

By Village Missionary Movement

Tuesday, 01-Feb-2022

ଆଜିର ବାକ୍ୟ (Oriya) 02-02-2022 (God’s creation’s special)

 

ଭଣ୍ଡାର 

 

“ସମସ୍ତ ଶାସ୍ତ୍ର ଈଶ୍ୱରଙ୍କ ପ୍ରେରଣାରେ ଲିଖିତ ଏବଂ ଶିକ୍ଷା, ଅନୁଯୋଗ, ସଂଶୋଧନ ଓ ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାରୀ” - ୨ ତୀମଥି 3:16

 

ବେଦ ପୁସ୍ତକ ହୋଇଥିବା ମୁଁ ସାଧାରଣ ପୁସ୍ତକ ନୁହେଁ !ମୁଁ ଏକ ଅଦ୍ଭୁତ ଭଣ୍ଡାର ଅଟେ !ମୋତେ ତିନୋଟି ଭାଷାରେ ଲେଖିଛନ୍ତି !ପ୍ରାୟ ଷୋହଳଶହ ବର୍ଷ ମୁଁ ଲେଖା ହେଲି !ଚାଳିଶି ବ୍ୟକ୍ତିଙ୍କ ଦ୍ଵାରା ମୁଁ ରଚୟିତା ହେଲି !ସେମାନଙ୍କ ମଧ୍ୟରେ ଜଣକୁ ଜଣେ କେବେ ଦେଖା ସାକ୍ଷାତ ବି କରି ପାରି ନାହାନ୍ତି !ଅଧିକ ପାଠ ପଡି ନ ଥିବା ବ୍ୟକ୍ତିଗଣ, ମାଛ ଧରାଳିଗଣ, ମେଷ ଜଗୁଆଳିଗଣ, ବୈଦ୍ୟଗଣ, ଏପରି ଲୋକେ ହିଁ ମୋତେ ଲେଖିଥିଲେ !ସେମାନେ ପବିତ୍ର ଆତ୍ମା ଦ୍ଵାରା ପ୍ରେରଣାଦାୟୀ ହୋଇ ମୋତେ ଲେଖିଲେ !ପୃଥିବୀରେ ମୁଁ ଅତ୍ୟଧିକ ମୁଦ୍ରିତ ହୋଇ ପରିଶୋଧନ ହେଉଥିବା ଗ୍ରନ୍ଥ ଅଟେ !ମୁଁ ପୃଥିବୀର ଅତ୍ୟଧିକ ଲୋକଙ୍କ ଦ୍ଵାରା ପାଠ କରୁଥିବା ଗ୍ରନ୍ଥ ଅଟେ !ମୋତେ ପୂରାପୁରି ପଡ଼ିବାକୁ ପ୍ରାୟ ବାସ୍ତରୀ ଘଣ୍ଟା ଲାଗିବ !ମୁଁ ପୃଥିବୀରେ ଅତ୍ୟଧିକ ବିକ୍ରୟ ହେଉଥିବା ଗ୍ରନ୍ଥ ଅଟେ !ପ୍ରାୟ ଦୁଇ ହଜାର ବର୍ଷ ହେବ ମୋତେ ନ ରଖିବା ଉଚିତ ବୋଲି ଅନେକ ଲୋକେ ଚେଷ୍ଟା କଲେ !ମୋତେ ପୋଡ଼ାଇଲେ, ଚିରା କଲେ କିନ୍ତୁ ଏବେ ବାର ଶହରୁ ଉର୍ଦ୍ଧ ଭାଷାରେ ମୁଦ୍ରଣ କରାଯାଇ, ଅନେକଙ୍କ ପ୍ରୟୋଜନ ହୋଇ ଅଛି !

 

ଆପଣମାନେ ଜାଣିଛନ୍ତି କି ? ମୋତେ ପ୍ରେମ କରି, ପଢି ତଦ୍ରୁପ ଲାଳନ ପାଳନ କରିବା ଲୋକ ପାଉଥିବା ଉପକାର ଗୁଡିକ ଅନେକ ଅଟେ !ପ୍ରାଣର ସ୍ୱାସ୍ଥ୍ୟଜନକ;(ଗୀତସଂହିତା :-19:7)! ବ୍ୟବସ୍ଥା ସ୍ନେହକାରୀମାନେ ମହାଶାନ୍ତି ପ୍ରାପ୍ତ ହୁଅନ୍ତି (ଗୀତସଂହିତା '-119:165)!ତୁମ୍ଭର ବ୍ୟବସ୍ଥା ମୋହର ଆହ୍ଲାଦଜନକ(ଗୀତସଂହିତା :-119:174)! କାରଣ ସେଥିରେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛ (ଯୋହନ :-5:39)!ଏପରି ଅନେକ ଆଶୀର୍ବାଦ ଆପଣଙ୍କୁ ମଧ୍ୟ ମିଳିବ !

 

ପ୍ରିୟ ବନ୍ଧୁଗଣ, ଅନେକଙ୍କ ତ୍ୟାଗ ଦ୍ଵାରା ମୁଁ ଆପଣା ହସ୍ତକୁ ଆସିଛି !ଯଦି ମୋତେ ଛୁଇବ ମୁଁ ଏକ ସାଧାରଣ କାଗଜ ଅଟଇ !ଯଦି ତାହା ପଡିବ ତେବେ ତାହାହିଁ ଆପଣାକୁ ମହାନ ଅୟୁଦ୍ଧ ! ମୋତେ ଆପଣ ବହନ କଲେ ମୁଁ ଆପଣମାନଙ୍କୁ ବହନ କରିବି !ଯେକୌଣସି ଗ୍ରନ୍ଥକର୍ତ୍ତା ସେହି ଗ୍ରନ୍ଥ ସହ ଆପଣଙ୍କ ପାଖକୁ ଆସିବ ନାହିଁ !ମାତ୍ର ମୋର ରଚୟିତା ସଦାପ୍ରଭୁ ପରମେଶ୍ୱର ମୋ ସହ ହିଁ ଆସନ୍ତି !ସଂକ୍ଷେପରେ କହିବାକୁ ଗଲେ, " ମୁଁ ଏକ ସ୍ବର୍ଗୀୟ ଭଣ୍ଡାର" !ବେଦ ଗ୍ରନ୍ଥ ହୋଇଥିବା ମୋତେ ମୁଣ୍ଡର ତକିଆ ତଳେ ରଖି ଶୋଇବା ଦ୍ଵାରା, ମୋତେ ଛୁଇ ଜୁହାର କରିବା ଦ୍ଵାରା ପ୍ରଭୁଙ୍କର ଶକ୍ତି ଆପଣ ପାଇ ପାରିବେ ନାହିଁ !ପୁନଃଚ ମୋଠାରେ ଥିବା ପ୍ରଭୁଙ୍କର ବାକ୍ୟକୁ ଅଧ୍ୟୟନ କରି, ଧ୍ୟାନ କରି, ପ୍ରେମ କରି ସେହି ଅନୁଯାୟୀ ଜୀବନ ରକ୍ଷାକାରୀ ନିଚୟ ପ୍ରଭୁଙ୍କର ଶକ୍ତି ପାଇ ପାରିବେ !ତେଣୁ ମୋତେ ରବିବାର ହିଁ ବାହାରକୁ ନ କାଢି, ପ୍ରତିଦିନ କାଢ଼ିକି ମୋତେ ଅଧୟନ କରି, ଆପଣାକୁ ପ୍ରଭୁଙ୍କ ଠାରେ ସମର୍ପଣ କରନ୍ତୁ !ନିଚୟ ସଦାପ୍ରଭୁ ଆପଣଙ୍କ ଜୀବନକୁ ଆଶୀର୍ବାଦ କରିବେ !ଆମେନ୍ !

- ପି. ଶିୱା

 

ପ୍ରାର୍ଥନାର ଅଂଶ '-

ପବିତ୍ରତାରେ ବଡୁଥିବା ବର୍ଷ ଭାବେ ପାଳନ କରୁଥିବା ଏହି ବର୍ଷରେ ଯୁବକମାନେ ପ୍ରତ୍ୟେକ ଜଣ ପବିତ୍ରତାରେ ବଢିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al