Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 29-01-2022
Share:

By Village Missionary Movement

Saturday, 29-Jan-2022

ଆଜିର ବାକ୍ୟ (Oriya) 29-01-2022

 

ପ୍ରଥମ ସ୍ଥାନ କାହାର ? 

 

“ମୁଁ ସର୍ବଦା ସଦାପ୍ରଭୁଙ୍କୁ ଆପଣା ସମ୍ମୁଖରେ ରଖିଅଛି; ସେ ମୋହର ଦକ୍ଷିଣ ପାଖରେ ଥିବାରୁ ମୁଁ ବିଚଳିତ ହେବି ନାହିଁ।“ - ଗୀତସଂହିତା 16:8

 

ଜଣେ କଳାକାର ସୁନ୍ଦର ଏକ ଛବି ଆଙ୍କୁଥାଏ !ସେଥିରେ ଜଣେ ଦେବଦୂତ ଜମିରେ ଲଙ୍ଗଳ ସହ ଚାଷ କରୁଥିବା, ଆଉ ଜଣେ କୃଷକ ଅନ୍ୟଆଡ଼େ ଅଣ୍ଟୁପାତି ଦୁଇଟି ହାତ ଉଠାଇ ଆକାଶକୁ ଚାହିଁ ପ୍ରାର୍ଥନା କରୁଥିବା ସେହିଁ ଛବିରେ ଥିଲା !କୃଷକ ତାର ଜମିରେ ଫସଲ ଅମଳ କରିବାକୁ ସର୍ବଦା ପ୍ରଭୁଙ୍କର ସମ୍ମୁଖରେ ତାର ଜମିକୁ ଉତ୍ତମ ଅମଳ ନିମନ୍ତେ, ପ୍ରଭୁ ତାଙ୍କ ସହିତ ଅଂଶୀଦାର ଭାବେ ରହିବା ପାଇଁ ପ୍ରାର୍ଥନା କରୁଥାଏ !ସେତେବେଳେ ପରମେଶ୍ୱର ତାଙ୍କ ଦୂତଙ୍କୁ ପଠାଇ ସେହିଁ କୃଷକକୁ ସାହାଯ୍ୟ କରୁଛନ୍ତି !ସେହିଁ କୃଷକ ତାଙ୍କ କାର୍ଯ୍ୟକୁ ପ୍ରଭୁଙ୍କୁ ସମ୍ମୁଖରେ ରଖି ଚେଷ୍ଟା କଲା ବେଳେ, ପରମେଶ୍ୱର ତାଙ୍କ ଦୂତଙ୍କୁ ପଠାଇ ତାଙ୍କ ମାର୍ଗକୁ ସାହାଯ୍ୟ କରୁଥିବା ସଦୃଶ୍ୟ ସେହିଁ ଛବି ଆଙ୍କିଲା !

 

ବାଇବଲରେ ଯଦି ଆମେ ଦାଉଦଙ୍କ ଜୀବନକୁ ଦେଖିବା, ସେ ସବୁ କାର୍ଯ୍ୟରେ ପ୍ରଭୁଙ୍କୁ ସମ୍ମୁଖରେ ରଖିବା, ପ୍ରଭୁଙ୍କୁ ସ୍ତୁତି କରିବା ଦେଖି ପାରିବା !(ଗୀତସଂହିତା:- 16:8)ରେ ସର୍ବଦା ସଦାପ୍ରଭୁଙ୍କୁ ଆପଣା ସମ୍ମୁଖରେ ରଖିଅଛି ବୋଲି (ଗୀତସଂହିତା :-34:1)ରେ ସର୍ବଦା ସଦାପ୍ରଭୁଙ୍କର ଧନ୍ୟବାଦ କରିବି;ମୋ’ ମୁଖରେ ନିରନ୍ତର ତାହାଙ୍କର ପ୍ରଶଂସା ହେବ ବୋଲି ପଡୁଛୁ !ଏହିପରି ସମସ୍ତ ପରିସ୍ଥିତିରେ ସବୁବେଳେ, ସବୁକାର୍ଯ୍ୟରେ ପରମେଶ୍ୱରଙ୍କୁ ହିଁ ସମ୍ମୁଖରେ ରଖିବା, ସବୁକାର୍ଯ୍ୟକୁ ପରମେଶ୍ୱର ଦାଉଦକୁ ସାହାଯ୍ୟ କରି ଆଶୀର୍ବାଦ କରି ରାଜା ଭାବେ ଉଠାଇଲେ !

 

ପ୍ରଭୁଙ୍କ ଠାରେ ପ୍ରିୟ ବନ୍ଧୁଗଣ, ଆମ୍ଭେ ପ୍ରତ୍ୟେକ ଜଣ କରିବାକୁ ଅନେକ କାର୍ଯ୍ୟ ଅଛି !ସେ ସବୁଥିରେ ପ୍ରଭୁଙ୍କୁ ସମ୍ମୁଖରେ ରଖି ପ୍ରାର୍ଥନା କରି କରୁଛୁ କି ? କିଛି ଆମେ ନିଜକୁ ନିଜେ ପରଖି ଦେଖିବା !ଆମ୍ଭ କାର୍ଯ୍ୟରେ ପ୍ରଥମେ ତାଙ୍କ ନିମନ୍ତେ ଖର୍ଚ୍ଚ କରୁଥିବା ସମୟ କଦାପି ବ୍ୟର୍ଥ ହୁଏ ନାହିଁ !କେତେ ସମୟ ପର୍ଯ୍ୟନ୍ତ ଅଧିକ ପ୍ରଭୁଙ୍କ ଠାରେ ପ୍ରାର୍ଥନା କରିବାରେ, ସ୍ତୁତି କରିବାରେ, ବାଇବଲ ପଡିବାରେ, ଧ୍ୟାନ କରିବାରେ ଆମେ ସମୟ ବିତାଉଛୁ, ଆମେ ବଣ୍ଟନ କରୁଛୁ ସେଥିକି ଅଧିକରେ ଆମ କାର୍ଯ୍ୟ ପରମେଶ୍ୱର ଆମକୁ ସାହାଯ୍ୟ କରି ପାରିବ !ହଁ ଦାଉଦଙ୍କ ସଦୃଶ୍ୟ ଆମ୍ଭେ ପ୍ରଭୁଙ୍କୁ ପ୍ରଧାନ ସ୍ଥାନ ଓ ଗୁରୁତ୍ୱ ଦେବାବେଳେ ଆମ୍ଭମାନଙ୍କୁ ମଧ୍ୟ ସଦାପ୍ରଭୁ ଅନୁଗ୍ରହ କରି ବଢାଇବ !ହାଲେଲୁଆ !ଆମେନ୍ !

- ପି. ଶିୱା 

 

ପ୍ରାର୍ଥନାର ଅଂଶ :-

ପ୍ରାର୍ଥନାର ମନ୍ଦିର ନିର୍ମାଣ କାର୍ଯ୍ୟ ଶୀଘ୍ର ପୂର୍ଣ୍ଣ ନିମନ୍ତେ, ପ୍ରଭୁଙ୍କର ମହିମା ପ୍ରତିଷ୍ଠିତ ହେବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al