By Village Missionary Movement
Monday, 24-Jan-2022ଆଜିର ବାକ୍ୟ (Oriya) 25-01-2022
ଆମ୍ଭେ କରୁଥିବା କାର୍ଯ୍ୟ ନ୍ୟାୟ ନାହିଁ
“ତେବେ ମୁଁ ଫରାତ୍ ନଦୀ ନିକଟକୁ ଯାଇ ସେହି ପଟୁକା ଲୁଚାଇ ରଖିଥିବା ସ୍ଥାନ ଖୋଳି ତାହା ନେଲି; ଆଉ ଦେଖ, ସେ ପଟୁକା ନଷ୍ଟ ହୋଇଅଛି, ତାହା ଆଉ କୌଣସି କର୍ମର ଯୋଗ୍ୟ ନୁହେଁ।“ - ଯିରିମୀୟ 13:7
ଆଜିର ଦିନରେ ପ୍ରଭୁ ତାଙ୍କୁ ଦେଇଥିବା ସାମର୍ଥ୍ୟ ଏବଂ କୃପାଗୁଡିକ ଲୁଚାଇ ରଖିଥିବା କିଛି ବ୍ୟକ୍ତି ବିଶେଷଙ୍କ ବିଷୟରେ ଆମେ ଜାଣିବା !ଯିରିମିୟ ତେର ଅଧ୍ୟାୟରେ ଅନେକ ଦିନରୁ ଫରାତ ନଦୀ କୂଳରେ ଲୁଚାଇ ରଖାଯାଇଥିବା ପଟୁକା ନଷ୍ଟ ହୋଇଛି !କିଛିକୁ ଆଉ କାମ ଦେବ ନାହିଁ, ଏହା ଆମ୍ଭେ ପଡ଼ୁଅଛୁ !ଆମ୍ଭ ଜୀବନରେ ମଧ୍ୟ ପ୍ରଭୁ ଆମକୁ ଦେଇଥିବା ପ୍ରତିଭା, ଆଧ୍ୟାତ୍ମିକ ଉପହାର ଯଦି ଏମିତି ତ ପୋତି ଦେଇ, ଯଦି ଲୁଚାଇ ରଖିବା, ଏହି ବର୍ଷ ଆରମ୍ଭରେ ଆମ୍ଭେ ତାହା ବାହାର କରି ପ୍ରଭୁଙ୍କର ସକାଶେ ବ୍ୟବହାର କରିବାକୁ ନିର୍ଣ୍ଣୟ କରିବା !
ବିଚାରକର୍ତ୍ତା ଗ୍ରନ୍ଥରେ ଶାମଶନ ଦଲୀଲା ନାମକ ବେଶ୍ୟାର ଘରକୁ ସୋରେକ ନଦୀ କୂଳରେ,ଦଲିଲାଙ୍କ ଘରକୁ ଯାଇ ସଦାପ୍ରଭୁ ତାଙ୍କୁ ଦେଇଥିବା ମହାନ ଶକ୍ତିକୁ ଆଉ ପ୍ରଭୁଙ୍କର ସହଥିବା ସମ୍ପର୍କକୁ ଲୁଚାଇ ରଖି ଅନେକ ଦିନ ପର୍ଯ୍ୟନ୍ତ ବୁଝି ନ ପାରି ରହିବା ହେତୁ ଶେଷରେ ଘୃଣାରେ ନଷ୍ଟ ହେଲା !ଆମ୍ଭେମାନେ ମଧ୍ୟ ଏପରି ଭୁଲ ସ୍ଥାନରେ ସଦାପ୍ରଭୁ ଆମକୁ ଦେଇଥିବା କୃପାର ବରକୁ ଲୁଚାଇ ରଖିବା ଦ୍ଵାରା ଆଜି ହିଁ ବୁଝି ପରିବା କି ?
ମାଥିଉ ସୁସମାଚାର ପଚିଶି ଅଧ୍ୟାୟରେ ଗୋଟିଏ ତୋଡ଼ା ନେଇଥିବା ବ୍ୟକ୍ତି ମାଟିକୁ ଖୋଲି ତାହାର ପ୍ରଭୁ ଦେଇଥିବା ଧନକୁ ପୋତି ଦେଲା !ତାହାର ଫଳ, ପ୍ରୟୋଜନ ବିହୀନ ସେହି ଦାସ ରୋଦନ ଓ ଦନ୍ତର କିଡ଼ିମିଡ଼ି ପୂର୍ଣ୍ଣ ଅନ୍ଧକାର ପ୍ରାନ୍ତରେ ପକାଇ ଦିଆଗଲା !ଆମ୍ଭେମାନେ ମଧ୍ୟ ଏପରି ରହିବା ସେହି ଅନ୍ଧକାର ପ୍ରାନ୍ତକୁ ସଦାପ୍ରଭୁ ଆମ୍ଭଙ୍କୁ ଠେଲି ଦେବା ପୂର୍ବରୁ ଆମେ ସଜାଗ ହୋଇ କାର୍ଯ୍ୟ କରି ପ୍ରଭୁଙ୍କର ଆନନ୍ଦରେ ପ୍ରବେଶ ହେବାକୁ ପ୍ରସ୍ତୁତ ହେବା କି ?
ପ୍ରିୟ ବନ୍ଧୁଗଣ, ଏଲିଶା ପ୍ରବକ୍ତା କାଳରେ ଜୀବନଯାପନ କରିଥିବା ଚାରି ଜଣ କୁଷ୍ଠ ରୋଗୀମାନେ କରିଥିବା ସତକ୍ରିୟା ଠାରୁ ଆମେ ଏକ ପାଠ ଶିଖିବା !ମରୁଡି ଆହାକାର କରୁଥିବା ସେହି କାଳରେ ସେମାନେ ଶିରିୟମାନଙ୍କର ସେତୁ ନିକଟକୁ ଯାଇ ସେଠାରେ ଥିବା ପାଣ୍ଟି ସେମାନଙ୍କ ନିମନ୍ତେ ଲୁଚାଇବାକୁ ଆରମ୍ଭ କରିବା ସମୟରେ, ଆମ୍ଭେ କରିବା କାର୍ଯ୍ୟ ନ୍ୟାୟଯୁକ୍ତ ନୁହେଁ ବୋଲି ବୁଝି ପାରି ସେମାନେ ଜାଣିଥିବା ସୁସମାଚାରକୁ ରାଜାଙ୍କର କୋଠା ପର୍ଯ୍ୟନ୍ତ ପ୍ରକାଶିତ କଲେ !ସେଥିପାଇଁ ଇଶ୍ରାଏଲଗଣ ଖୁସି ହେଲେ !ଆମ୍ଭେ କରିବା କାଯ୍ୟ ନ୍ୟାୟଯୁକ୍ତ ନୁହେଁ କହି ଆମ୍ଭେ କେବେ ବୁଝି ନେବା ?
- ଭାଇ ବିଞ୍ଜାମିନ
ପ୍ରାର୍ଥନାର ଅଂଶ :-
ସେବକମାନଙ୍କ ନିମନ୍ତେ ପଠାଉଥିବା ପତ୍ରିକାକୁ ପୋଷ୍ଟାଲ ଅନୁମତି ପାଇବା ନିମନ୍ତେ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.