By Village Missionary Movement
Monday, 24-Jan-2022ଆଜିର ବାକ୍ୟ (Oriya) 24-01-2022
ପରମେଶ୍ୱରଙ୍କର ଇଚ୍ଛାକୁ କରନ୍ତୁ
“କାରଣ ତୁମ୍ଭମାନଙ୍କ ବିଷୟରେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଏହା ଈଶ୍ୱରଙ୍କ ଅଭିମତ ।“ - ୧ ଥେସଲନୀକୀୟ 5:18
ମାଆମାନେ ପିଲାମାନଙ୍କୁ ଉତ୍ତମ ଶକ୍ତିଶାଳୀ ଖାଦ୍ୟ ଦେଉଥାନ୍ତି !କିନ୍ତୁ ସେଥିମଧ୍ୟରେ ଅନେକ ଥର ସ୍ୱାଦ ବିହୀନ ଅଟେ !ଜଣେ ବାଳକ ଦିନେ ତାଙ୍କ ମାଆଙ୍କ ସହ କହିଲା, ସ୍ୱାଦ ବିହୀନ ଖାଦ୍ୟ ଦେଇ କାହିଁକି ପ୍ରଭୁଙ୍କୁ ଧନ୍ୟବାଦ ଦେବାକୁ କହୁଛୁ ? ସେହିପରି ଆମ୍ଭଙ୍କୁ ଇଚ୍ଛା ନ ଥିବା କାର୍ଯ୍ୟଗୁଡିକ ସଦାପ୍ରଭୁ ଆମ୍ଭ ଜୀବନରେ ଅନୁମତି କଲାବେଳେ, ଆମ୍ଭେ କାହିଁକି ପ୍ରଭୁଙ୍କୁ କୃତଜ୍ଞତା ଜଣାଇବା ବୋଲି ଆମ୍ଭଠାରେ ମନୋଭାବ ରହିଥିବ !
କିନ୍ତୁ ପାଉଲ ଓ ଶିଳାଙ୍କୁ ଦେଖ, କାରାଗାରରେ ଗୋଡ଼କୁବାନ୍ଦି ବନ୍ଦୀ କରିଥିବାବେଳେ ପ୍ରଭୁଙ୍କର ସ୍ତବଗାନ କଲେ !କାରଣ ପ୍ରଭୁ ସେମାନଙ୍କୁ କେମିତି ବ୍ୟକ୍ତି ଭାବେ ରଖିବି ବୋଲି ଭାବିଲା, ସେହିପରି ସେମାନେ ଅଛନ୍ତି !କାରାଗାର କବାଟ ହେଉ କି ବନ୍ଦନ କରିଥିବା ଶିକୁଳି ହେଉ, ସେମାନଙ୍କ ଆନନ୍ଦ ପୂର୍ଣ୍ଣ ସ୍ତବଗାନକୁ ରଖି ପାରିଲା ନାହିଁ !କେବଳ ସେତିକି ନୁହେଁ ପ୍ରେରିତଗଣ ପ୍ରଭୁଙ୍କୁ କରୁଥିବା ସେବା ଦ୍ଵାରା,ଆସୁଥିବା କଷ୍ଟ,କଠିନତା ସବୁକୁ ଭାବନା କରି ଖୁସି ହେଲେ !ଯଥା ଯେକୌଣସି ଅବସ୍ଥାରେ ମଧ୍ୟ ପ୍ରଭୁଙ୍କୁ ବିଶ୍ୱାସ କରି, ତାଙ୍କୁ କୃତଜ୍ଞତା ସ୍ତୁତିଗାନ ଦେୟଯୋଗ୍ୟ ହୋଇଛନ୍ତି !
ବୁଲବୁଲ ଜାତୀୟ ପକ୍ଷୀ ରାତ୍ରି ସମୟରେ ଗୀତ ଗାଉଥାଏ !ତାହାର ସୁମଧୁର ଗୀତକୁ ବନ୍ଦ କରି ପାରିନାହିଁ !କାରଣ ସେ ତାହା କେବେ ଗାଇବା ଉଚିତ ବୋଲି ପରମେଶ୍ୱର ତାହାକୁ ସୃଷ୍ଟି କଲେ, ସେହି ଉଦ୍ଦେଶ୍ୟରେ ହିଁ ସେହି ପକ୍ଷୀଟି ତାହା ସଫଳ କରୁଛି !ସଦାପ୍ରଭୁଙ୍କ ସହ ଗମନାଗମନ କରିବା ଲୋକଙ୍କୁ ସଦାପ୍ରଭୁ ଯାହା କରିବାକୁ କହନ୍ତି ବା ଇଚ୍ଛା କରନ୍ତି, ତାହା କରିବା ଦ୍ଵାରା ଖୁସି ହୁଅନ୍ତି !ସେମାନେ ଅବସ୍ଥାକୁ ଦେଖି ନିରୁଉଚ୍ଚାହିତ ହୁଅନ୍ତି ନାହିଁ !ତାହାଙ୍କ ସନ୍ତାନ ଭାବେ ଆମ୍ଭେ ସବୁ କାର୍ଯ୍ୟକୁ ସ୍ତୁତି ଜଣାଇବା ରୂପେ ରହିବାକୁ ସଦାପ୍ରଭୁ ଇଚ୍ଛା କରନ୍ତି !ଆମ୍ଭେମାନେ କରି ନ ପାରିବା କାର୍ଯ୍ୟକୁ, ଆମ୍ଭେ କରିବା ଉଚିତ ବୋଲି ସଦାପ୍ରଭୁ କଦାପି ଅପେକ୍ଷା କରନ୍ତି ନାହିଁ !ତେଣୁ ଏହି ନୂତନ ବର୍ଷରେ ସବୁ କାର୍ଯ୍ୟକୁ ସ୍ତୁତିଗାନ କରି ସଦାପ୍ରଭୁଙ୍କର ଇଚ୍ଛାକୁ ସଫଳ କରିବା !
ରୋଗଗୁଡିକ, ଚିନ୍ତାଗୁଡିକ, ଦୁଃଖଗୁଡିକ,ବେଦନାଗୁଡିକ, କଠିନ ଅବସ୍ଥା ଗୁଡିକ, ଏପରି କୌଣସି ସମସ୍ୟା ଆମ ଚତୁର୍ଦ୍ଦିଗରେ ଥିଲେ ମଧ୍ୟ, ତାହାଙ୍କର ସନ୍ତାନ ହୋଇଥିବା ଆମ୍ଭେ ସବୁକାର୍ଯ୍ୟ ସକାଶେ ସ୍ତୁତିଗାନ କରିବା ଉଚିତ ବୋଲି ସଦାପ୍ରଭୁ ଇଚ୍ଛା କରନ୍ତି !କାହିଁକିନା ସବୁକାର୍ଯ୍ୟକୁ ବହନ କରିବାକୁ, ସହ୍ୟ କରିବାକୁ, ଖସିଯିବାକୁ ସେ ଶକ୍ତି ଦିଅନ୍ତି !
- ଶ୍ରୀମତୀ ଗୀତା ରିଚାର୍ଡ
ପ୍ରାର୍ଥନାର ଅଂଶ :-
ଗେତସମନି କ୍ୟାମ୍ପାସରେ ଘଟୁଥିବା ଚିକିତ୍ସା ସେବାରେ, ଏହି ବର୍ଷ ନୂତନ ଭାବେ ଆରମ୍ଭ କରିଥିବା ଏହି ସେବାରେ ସମର୍ପିତ ସେବକମାନେ ଆମେ ପାଇବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.