Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 22-01-2022
Share:

By Village Missionary Movement

Friday, 21-Jan-2022

ଆଜିର ବାକ୍ୟ (Oriya) 22-01-2022

 

ଯୁବକଙ୍କର ପୌରସ 

 

“ସେତେବେଳେ ସଦାପ୍ରଭୁ ଆପଣା ଦେଶ ପାଇଁ ଉଦ୍‍ଯୋଗୀ ହେଲେ ଓ ଆପଣା ଲୋକମାନଙ୍କ ପ୍ରତି ଦୟା କଲେ।“ – ଯୋୟେଲ 2:18

 

ଇଶ୍ରାଏଲ ଜନତା ଅରଣ୍ୟରେ ଗାଇ ବାଛୁରୀର ପ୍ରତିମା କରି ପୂଜା କରୁଥାନ୍ତି !ତେଣୁ ସଦାପ୍ରଭୁ ସେମାନଙ୍କୁ ପତନ କଲେ !ଆମ୍ଭ ଜୀବନରେ ଆଜିର କାଳରେ ସମସ୍ତେ ପ୍ରତିମାକୁ ପୂଜା କରିବା ଉଚିତ ବୋଲି ଅଧିନିୟମ ଆସିଲେ ଆମେ କଣ କରିବା ? ପ୍ରଭୁଙ୍କର ନିମନ୍ତେ ପୌରସରେ ଠିଆ ହେବା କି, ନା ଜଗତକୁ ଭୟ କରି ଆମେ ବଦଳି ଯିବା ? ଏପରି ଅବସ୍ଥାରେ ହିଁ ପ୍ରଭୁଙ୍କର ନିମନ୍ତେ ପୌରସରେ ଠିଆ ହୋଇଥିବା ପ୍ରଭୁଙ୍କର ଦାସ ନିମନ୍ତେ ଆଜି ଆମେ ଧ୍ୟାନ କରିବା !

 

ନବୁଖଦନିତ୍ସର ନାମକ ବାବିଲ ରାଜା ଷାଠିଏ ହାତ ଉଚ୍ଚ ଓ ଛଅ ହାତ ପ୍ରସ୍ଥର ଏକ ସୁବର୍ଣ୍ଣ ପ୍ରତିମାକୁ ଭୂମିରେ ଠିଆ କରି, ସେ ପ୍ରତିମାକୁ ଦେଶର ସମସ୍ତେ ଆସି ଉବୁଡ ହୋଇ ପ୍ରଣାମ କରିବ ବୋଲି ଆଜ୍ଞା କଲେ !ସମସ୍ତେ ରାଜାଙ୍କର ଆଜ୍ଞାକୁ ନତ ହୋଇ ଭୟ କରି ପ୍ରଣାମ କରୁଥାନ୍ତି !କାରଣ, ସ୍ରଷ୍ଟାଙ୍ଗ ହୋଇ ପ୍ରଣାମ ନ କଲେ, ସେମାନଙ୍କୁ ସେହି କ୍ଷଣି ପ୍ରଜ୍ଵଳିତ ଅଗ୍ନିକୁଣ୍ଡରେ ନିକ୍ଷିପ୍ତ ହେବେ ବୋଲି ଆଜ୍ଞା କଲା !ସେହି ଦେଶରେ ଶଦ୍ରକ, ମଈଶକ, ଅବେଦ୍ - ନଗୋ ନାମକ ତିନିଜଣ ଯୁବକ ଥାନ୍ତି !ସେହି ତିନି ଜଣ ଯୁବକ ପ୍ରଭୁଙ୍କର ନିମନ୍ତେ ପୌରସ ଭାବେ ରହିଥାନ୍ତି !

 

ରାଜାଙ୍କର ଆଜ୍ଞାକୁ ସେମାନେ ଶୁଣିଲେ ନାହିଁ !ସେମାନେ ସେହି ପ୍ରତିମାକୁ ପ୍ରଣାମ କଲେ ନାହିଁ ବୋଲି ଦୋଷୀ ସାବ୍ୟସ୍ତ ହୋଇ ରାଜାଙ୍କର ସମୁଖରେ ଠିଆ ହେଲେ !ରାଜା କହିଲା, ପ୍ରତିମାକୁ ପ୍ରଣାମ କର !ସେମାନେ ଧୌର୍ଯ୍ୟରେ ରାଜାଙ୍କୁ ଦେଖି ଦୃଢ଼ତାରେ କହିଲେ, ହେ ନବୁଖଦନିତ୍ସର ଏହି କାର୍ଯ୍ୟ ନିମନ୍ତେ ଆପଣଙ୍କୁ ଉତ୍ତର ଦେବା ଆବଶ୍ୟକ ନାହିଁ, ଆମ୍ଭେ ଆରାଧନା କରିଥିବା ପରମେଶ୍ୱର ଏହି ପ୍ରଜ୍ଵଳିତ ଅଗ୍ନିକୁଣ୍ଡରୁ ଏବଂ ରାଜା ହୋଇଥିବା ଆପଣା ହସ୍ତରୁ ଆମ୍ଭଙ୍କୁ ଉଦ୍ଧାର କରିବେ, ଯଦି ମୁକ୍ତ ନ କରନ୍ତି,ହେଲେ ମଧ୍ୟ ଏହି ସୁବର୍ଣ୍ଣ ପ୍ରତିମାକୁ ଆମେ ପ୍ରଣାମ କରିବୁ ନାହିଁ !ରାଜା ପ୍ରଚଣ୍ଡ କ୍ରୋଧ ଓ କୋପରେ ପ୍ରଜ୍ଵଳିତ ଅଗ୍ନିକୁ ସାତଗୁଣ ବଢ଼ାଅ କହି, ସେମାନଙ୍କର ହାତ ଓ ଗୋଡ଼କୁ ବାନ୍ଦୀ ଅଗ୍ନିରେ ନିକ୍ଷେପ କର କହିଲା !ସେମାନଙ୍କର ପୌରସକୁ ଦେଖି ସଦାପ୍ରଭୁ ପରମେଶ୍ୱର, ଅଗ୍ନି ମଧ୍ୟରେ ଚତୁର୍ଥ ବ୍ୟକ୍ତି ଭାବେ ଭ୍ରମଣ କରୁଥାନ୍ତି !ତାହା ଦେଖି ରାଜା ଆଚ୍ଚର୍ଯ୍ୟ ହୋଇପଡି, ହେ ମହାନ ପ୍ରଭୁଙ୍କର ଦାସବୃନ୍ଦ ବୋଲି ସେମାନଙ୍କୁ ନାମ ଧରି ଡାକି ବାହାରକୁ ଆସିବାକୁ କହିଲା !ସେମାନଙ୍କର କେଶ ମଧ୍ୟ ଦହନ ହୋଇ ନାହିଁ !ଅଗ୍ନିର ଝାସ ସେମାନଙ୍କ ପାଖକୁ ଆସିନାହିଁ !ପରମେଶ୍ୱର ସେମାନଙ୍କୁ ଉଦ୍ଧାର କଲେ !

 

ଏପରି ପରିତ୍ରାଣ କରୁଥିବା ରକ୍ଷାକାରି ପରମେଶ୍ୱର ଆଉ ଅନ୍ୟ କେହି ନାହାନ୍ତି !ଏହି ପ୍ରଭୁଙ୍କର ବିରୋଧୀରେ କଥା ହେଉଥିବା ବ୍ୟକ୍ତି ପତନ ହେବେ ବୋଲି ରାଜା ଆଜ୍ଞା କଲେ !ଏହି ତିନିଜଣ ଯୁବକଙ୍କର ପୌରସ ଯୋଗୁ ବାବିଲ ଦେଶରେ ସଦାପ୍ରଭୁଙ୍କର ନାମକୁ ଉର୍ଣ୍ଣିତ କରାଗଲା !ସେମାନେ ମଧ୍ୟ ଉର୍ନତି ହେଲେ !ଆମ୍ଭେ ପ୍ରଭୁଙ୍କର ନିମନ୍ତେ ପୌରସରେ ଠିଆ ହେଲାବେଳେ, ଆମ୍ଭେ ଆମ୍ଭ ଭାରତ ଦେଶକୁ ତାହାଙ୍କ ନିମନ୍ତେ ଚାଲନ୍ତୁ ନିଜର କରିବା !ହାଲେଲୁୟା !

 

ପ୍ରାର୍ଥନାର ଅଂଶ :-

ତାମିଲନାଡୁରେ ଚର୍ଚ୍ଚ ନ ଥିବା ଗାଁରେ ପ୍ରଭୁଙ୍କର ନିମନ୍ତେ ଚର୍ଚ୍ଚ ନିର୍ମାଣ ନିମନ୍ତେ, ତାହାପ୍ରତି କରୁଥିବା ଚେଷ୍ଟାରେ ପ୍ରଭୁଙ୍କର ହସ୍ତ ସହଭାଗୀ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet padişahbet bets10 extrabet royalbet süperbetin padişahbet betcio romabet giriş romabet queenbet bahiscasino betcio bahiscasino atlasbet matbet matbet giriş bahiscasino celtabet queenbet casibom jojobet