By Village Missionary Movement
Wednesday, 19-Jan-2022ଆଜିର ବାକ୍ୟ (Oriya) 19-01-2022
ଉତ୍କୃଷ୍ଟ ସୁରକ୍ଷା
“କିନ୍ତୁ ମୁଖରୁ ଯାହାସବୁ ବାହାରେ, ତାହା ହୃଦୟରୁ ବାହାରେ ଓ ତାହା ହିଁ ମନୁଷ୍ୟକୁ ଅଶୁଚି କରେ।“ - ମାଥିଉ 15:18
ରାଜୁ ନାମକ ଜଣେ ବ୍ୟକ୍ତି ଏକ କମ୍ପୁଟର ଦୋକାନରେ କାମ କରୁଛି !ଦିନେ ସେହି ଦୋକାନକୁ ପଲ୍ଲୀ ଗାଁରୁ ରାମସ୍ଵାମୀ ନାମକ ଲୋକ କମ୍ପୁଟର କିଣିବାକୁ ଆସିଲା !ସେହି ବ୍ୟକ୍ତି କହିଲା, ମୋ ପୁଅର ସହରରେ ଏକ ବଡ଼ ମାଲ ପରିବହନ ଦୋକାନ ଅଛି !ତାହା ନିମନ୍ତେ ଏକ ଉତ୍ତମମାନର କମ୍ପୁଟର ଦରକାର !ରାଜୁ ଏକ କମ୍ପୁଟର ଦେଖାଇ କହିଲା, ଏହା ନୂଆ ମୋଡେଲ, ଏହାର ମୂଲ୍ୟ ଅଧିକ, ଆଉ ଗୋଟେ ଦେଖାଇ କହିଲା, ଏହା ପୁରୁଣା ମୋଡେଲ, ଅଳ୍ପ ମୂଲ୍ୟ ଅଟେ !ରାମସ୍ଵାମୀ ଏହା ଦେଖି ରାଗରେ କହିଲା, ବ୍ୟାଙ୍କରେ ବ୍ୟବହାର କରିବାଟା ମୋ ପୁଅର ମାଲ ପରିବହନ ଦୋକାନକୁ ଦେଉଛୁ !ମାଲ ପରିବହନ ଦୋକାନକୁ ଆବଶ୍ୟକ ହେଉଥିବା କମ୍ପୁଟର ହିଁ ମୋର ଆବଶ୍ୟକ କହିଲା !ରାଜୁ ହସି ହସି କହିଲା, ବାପା, ସବୁ କମ୍ପୁଟର ସମାନ, କିନ୍ତୁ ସେଥିରେ ଯେଉଁ ବିଷୟରେ ସଂଗୃହୀତ କରି ରଖୁଛୁ, ତାହାହିଁ ବାହାରକୁ ଆସିବ !ତାହାର ସ୍ଥାନ ଅନୁସାରେ ବ୍ୟବହାର କରିପାରିବେ !ଏଥିରେ ତୁମ ଦୋକାନକୁ ଆବଶ୍ୟକ ବିଷୟ ସଂଗୃହିତ କଲେ ତାହା ତୁମକୁ ପ୍ରୟୋଜନ ହୋଇଯିବ !ହଁ ଆମ୍ଭ ଜୀବନରେ ମଧ୍ୟ ତଦ୍ରୁପ !ଆମ୍ଭେ ଯାହାବି ଆଲୋଚନା କରି ଆମ୍ଭ ମନରେ ସଂଗୃହିତ କରୁଛୁ ତାହାହିଁ ଆମ କ୍ରିୟାର କାର୍ଯ୍ୟ ରୂପେ ବାହାରେ ପଡୁଛି !
ମଣିଷ ହୃଦୟରୁ ଆସୁଥିବା ଆଲୋଚନା ଏବଂ ଭାବନା ହିଁ ମନୁଷ୍ୟକୁ କଠିନ କରେ ବୋଲି ପ୍ରଭୁ କହନ୍ତି !ରାଗ, ମୂର୍ଖାମୀ, ଅସୂୟା, ଚୋରି, ମିଛ, ଏହି ସବୁ ଜଣେ ମଣିଷକୁ ବିନାଶ କରେ ବୋଲି ଯୀଶୁଖ୍ରୀଷ୍ଟ କହନ୍ତି !ଆତ୍ମୀୟ ଫଳ ହେଉଛି, ପ୍ରେମ, ଆନନ୍ଦ ଦୀର୍ଘଶାନ୍ତି, ସତଗୁଣ, ବିଶ୍ୱାସ, ଏହି ସବୁ ଆମ ମଧ୍ୟରେ ବିସ୍ତୃତ ହେବା ଦ୍ଵାରା ଶାରୀରିକ ଅନୁଯାୟୀ କାର୍ଯ୍ୟଗୁଡିକ, କୋପ, ହିଂସା, ଅସୂୟା, ଏହି ସବୁ ଆମ୍ଭଠାରୁ ଦୂରେଇ ଯିବ !ଆମ୍ଭେ ଆତ୍ମୀୟ ଫଳ ପାଇବାରେ ଅଧିକ ପରିଶ୍ରମ କରିବାକୁ ହେବ !ସେଥିପାଇଁ ଦର୍ପଣରେ ଆମ ମୁହଁ ଦେଖିଲା ପରି, ଆମ ହୃଦୟକୁ ଦେଖାଉ ଥିବା ବାଇବଲ ବାକ୍ୟକୁ ପଢି, ଆମେ ନିଜକୁ ନିଜେ ପ୍ରତିଦିନ ସଠିକ କରିବା ସଦୃଶ୍ୟ ରହିବା !
ହଁ ପ୍ରିୟ ବନ୍ଧୁଗଣ, ଖ୍ରୀଷ୍ଟିଆନ ଜୀବନର ହୃଦୟ ପ୍ରାର୍ଥନା ଏବଂ ବାଇବଲ ଧ୍ୟାନ !ଏହାକୁ ଭୁଲନ୍ତୁ ନାହିଁ !କମ୍ପୁଟରରେ ଆପଣମାନେ ଯେମିତି ବିଷୟକୁ ସଂଗୃହିତ କରୁଛ ତାହାହିଁ ବାହାରକୁ ଆସିବ !ତଦ୍ରୁପ ଆମ୍ଭ ପ୍ରତ୍ୟେକଙ୍କ ହୃଦୟରେ ବାଇବଲ ବାକ୍ୟକୁ ଏବଂ ପ୍ରାର୍ଥନାରେ ପୂର୍ଣ୍ଣ କଲା ବେଳେ ଆତ୍ମୀୟ ଫଳ ଏବଂ ପବିତ୍ରତା ବାହାରେ ପଡିବ !ଏଣୁ ଆମ୍ଭ ହୃଦୟକୁ ବାଇବଲ ଧ୍ୟାନରେ ପ୍ରାର୍ଥନା ଦ୍ଵାରା ଜାଗି ରହିବାକୁ ସଦାପ୍ରଭୁ ଆମ୍ଭମାନଙ୍କୁ ସାହାଯ୍ୟ କରି କଢାଇ ନିଅନ୍ତୁ !ଆମେନ୍ !
- ଶ୍ରୀମତୀ ମାନୁଷିଆ ପାଉଲ
ପ୍ରାର୍ଥନାର ଅଂଶ :-
ବାଇବଲ କଲେଜ ଏବଂ ସେବକମାନଙ୍କ ନିମନ୍ତେ ରାନ୍ଧିବାକୁ ଉଡ଼ଷ୍ଟିମେର ଵୋଇଲେର କ୍ରୟ କରିବାର ଅଛି, ତାହାର ଆବଶ୍ୟକ ଆର୍ଥିକ ସାହାଯ୍ୟ ପାଇବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.