Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 16-01-2022 (Kids Special)
Share:

By Village Missionary Movement

Sunday, 16-Jan-2022

ଆଜିର ବାକ୍ୟ (Oriya) 16-01-2022 (Kids Special)

 

ନୋ ଫ୍ରି 

 

“ବିଶ୍ୱସ୍ତ ଲୋକ ଆଶୀର୍ବାଦରେ ବର୍ଦ୍ଧିଷ୍ଣୁ ହେବ; ମାତ୍ର ଯେ ଧନବାନ ହେବାକୁ ଅତି ଉଦ୍ୟମ କରେ, ସେ ଅଦଣ୍ଡିତ ନୋହିବ।“ - ହିତୋପଦେଶ 28:20

 

ଗୋଟିଏ ଜଳ ଜାହାଜ ୟୁରୋପ ଠାରୁ ନିଉୟର୍କକୁ ଯାତ୍ରା କରିଥାଏ !ସେଠାରେ ପନ୍ଦର ଶହ ଯାତ୍ରୀ ଥାନ୍ତି !ଟ୍ରେନ ଏବଂ ବିମାନରେ ଯେପରି ପ୍ରଥମ ଶ୍ରେଣୀ, ଦ୍ୱିତୀୟ ଶ୍ରେଣୀ, ତୃତୀୟ ଶ୍ରେଣୀ ବୋଲି ରହିଥାଏ, ତଦ୍ରୁପ ସେହି ଜାହାଜରେ ମଧ୍ୟ ଥିଲା !ଏକ ସାଧାରଣ ପରିବାର ଯାତ୍ରା କରୁଥାନ୍ତି !ମାଆ, ବାପା ଏବଂ ତିନି ଜଣ ସନ୍ତାନ ଥାନ୍ତି !ପ୍ରଥମ ବାବୁର ଦଶ ବର୍ଷ, ଟିକେ ଚତୁର ଅଟେ !ପ୍ରଥମ ଥର ଜାହାଜରେ ଯାତ୍ରା କରୁଛି !ହାଲୋ, ପିଲାମାନେ ତୁମ୍ଭେ ଜାହାଜରେ ଯାତ୍ରା କରିଛ କି ? ଯାତ୍ରା କଲେ ବହୁତ ଭଲ ଥିବତ ? ସେହି ବଡ଼ ଜାହାଜରେ ହୋଟେଲ ଏବଂ ଖେଳପଡିଆ ସବୁକିଛି ଥିଲା !ଏହି ସ୍ଥାନକୁ କିଏ ବି ଯାଇପାରିବ !କିନ୍ତୁ ସେଠାକାର ଦ୍ରବ୍ୟ କିଣିବାକୁ ହେଲେ ଟଙ୍କା ଦେବା ଉଚିତ !ଏ ଟଙ୍କା ଦେଇ କିଣି ପାରିବେ ନାହିଁ, ତେଣୁକରି ଚାରିପଟେ ଘୁରିବୁଲି ଦେଖି ଦେଇ, ପୁଣି ଫେରି ଆସିଯାଏ !

 

ଗୋଟେ ଦିନ ସେହି ହୋଟେଲରେ ଥିବା କେକ୍ କିଣିବାକୁ ମନ କଲା !ସେହି କେକର ମୂଲ୍ୟ ଚାରି ଡଲାର !ଶୀଘ୍ର ବାପାଙ୍କ ନିକଟକୁ ଯାଇ ଟଙ୍କା ମାଗିଲା !ହେଲେ ବାପା ତାଙ୍କ ପକେଟରେ ଥିବା ସବୁ ଟଙ୍କା ଗଣନା କରି ଦେଖିଲା ସାଡେତିନି ଡଲାର ହିଁ ଥିଲା !ତେଣୁ ସେ ଆଉ କେକଟି କିଣି ପାରିବ ନାହିଁ !ପ୍ରତିଦିନ ଆସି ସେହି କେକକୁ ଦେଖି ଚିଲିଯାଏ, ଏହା ନୀରିକ୍ଷଣ କରୁଥିବା ଜଣେ, ସେହି କେକ୍ କିଣି ତାଙ୍କୁ ଦେଲା !ସେ ମନା କରିଦେଲା !ମୁଁ ଟଙ୍କା ଦେଲେ ହିଁ ନେବି କହିଲା !ଏହି କଥା ତାଙ୍କୁ ଆଚ୍ଚର୍ଯ୍ୟ ଲାଗିଲା !ଆମ୍ଭଙ୍କୁ କେହି ଯଦି କେକ୍ ଓ ଚକଲେଟ ଦେଲେ ସଙ୍ଗେ ସଙ୍ଗେ ନିଆଯାଇ ଖାଇ ଦେବାତ ? ଅଜଣା ବ୍ୟକ୍ତି କିଛି ଦେଲେ ଗ୍ରହଣ କରିବାକୁ ନାହିଁ !ଠିକଅଛି, ପିଲାମାନେ !ଏହାଙ୍କୁ ନୀରିକ୍ଷଣ କରୁ ଥିବା ସେହି ବ୍ୟକ୍ତି କହିଲା, ଭାଇ ପ୍ରତିଦିନ ଆସି କେକକୁ ଆଗ୍ରହରେ ଦେଖି ଫେରିବା ଅନୁଧ୍ୟାନ କଲି !ମୁଁ ବଡ଼ ଦୁଃଖିତ ଅଟେ !ସେ ବ୍ୟକ୍ତି ଜଣକ କହିଲା, ମୁଁହିଁ ଏହି ହୋଟେଲର ମାଲିକ, ଏଇ ନିଅ ଏହି କେକ୍ ଖାଅ !ସେହି କେକଟି ନ ନେଇ କହିଲା, ମୋତେ କିଛି ଗୋଟେ କାମ ଦିଅନ୍ତୁ ଆଜ୍ଞା !ଯେକୌଣସି କାମ ହେଲେବି ଚିନ୍ତା ନାହିଁ !ମୁଁ କରିବାକୁ ପ୍ରସ୍ତୁତ ଅଛି !ଏହା କହି ଦୁଇ ଘଣ୍ଟା କାମ କରି ଦଶ ଡଲାର ଦରମା ପାଇଲା !ଦୁଇଗୁଣା କେକ୍ କିଣି ତାର ବଖରାକୁ ଗଲା !ସେହି ମାଲିକ କହିଲା, ଏହି ବାବୁ ତାଙ୍କ ଜୀବନରେ ଏକ ମହାନ ବ୍ୟକ୍ତି ହୋଇ ଆସିବ, ପ୍ରକୃତରେ ପରିଶ୍ରମ କରୁଥିବା ଲୋକଙ୍କୁ ବୃଦ୍ଧି ଖୋଜି ଆସିବ ବୋଲି ପ୍ରସଂସା କଲା !

 

ହାଲୋ ପିଲାମାନେ, ଆମ୍ଭେ ଆଶା କରାଯାଇଥିବା ଦ୍ରବ୍ୟ ମୁକ୍ତରେ ମିଳିଲେ ସଙ୍ଗେ ସଙ୍ଗେ ନିଚୟ କିଣିଦେବାତ ? ମାତ୍ର ସେହି ଛୋଟ ବାବୁ ପ୍ରକୃତରେ କାମ କରି ନେଲା !ମିଛ କହି, ଠକି ଦେଇ, ଟଙ୍କା ନ ଦେଇ, ଏପରି ତୁମ୍ଭେ କଦାପି କରିବା ଉଚିତ ନାହିଁ !ପରୀକ୍ଷାରେ ଉତ୍ତମ ନମ୍ବର ରଖିବାକୁ, ନକଲି କରିବାକୁ ନାହିଁ, ଦେଖି ଲେଖିବାକୁ ନାହିଁ, ପରିଶ୍ରମ କରି,ପରିଶ୍ରମ କରି ଯେପରି କାର୍ଯ୍ୟ ହେଉ ବାସ୍ତବତାରେ ସଛୋଟରେ କଲେ ଆନନ୍ଦ ଓ ବୃଦ୍ଧି ତୁମ୍ଭଙ୍କୁ ଖୋଜି ଖୋଜି ଆସିବା ପରି ସଦାପ୍ରଭୁ କରିବେ !ଏହି ସତ୍ୟ ନାମକ ସିଡି ହିଁ ବୃଦ୍ଧିକୁ ନେଉଥିବା ଏକ ସିଡି !ଏହି ନୀରିକ୍ଷଣ ହିଁ ବୃଦ୍ଧିକୁ ନେଉଥିବା ନୀରିକ୍ଷଣ !ଠିକ ଅଛି, ଆପଣମାନେ ମଧ୍ୟ ସେହିପରି କରିବ କି ? ଓକେ !

- ଶ୍ରୀମତୀ ଜ୍ୟୋତି ଆନନ୍ଦ

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet padişahbet bets10 extrabet royalbet süperbetin padişahbet betcio romabet giriş romabet queenbet bahiscasino betcio bahiscasino atlasbet matbet matbet giriş bahiscasino celtabet queenbet casibom jojobet