By Village Missionary Movement
Friday, 14-Jan-2022ଆଜିର ବାକ୍ୟ (Oriya) 15-01-2022
ଲକ୍ଷ୍ୟ ନିଚ୍ଚୟ
“ଯେଉଁମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି, ଯେଉଁମାନେ ତାହାଙ୍କ ସଂକଳ୍ପ ଅନୁସାରେ ଆହୂତ ହୋଇଅଛନ୍ତି, ଈଶ୍ୱର ଯେ ସମସ୍ତ ବିଷୟରେ ସେମାନଙ୍କର ମଙ୍ଗଳ ସାଧନ କରନ୍ତି, ଏହା ଆମ୍ଭେମାନେ ଜାଣୁ।“ - ରୋମୀୟ 8:28
କୁଷ୍ଠ ରୋଗୀମାନଙ୍କ ମଧ୍ୟରେ ପ୍ରଭୁଙ୍କର ପ୍ରେମ କହିବାକୁ କିଏ ଯିବ କହି ଯେତେବେଳେ ଡାକିଲେ, ଜଣେ ଯୁବକ ତାହାର ହାତ ଉଠାଇ ଆଗକୁ ଆସିଲା !ଆଗକୁ ଆସିଥିବା ତାକୁ ସେବାକୁ ପଠାଇଲେ !ମାତ୍ର କେହିବି ସେହି ଯୁବକକୁ ଗ୍ରହଣ କଲେ ନାହିଁ !ପ୍ରଭୁଙ୍କର ପ୍ରେମକୁ ତିରସ୍କାର କଲେ !ଦଶ ବର୍ଷ ପରେ ଯେକୌଣସି ଜଣେ ମଧ୍ୟ ଗ୍ରହଣ କରିନାହାନ୍ତି ବୋଲି ନତମସ୍ତକ ହୋଇ ତାର ନିଜ ଦେଶକୁ ନୌକାରେ ଫେରିଯିବାକୁ ନିର୍ଣ୍ଣୟ କଲା !ନୌକା ଛାଡିବା ବେଳେ ସେହି ନୌଚାଳକ ତାକୁ ଦେଖି କହିଲା, ତୁମ୍ଭ ମୁହଁରେ ଓ ହାତରେ କୁଷ୍ଠ ରୋଗ ଆସିଲାଣିତ !ସେ ଲୁହ ଝରାଇ ଏହି ନାବିକ ମୋତେ ତିରସ୍କାର କଲା, ମୋ ଗାଁରେ ଥିବା ସମସ୍ତ ଲୋକ ଗ୍ରହଣ କରିବେ ବୋଧେ କହିଲେ ସେମାନେ ମଧ୍ୟ ତିରସ୍କାର କରିବେ ବୋଲି ଭାବନା କରି ଲୁହ ଝରାଇ କାନ୍ଦିଲା !ଏହା ଶୁଣିଥିବା ଜଣେ ଧାଇଁ ଧାଇଁ ଯାଇ ଗାଁରେ ଥିବା ସମସ୍ତଙ୍କ ସହ ଏହି କଥା କହିଲା !ଗ୍ରାମବାସୀ ସମସ୍ତେ ଏକତ୍ର ଦୋଳ ହୋଇ ସମୁଦ୍ର କୂଳକୁ ଆସି ପଚାରିଲେ, କଣ ତୁମ୍ଭଙ୍କୁ ମଧ୍ୟ କୁଷ୍ଠ ରୋଗ ହେଲା କି ? ସେ ସେମାନଙ୍କୁ ଦେଖି, ତାର ଅବସ୍ଥାକୁ ଭୁଲି ଯାଇ ପ୍ରଭୁଙ୍କର ପ୍ରେମକୁ ସମସ୍ତଙ୍କୁ ଜଣାଇଲା !ସେହି ଗ୍ରାମ ପ୍ରଭୁଙ୍କ ନିମନ୍ତେ ରାଜି ହେଲେ !
ପାଉଲ ଜଣେ ବନ୍ଦୀ ରୂପେ ଥିବାବେଳେ ଯେରୁଶାଲେମ ଠାରୁ ରୋମ ନଗରକୁ ନୌକା ଦ୍ଵାରା ନିଆଗଲା !ତୋଫାନ ଦ୍ଵାରା ହୋଇଥିବା ବର୍ଷା ଯୋଗୁ ମିଳିତା ନାମକ ଦ୍ୱିପରେ ସେମାନେ ପହଂଚିଲେ !ତେବେ ସେହି ଦ୍ୱିପନିବାସୀ ଶୀତ ପାଇଁ ନିଆଁ ଜଳାଇ ପ୍ରେମରେ ତାଙ୍କୁ ଯୋଗଦାନ କରାଇଲେ !ପାଉଲ ନିଆଁରେ ପକାଇବା ନିମନ୍ତେ କାଠ କାଡିବା ବେଳେ ଗୋଟେ ସାପ ତାଙ୍କ ହାତରେ କାମୁଡି ଦେଲା !ସଙ୍ଗେ ସଙ୍ଗେ ସେହି ଦ୍ୱିପନିବାସୀ କୁହାକୁହି ହେଲେ, ଇଏ ନିଚୟ ଦୋଷୀ ଅଟେ, ସମୁଦ୍ର ଦୁର୍ଘଟଣାରୁ ପଳାୟନ କଲେ ସୁଧା, ଏହାର ପାପ ଏହାକୁ ଛାଡୁ ନାହିଁ !ପାଉଲ ସେହି ସାପକୁ ଛାଡି ଦେଇ ତାର କାର୍ଯ୍ୟକୁ ଜାରି ରଖିଛି !ପାଉଲ ଆଉ କିଛି ସମୟ ମଧ୍ୟରେ ମରିଯିବ ବୋଲି ସମସ୍ତେ ଅପେକ୍ଷାରେ ଥାନ୍ତି !କିନ୍ତୁ ପାଉଲ ମରି ନାହାନ୍ତି !ଏହା ଦେଖି ଥିବା ସେହି ଦ୍ୱିପର ନେତା ପାଉଲକୁ ଡାକି ତିନି ଦିନ ତାଙ୍କ ସହିତ ନିବାସ କରି ପ୍ରଭୁଙ୍କର ପ୍ରେମ ବିଷୟରେ ହୃଦୟଙ୍ଗମ କଲେ !ସେହି ଦ୍ୱିପର ଜନତା ପ୍ରଭୁଙ୍କର ପ୍ରେମକୁ ସ୍ୱାଦ ଚାକିବାକୁ, ପ୍ରଭୁଙ୍କର ପ୍ରେମକୁ ସେମାଙ୍କୁ ଘୋଷଣା କରିବାକୁ ପରମେଶ୍ୱର ତାଙ୍କୁ ବ୍ୟବହାର କଲା !
ପ୍ରଭୁଙ୍କର ସନ୍ତାନଗଣ, ତୁମ୍ଭେମାନେ ମଧ୍ୟ ଅନେକ ଲୋକ ଅନେକ ପ୍ରକାର କଥା ହେଉଥିବା ଶୁଣି, ତୁମ୍ଭ ଜୀବନରେ ଘଟୁଥିବାକୁ ଦେଖି ନିରୁଉଚ୍ଚାହିତ ହୋଇଛ କି ? ହରାନ୍ତୁ ନାହିଁ !ପରମେଶ୍ୱର ସବୁ କିଛି ମଙ୍ଗଳ ନିମନ୍ତେ କରନ୍ତି !ସଦାପ୍ରଭୁଙ୍କର ମହିମା ନିମନ୍ତେ କିଛିକୁ ଅନୁମତି କରନ୍ତି !ସେ ତୁମ୍ଭ ଜୀବନରେ ଆଦେଶ କରିବା କାର୍ଯ୍ୟ ସବୁ ମଙ୍ଗଳ ନିମନ୍ତେ, ଏହା ଭୁଲନ୍ତୁ ନାହିଁ !ଆପଣ ଦେଖିବା ବେଳେ ଛୋଟ କଷ୍ଟ ମଧ୍ୟ ତୁମ୍ଭଙ୍କୁ ନିରୁଉଚ୍ଚାହ କରି ପାରେ !ସେହି କାର୍ଯ୍ୟର ମହାନ ମଙ୍ଗଳକୁ ତୁମ୍ଭ ଜୀବନରେ ଆଣିବ ଏହା ନିଚୟ !କୁଷ୍ଠ ରୋଗୀ ହୋଇଥିବା ସେହି ଯୁବକକୁ ଅନ୍ୟମାନେ ତାକୁ ତିରସ୍କାର କରିଥିଲେ ମଧ୍ୟ ଜଟିଳତାକୁ ନ ଯାଇ ତାଙ୍କ ନିକଟକୁ ଆସିଥିବା ଗ୍ରାମବାସୀଙ୍କୁ ପ୍ରଭୁଙ୍କର ପ୍ରେମକୁ ଘୋଷଣା କଲା !ତାଙ୍କୁ ଅସାବଧାନତା ସହ କଥା ହୋଇଥିବା ଜନତାଙ୍କ ନିମନ୍ତେ ଚିନ୍ତା ନ କରି ପ୍ରଭୁଙ୍କର ରାଜ୍ୟ ବିସ୍ତାର ନିମନ୍ତେ ଦୃଢ଼ତାରେ ନିର୍ଣ୍ଣୟ ନେଇ ଆଗକୁ ବଡିଲା !ଆମ୍ଭମାନଙ୍କର ଲକ୍ଷ୍ୟ କିପରି ଥିବ ? ପଛକୁ ଫେରିବା କି ନା ଆଗକୁ ବଡିବାର ଅଛି କି ? ଆଗକୁ ବଡୁଥିଲେ ନିଚୟ ତୁମ୍ଭେ ମଧ୍ୟ ପ୍ରଭୁଙ୍କର ରାଜ୍ୟ ବିସ୍ତାରରେ ବ୍ୟବହୃତ ହେବ !ଆମେନ୍ !
- ଭାଇ ସାଂଟନା ପାଣ୍ଡି
ପ୍ରାର୍ଥନାର ଅଂଶ :-
ସାତ ହଜାର ମିଶିନାରୀ ଦ୍ଵାରା ଏକ ଲକ୍ଷ ଗ୍ରାମ ଦର୍ଶନ କରିବାକୁ କରିଥିବା ଆମ ଚେଷ୍ଟାରେ ପ୍ରଭୁଙ୍କର ହସ୍ତ ସହବର୍ତ୍ତୀ ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.