By Village Missionary Movement
Wednesday, 12-Jan-2022ଆଜିର ବାକ୍ୟ (Oriya) 13-01-2022
ବହୁମୂଲ୍ୟ ଭଣ୍ଡାର
“ତୁମ୍ଭେମାନେ ଧର୍ମଶାସ୍ତ୍ର ଅନୁସନ୍ଧାନ କରୁଅଛ, କାରଣ ସେଥିରେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛ ବୋଲି ମନେ କରୁଅଛ; ଆଉ, ସେହି ଧର୍ମଶାସ୍ତ୍ର ମୋ' ବିଷୟରେ ସାକ୍ଷ୍ୟ ଦେଉଅଛି ।“ - ଯୋହନ 5:39
ନିଜ ପାଇଁ ଏକ ବାଇବଲ କିଣିବାକୁ ମେରୀ ଯୋହନ କରିଥିବା ଶ୍ରମ କମ ନୁହଁ !ଟଙ୍କା ଦେଲେ ମଧ୍ୟ ବାଇବାଲ କିଣି ନ ପାରିବା ତାହା କଠିନ ସମୟ ଥିଲା !ପରମେଶ୍ୱରଙ୍କ କୃପା ଦ୍ଵାରା ଲେଖିବାକୁ ଓ ପଡ଼ିବାକୁ ଶିଖି ଥିବା ସେହିଁ ଛୋଟ ବାଳିକା ପ୍ରତିଦିନ ଛଅ କିଲୋମିଟର ଚାଲି ଚାଲି ଯାଇ ବାଇବଲକୁ ପଡିଲା !ତାଙ୍କ ପାଇଁ ମଧ୍ୟ ଗୋଟେ ବାଇବଲ କିଣିବାକୁ ତାକୁ ଇଚ୍ଛା ଥିଲା !ସେଥିପାଇଁ ଛଅ ବର୍ଷ କଠିନ ଚେଷ୍ଟା କରି କାମ କରି ଟଙ୍କାକୁ ସଞ୍ଚୟ କରି ରଖିଲା !ହେଲେବି ଅଶୀ କିଲୋମିଟର ଖାଲି ପାଦରେ ଚାଲି ଚାଲି ଯାଇ ବାଇବଲ କିଣିବାକୁ ପଡିଲା !ବାଇବଲ କିଣିଥିବା ସିଏ, ପ୍ରଭୁଙ୍କର ବାକ୍ୟକୁ ଶିଖି ଅନ୍ୟମାନଙ୍କ ସହ ଉତ୍ତମ ଭାବେ ଜୀବନଯାପନ କଲା !ତାହାଙ୍କର ଉତ୍ତମ ଜୀବନ ଦେଖିବା ଦ୍ଵାରା ଏବଂ ସେ ଦେଇଥିବା ଉପଦେଶ ଶୁଣିବା ଦ୍ଵାରା ଅନେକ ଲୋକ ଖ୍ରୀଷ୍ଟଙ୍କୁ ନିଜର ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିଲେ !
ବାଇବଲ ନ ପଡିବା ଯେକୌଣସି ଲୋକ ହେଉନା ଲାଭଦାୟକ ଖ୍ରୀଷ୍ଟିଆନ ଭାବେ ଜୀବନଯାପନ କରିବା ମୁଁ ଆଜି ପର୍ଯ୍ୟନ୍ତ ଦେଖି ନାହିଁ !ତାହାର ବାଇବଲକୁ ପାର୍ଶ୍ୱରେ ରଖି ପ୍ରଭୁଙ୍କ ଠାରେ ପ୍ରାର୍ଥନା କଲେବି, ପ୍ରଭୁଙ୍କର ସେବାରେ ସେ ଯେତେ ପାରେ ସେତେ ଲାଭଦାୟକରେ ରହିପାରିବ ନାହିଁ ବୋଲି ଡି. ଏଲ. ମୋଦି ପ୍ରସଙ୍ଗ କରିଥିଲେ !ଅବ୍ରାହମ ଲିଙ୍କନ କହିଛନ୍ତି, ସଦାପ୍ରଭୁ ମଣିଷକୁ ଦେଇଥିବା ମହାନ ଉପହାରଟି ଯୀଶୁଖ୍ରୀଷ୍ଟଙ୍କ ସହ ବାଇବଲକୁ ମଧ୍ୟ ଦେଲେ !ପ୍ରଭୁଙ୍କର ବାକ୍ୟ ବିଷୟରେ ଗୀତସଂହିତା :-19:7ରେ ସଦାପ୍ରଭୁଙ୍କ ବ୍ୟବସ୍ଥା ସିଦ୍ଧ, ପ୍ରାଣର ସ୍ୱାସ୍ଥ୍ୟଜନକ; ସଦାପ୍ରଭୁଙ୍କ ପ୍ରମାଣ-ବାକ୍ୟ ଅଟଳ... ବୋଲି ଲେଖା ଯାଇଛି !ଜଣେ ଜଗତକୁ ପ୍ରେମ କରି, ତାହା ସହିତ ବାଇବଲକୁ ପ୍ରେମ କରି ପାରିବ ନାହିଁ !ଜଗତରେ ଅନେକ ପୁସ୍ତକ ଗୁଡିକ ଜ୍ଞାନ ଦେଇ ପାରିବ, କିନ୍ତୁ କେବଳ ପବିତ୍ର ବାଇବଲ ହିଁ ଯୀଶୁଙ୍କର ପ୍ରେମକୁ ଦେଇ ପାରିବ, ପରିତ୍ରାଣ ଦେଇ ପାରିବ, ସ୍ୱର୍ଗ ରାଜ୍ୟକୁ ପହଞ୍ଚାଇ ପାରିବ !ତାହା ଖାଲି କାଗଜ ଦ୍ଵାରା କରାଯାଇ ଥିବାଟା ନାହିଁ !ପବିତ୍ର ପରମେଶ୍ୱରଙ୍କର ଜୀବନର ଆଧାର !
ପ୍ରଭୁଙ୍କ ଠାର ପ୍ରିୟ ବନ୍ଧୁଗଣ, ଆମ୍ଭ ହସ୍ତରେ ଥିବା ବାଇବଲ 'ବହୁମୂଲ୍ୟ ଭଣ୍ଡାର' !ଅନେକ ମିଶିନାରୀଙ୍କର ତ୍ୟାଗ ଦ୍ଵାରା ଆମ୍ଭଙ୍କୁ ଆମର ମାତୃଭାଷାରେ ଉପଲବ୍ଧ ହେଉଛି !ତାହାର ଗୁରୁତ୍ୱକୁ ଗ୍ରହଣ କରି, ତାହାକୁ ପ୍ରତିଦିନ ପଠନ କରି, ଧ୍ୟାନ କରି, ସେହି ପ୍ରକାରେ ଜୀବନଯାପନ କରିବାକୁ ଆପଣ ଆପଣାକୁ ସମର୍ପିତ ହୁଅନ୍ତୁ !ସଦାପ୍ରଭୁ ତୁମ୍ଭଙ୍କୁ ଆଶୀର୍ବାଦ କରନ୍ତୁ !
- ପି. ଶିୱା
ପ୍ରାର୍ଥନାର ଅଂଶ :-
ମିଡ଼ିଆ ସେବାରେ କାର୍ଯ୍ୟ କରୁଥିବା ସେବକମାନଙ୍କୁ ସଦାପ୍ରଭୁ ବିଶେଷ ଆତ୍ମାରେ ପୂର୍ଣ୍ଣ କରି କଢାଇ ନେବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.