By Village Missionary Movement
Tuesday, 11-Jan-2022ଆଜିର ବାକ୍ୟ (Oriya) 12-01-2022
ଉଦ୍ଧାର କରିବା ହସ୍ତ
“ପୁଣି, ସଙ୍କଟ ଦିନରେ ଆମ୍ଭକୁ ଡାକ; ଆମ୍ଭେ ତୁମ୍ଭକୁ ଉଦ୍ଧାର କରିବା, ଆଉ ତୁମ୍ଭେ ଆମ୍ଭର ମହିମା ପ୍ରକାଶ କରିବ।” - ଗୀତସଂହିତା 50:15
ଦ୍ୱିତୀୟ ବିଶ୍ୱଯୁଦ୍ଧ ହେଉଥାଏ, ମିଆଁମାର ଦେଶରେ ଆକାଶରୁ ଜାହାଜ ଦ୍ଵାରା ଆକ୍ରମଣ କରୁଥାନ୍ତି !ଆକାଶରୁ ବର୍ଷାଉ ଥିବା ବୋମା ଠାରୁ ଫିଟାଇ ହେବାକୁ ଆଇରାବତି ନଦୀ କୂଳରେ ଅନେକ ଲୋକେ ବସି ପ୍ରଭୁଙ୍କ ଆଡକୁ ଉର୍ଦ୍ଧମୁଖ କରି କ୍ରନ୍ଦନ କରୁଥାନ୍ତି !ସେହି ଦୋଳରେ ନଅ ବର୍ଷର ଗ୍ରେସି ନାମକ ଝିଅଟି ଥିଲା !ଯୀଶୁ ଯୀଶୁ କହି କାନ୍ଦି କାନ୍ଦି ପ୍ରାର୍ଥନା କରୁଥାଏ !ରଙ୍ଗ ନାମକ ସହରରେ ବାସ କରୁଥିବା ଗ୍ରେସିର ପରିବାର ରଙ୍ଗ ସହର ବିନାଶ ହୋଇଯିବ ବୋଲି ଭାବନା କରି, ଘର, ଚାଉଳ କଳକୁ ଛାଡି ଦେଇ ବାଉଟ ନାମକ ଗାଁକୁ ଆସିଲେ !ଗ୍ରେସି କିଛି ଦ୍ରବ୍ୟ କିଣିବାକୁ ପଡୋଶୀ ଘର ମାମୁଁଙ୍କ ସହ ପାଶୁମାନ୍ଦନ ନାମକ ଗ୍ରାମକୁ ଆସିଲା !ଚାଉଳ କଳ ଦେଖିବାକୁ ଯାଇଥିବା ଗ୍ରେସିର ଅଜା ଅବ୍ରାହମ, ବାପା ଇସାକ, ବଡ଼ଭାଇ ସିଲୁଆ ରାଜୁ, ରଙ୍ଗ ଗାଁକୁ ଯାଇଥିଲେ !ହଠାତରେ ଯୁଦ୍ଧ ଆରମ୍ଭ ହେଲା !ଅଜା, ବାପା, ବଡ଼ଭାଇକୁ ମନେ ପକାଇ କାନ୍ଦି କାନ୍ଦି ଗ୍ରେସି ପ୍ରାର୍ଥନା କରୁଛି !ଯୁଦ୍ଧ ବନ୍ଦ କରାଗଲା ବୋଲି ଘଣ୍ଟି ବାଜିଲା !ନଦୀ କୂଳରୁ ସମସ୍ତେ ଧାଇଁ ଧାଇଁ ସେମାନେ ତାଙ୍କର ଘରକୁ ପହଞ୍ଚିଲେ !ମାଆ ଜୟମଣି ଧାଇଁ ଧାଇଁ ଆସି ଗ୍ରେସିକୁ ଆଲିଙ୍ଗନ କରି, ସଦାପ୍ରଭୁଙ୍କୁ କୃତଜ୍ଞତା ଜଣାଇଲା !ଆଉ କିଛି ସମୟ ପରେ ଗ୍ରେସିର ଅଜା, ବାପା, ବଡ଼ଭାଇ ତିନି ଜଣ ସବୁ ଆସିଲେ !
ଗ୍ରେସିର ବାପା କହିଲା, ସଦାପ୍ରଭୁ ହିଁ ଆମକୁ ଉଦ୍ଧାର କଲା, ଆମ୍ଭେ ସାହିର ଶେଷ ଆଡକୁ ଆସିବା ପରେ ଯୁଦ୍ଧ ଆରମ୍ଭ ହେଲା !ଆମ୍ଭ ସହ ଆଉ କିଛି ଲୋକ ପାହାଚ ଉପରେ ଠିଆ ହୋଇଥିଲୁ !ସାମନାରେ ଥିବା ଦୋକାନ ଗୁଡିକ, ସେଠାରେ ଥିବା ଲୋକଙ୍କୁ, ସାମରିକ ବାହିନୀ ଢିରାଦିଆ ଯାନ୍ତ୍ରୀକ ବନ୍ଧୁକ (machinegun)ଦ୍ଵାରା ଅବିରତ ଗୁଳି ଚାଳନା କରୁଥାନ୍ତି !ଏକକ ମୃତ୍ୟୁ କ୍ଷେତ୍ର !ସେତେବେଳେ ହିଁ ସିଲୁଆ ରାଜ ରଡି କରି କହିଲା, ଏଠାରେ ଯୀଶୁବାପା ଅଛନ୍ତି, ସେ ଆମ୍ଭମାନଙ୍କୁ ଉଦ୍ଧାର କରିବେ !ଆମ୍ଭ ସହିତ ଭୟରେ ଥିବା ସମସ୍ତେ ନୀରିକ୍ଷଣରେ ତାଙ୍କୁ ଦେଖିଲେ !ଯଦି ଅନ୍ୟ ଏକ ଯୁଦ୍ଧ ଜାରି ରୁହେ, ଆମ୍ଭେ ମଧ୍ୟ ସେହି ବନ୍ଧୁକର ଗୁଳିର ଶିକାର ହୋଇଥାନ୍ତୁ !ସମସ୍ତେ ଅଣ୍ଟୁପାତି ପରମେଶ୍ୱରଙ୍କୁ ପ୍ରଶଂସା କରି ପ୍ରାର୍ଥନା କଲେ !ପ୍ରାର୍ଥନା ହିଁ ଆମ୍ଭମାନଙ୍କୁ ବିଜୟ କରିବ !ପରମେଶ୍ୱର ହିଁ ଆମ୍ଭର ଦୁର୍ଗ ହୋଇଥିଲେ !
ହଁ ମୋର ପ୍ରିୟ ବନ୍ଧୁଗଣ, ଵିପତ୍ତି କାଳରେ ସେ ହିଁ ସୁବିଧାଜନକ ସାହାଯ୍ୟକାରୀ ଅଟନ୍ତି !କେବଳ ଵିପତ୍ତିରେ ହିଁ ନୁହେଁ, ପ୍ରତିକ୍ଷଣ ପରମେଶ୍ୱର ହିଁ ଆମ୍ଭର ଦୁର୍ଗ ଅଟନ୍ତି !ତାହାଙ୍କୁ ବହୁଗୁଣିତ କରିଥିବା ଜନତା ଧନ୍ୟ ଅଟନ୍ତି !ତେଣୁକରି ଅବସ୍ଥାକୁ ଦେଖି ବିଚଳିତ ନ ହୋଇ, ପ୍ରଭୁଙ୍କୁ ବିଶ୍ୱାସ କରି, ସାହସରେ ରୁହନ୍ତୁ !
- ଶ୍ରୀମତୀ ୱାନାଜା ପାଲ ରାଜ
ପ୍ରାର୍ଥନାର ଅଂଶ '-
ମିଡ଼ିଆ ସେବାରେ ପ୍ରତିମାସରେ ଆମେ ଖର୍ଚ୍ଚ କରୁଥିବା କାର୍ଯ୍ୟକ୍ରମକୁ ଆର୍ଥିକ ସହାୟତା ପହଂଚିବା ନିମନ୍ତେ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.