By Village Missionary Movement
Tuesday, 11-Jan-2022ଆଜିର ବାକ୍ୟ (Oriya) 11-01-2022
ସଦାପ୍ରଭୁ ଭଲ କରିଛନ୍ତି
“ସେ ପ୍ରତ୍ୟେକ ବିଷୟକୁ ତାହାର ସମୟରେ ଶୋଭିତ କରିଅଛନ୍ତି;...।“ - ଉପଦେଶକ 3:11
ଗୋଟିଏ ଗ୍ରାମର ବିଲ ଆଡକୁ ଜଣେ ଲୋକ ଚାଲି ଚାଲି ଯାଉଥାଏ !ସେତେବେଳେ ବଇତାଲୁ ବଗିଚାରେ ବଡ଼ ବଡ଼ ବଇତାଲୁ ଫଳିଥାଇ ଭୂମିରେ ଲାଗି ରହିଛି !ତାହା ଦେଖି ସେ ମନେ ମନେ ବଚସା କରି କହିଲା, ଏ କଣ ପ୍ରଭୁଙ୍କର ସୃଷ୍ଟି, ଶକ୍ତିଶାଳୀରେ ଠିଆ ହୋଇ ନ ପାରିବା ଏହି ଚେରମୂଳକୁ ଏତେ ବଡ଼ ବଇତାଲୁ ଫଳ କରିଛନ୍ତି !ଏପରି ଭାବନା କରି ଚାଲି ଚାଲି ଯାଉ ଯାଉ ପ୍ରଖର ଖରା ଯୋଗୁ ହାଲିଆ ହୋଇ ପାଖରେ ଥିବା ଏକ ବଟବୃକ୍ଷ ଛାଇରେ ଶୋଇପଡିଲା !ସେ ଗାଢ଼ ନିଦ୍ରାରେ ଶୋଇ ପଡିଲା !କିଛି ସମୟ ପରେ ସେହି ବଟବୃକ୍ଷ ଠାରୁ ଏକ ଛୋଟ ଫଳଟି ତାର ମୁଣ୍ଡରେ ପଡିଲା !ମାଲୋ ବଇତାଲୁ ବୋଧେ, ମୋ ମୁଣ୍ଡରେ ପଡିଗଲା ବୋଲି ଚିତ୍କାର କରି ଉଠି ଦେଖିଲା ବେଳେ, ତାହା ଏକ ଛୋଟ ବଟଫଳ ନିକଟରେ ପଡି ଥିଲା !ପ୍ରଭୁ ସେହି ବଡ଼ ବଇତାଲୁ ଏହି ବଟବୃକ୍ଷରେ ଫଳାଇ ନ ଥିବାରୁ ତୁମ୍ଭଙ୍କୁ ଧନ୍ୟବାଦ, ଯଦି ସେହିପରି ଥାଆନ୍ତା ତେବେ ମୋର ମୁଣ୍ଡ ଏପରି ନ ଥାନ୍ତା !ଜ୍ଞାନର ତୁମ୍ଭ କାର୍ଯ୍ୟକୁ ଧନ୍ୟବାଦ, ସେହି ଲୋକଟି କହିଲା !
ପବିତ୍ର ବାଇବଲରେ ବିଶ୍ୱାସର ପିତା ଅବ୍ରାହମ ତାଙ୍କ ପୁତ୍ର ଇସାକକୁ ବିବାହ ନିମନ୍ତେ ତାଙ୍କ ଦାସଙ୍କୁ ପଠାଇ କିଛି କାମ ଶିଖାଇ ସଠିକ ମାର୍ଗରେ ପଠାଉଛି !ସେହି ଦାସ ମଧ୍ୟ ତାଙ୍କ ମାଲିକ ଅବ୍ରାହମ ଶିଖାଇ ଥିବା ପ୍ରକାରେ ଇସାକକୁ ଝିଅଟି ଦେଖିବାକୁ ଯାଉଛନ୍ତି !ଏହା ଗୋଟିଏ ପଟେ ଥିଲେ, ଇସାକ ସେହି ସମୟରେ ପ୍ରଭୁଙ୍କର କାର୍ଯ୍ୟ ଗୁଡିକ ଧ୍ୟାନ କରିବାକୁ ବିଲ ଆଡ଼କୁ ଗଲା !ଏପରି ଏଲିଏସର ଗୋଟିଏ ପଟ ଓ ଇସାକ ଗୋଟିଏ ପଟ ପ୍ରଭୁଙ୍କର କାର୍ଯ୍ୟରେ ସେମାନଙ୍କ ମନକୁ କେନ୍ଦ୍ରୀକୃତ କରିଛନ୍ତି !ଦେଖନ୍ତୁ,ପ୍ରଭୁ କେମିତି କାର୍ଯ୍ୟ କରୁଛନ୍ତି ? ଅବ୍ରାହମ ସେହି ଦାସଙ୍କୁ ଶିକ୍ଷା ଦେଇଥିବା ଅନୁଯାୟୀ, ସେହି ଝିଅଟିକୁ ତାଙ୍କ ସହ ନେଉଥିବା ବେଳେ ସେ ଦାସ କହୁଛି, ମୋତେ ସଠିକ ମାର୍ଗରେ କଢାଇ ଥିବା ସଦାପ୍ରଭୁ ଏହୋବାଙ୍କୁ ସ୍ତୁତି କରୁଛି !
ଏହା ପଡ଼ୁଥିବା ପ୍ରିୟ ବନ୍ଧୁଗଣ, ଆମ୍ଭର ପରମେଶ୍ୱର ସବୁକିଛି ଭଲ ଭାବେ, ସଠିକ ମାର୍ଗରେ କରୁଥିବା ଇଶ୍ୱର ଅଟନ୍ତି !ଆମ୍ଭ ଶରୀରର ସମସ୍ତ ଅଙ୍ଗଗୁଡିକୁ ଉତ୍ତମ ରୂପେ ସୃଷ୍ଟି କରିଛନ୍ତି !ଆମ୍ଭ ପରିବାରର ଜୀବନଯାପନ ହୋଇ ଥାଇପାରେ, ଆମ୍ଭ ସନ୍ତାନମାନଙ୍କର ପାଠପଡା ହୋଇ ଥାଇପାରେ, ଭବିଷ୍ୟତ, ବିବାହ, କାର୍ଯ୍ୟ, ବାଣିଜ୍ୟ ଏହି ସବୁ ଦେଇ ଥିବା ଇଶ୍ୱର ହିଁ ତାହାକୁ କାର୍ଯ୍ୟ କରି ଶେଷ କରିପାରିବା ଶକ୍ତି ମଧ୍ୟ ଦେଇଛନ୍ତି !ଏହି ନୂତନ ବର୍ଷରେ ପ୍ରବେଶ କରୁଥିବା ଆମ୍ଭେ ପ୍ରତିଦିନ ଉତ୍ତମ ଭାବେ ଆମ୍ଭଙ୍କୁ କଢାଇ ନିଅ ବୋଲି ପ୍ରାର୍ଥନା କରି, ତାହାଙ୍କୁ କୃତଜ୍ଞତା ଜଣାଇ, ତାଙ୍କରି ମାର୍ଗରେ ଚାଲିବା !
- ଶ୍ରୀମତୀ ଶକ୍ତି ଶଙ୍କର ରାଜ
ପ୍ରାର୍ଥନାର ଅଂଶ :-
ମିଡ଼ିଆ ସେବାକୁ ଅନୁଭୂତି ଥିବା ଏବଂ ସମର୍ପିତ ଥିବା ସେବକ ମିଳିବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.